Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଣି ହାତୀ ମୃତ୍ୟୁ ୫ ଦିନ ଭିତରେ ୨ ହାତୀ ମୃତ୍ୟୁ ହେଲାଣି

Rashmita Mishra
Browse all articles by Rashmita Mishra
·1 year ago
ପୁଣି ହାତୀ ମୃତ୍ୟୁ ୫ ଦିନ ଭିତରେ ୨ ହାତୀ ମୃତ୍ୟୁ ହେଲାଣି

ଅର୍ଗସ ବ୍ୟୁରୋ: ଆଠମଲ୍ଲିକରେ ପୁଣି ହାତୀ ମୃତ୍ୟୁ ୫ ଦିନ ଭିତରେ ୨ ହାତୀ ମୃତ୍ୟୁ ହେଲେଣି ବେଫିକର ବନ ବିଭାଗ । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ମଧୁପୁର ରେଞ୍ଜ  ଶଙ୍ଖାମାଳ ଗ୍ରାମରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି । ତେବେ ବର୍ତମାନ ସୁଦ୍ଧା ଦନ୍ତା ହାତୀର କିଭଳି ମୃତ୍ୟୁ ହୋଇଛି ତାହା ଜଣା ପଡ଼ିନଥିବା ବେଳେ ବିଦ୍ୟୁତ ତାର ଲାଗି ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଛି । ଆଠମଲ୍ଲିକ ବନଖଣ୍ଡରେ ଅନେକ ସମୟରେ ହାତୀଙ୍କ ମୃତ୍ୟୁ ହେଉଥିବା ବେଳେ ବନ ବିଭାଗ କିନ୍ତୁ ସଠିକ ଦୃଷ୍ଟି ନଦେଉଥିବା ଓ ଶିକାରୀ ମାନଙ୍କ ସହିତ କର୍ମଚାରୀ ମାନେ ଉତ୍ତମ ସମ୍ପର୍କ ରଖି ସେମାନଙ୍କୁ ପ୍ରଶୟ ଦେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି ୉ ବର୍ତମାନ ଘଟଣା ସ୍ଥଳକୁ ବନଅଧିକାରୀ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2 elephants have died within 5 days | Argus News