Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହାଟଡିହି ଡ୍ୟାମରେ ବୁଡି ୨ ସାଙ୍ଗ ମୃତ 

Manini Pattanayak
Browse all articles by Manini Pattanayak
·2 years ago
ହାଟଡିହି ଡ୍ୟାମରେ ବୁଡି ୨ ସାଙ୍ଗ ମୃତ 

କେନ୍ଦୁଝର: ସାଙ୍ଗ ହୋଇ ୭ ଜଣ ଛାତ୍ର ଆସିଥିଲେ ହଦଗଡ଼ ବୁଲି ହେଲେ କିଏ ଜାଣିଥିଲା ୨ ସାଙ୍ଗଙ୍କର ଏଇଟା ଶେଷ ବୁଲା ହେବ। ଡ୍ୟାମ ର ଶେଷ ପାର୍ଶ୍ୱରେ ପ୍ରଥମେ ତିହିଡି ଅଞ୍ଚଳର ସୋମହିତ ନାୟକ ଗାଧେଇବାକୁ ଯାଇଥିବା ବେଳେ ଅଚାନକ ବୁଡିବାକୁ ଲାଗିଥିଲେ ତାଙ୍କୁ ଉଦ୍ଧାର କରିବାକୁ ଭଦ୍ରକ ବରପଦା ଅଞ୍ଚଳର ଈଶ୍ୱର ଦାସ ଚେଷ୍ଟା କରୁଥିବା ସମୟରେ ସେ ମଧ୍ୟ ବୁଡି ଯାଇଥିଲେ ଡ୍ୟାମରେ।

ଅନ୍ୟ ୫ ଜଣ ସାଙ୍ଗଙ୍କ ନିକଟରୁ ଖବର ପାଇ ହାଟଡିହି ଓ ଆନନ୍ଦପୁର ର ଅଗ୍ନିଶମବାହିନୀ କିଛି ସମୟ ଖୋଜାଖୋଜି କରିବା ପରେ ଉଭୟ ଛାତ୍ର ଙ୍କ ମୃତଦେହ କୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି କରିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୂର୍ଣ ଘଟଣାର ତଦନ୍ତ ଆରମ୍ଭ କରିଛି। 
 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2 friends drowned in Hatadihi Dam in keonjhar | Argus News