Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 2024-25 ଆର୍ଥିକ ବର୍ଷ ଲାଗି 2 ଲକ୍ଷ 55 ହଜାର କୋଟିର ବଜେଟ    

Odisha

2024-25 ଆର୍ଥିକ ବର୍ଷ ଲାଗି 2 ଲକ୍ଷ 55 ହଜାର କୋଟିର ବଜେଟ    

Manini Pattanayak
Browse all articles by Manini Pattanayak
·2 years ago·1 min read
2024-25 ଆର୍ଥିକ ବର୍ଷ ଲାଗି  2 ଲକ୍ଷ 55 ହଜାର କୋଟିର ବଜେଟ    

ଭୁବନେଶ୍ୱର:  2024-25 ଆର୍ଥିକ ବର୍ଷ ଲାଗି ମୋଟ 2 ଲକ୍ଷ 55 ହଜାର କୋଟିର ବଜେଟ ଆଣିଛନ୍ତି ରାଜ୍ୟ ସରକାର । ସେଥିରୁ 1 ଲକ୍ଷ 18 ହଜାର କୋଟି ଟଙ୍କାର କାମଚଳା ବଜେଟ ରହିଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ମିଳିଛି ସବୁଠୁ ଅଧିକ ଅର୍ଥ- 24 ହଜାର 7 ଶହ 64 କୋଟି ଟଙ୍କା । ପଂଚାୟତରାଜ ବିଭାଗ ପାଇଁ 22 ହଜାର 543 କୋଟି, ସ୍ବାସ୍ଥ୍ୟ ବିଭାଗ 19 ହଜାର 729 କୋଟି, ଜଳସମ୍ପଦ 13 ହଜାର 267 କୋଟି, ଯୋଜନା ଓ ସଂଯୋଜନା 12 ହଜାର 43 କୋଟି ଟଙ୍କାର ବ୍ୟୟବରାଦ ।

ସେହିପରି ନିର୍ମାଣ ବିଭାଗ 10 ହଜାର 950 କୋଟି,  ଗ୍ରାମ୍ୟ ଉନ୍ନୟନ 9 ହଜାର 330 କୋଟି, ଗୃହ ବିଭାଗ ପାଇଁ 8 ହଜାର 641 କୋଟି ଟଙ୍କାର ବ୍ୟୟବରାଦ। ପ୍ରଧାନମନ୍ତ୍ରୀ ଆବାସ ପାଇଁ 4 ହଜାର କୋଟି, ବିଜୁ ପକ୍କାଘର 100 କୋଟି, ପ୍ରଧାନମନ୍ତ୍ରୀ ଆବାସ ସହର ପାଇଁ 692 କୋଟି, ବସୁଧା ଯୋଜନା 2000 କୋଟି, ଜଳ ଜୀବନ ମିଶନ 6000 କୋଟି ଟଙ୍କାର ବ୍ୟୟବରାଦ । ମେଟ୍ରୋ 1000 କୋଟି, ରେଳ ପ୍ରକଳ୍ପ ପାଇଁ 700 କୋଟି, ରାସ୍ତା ଉନ୍ନତି ପାଇଁ 6 ହଜାର 194 କୋଟି, ନୂଆ ଓ - 200 କୋଟି, ବିଜୁ ସେତୁ ପାଇଁ 200 କୋଟି ଟଙ୍କାର ବ୍ୟୟବରାଦ । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ 1424 କୋଟି, କ୍ରୀଡା ଭିତିଭୂମି 852 କୋଟି, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ପାଇଁ 72 କୋଟି, ପ୍ରାଚୀନ କୀର୍ତିରାଜି ରକ୍ଷଣାବେକ୍ଷଣ 15 କୋଟି, ଏନଆରଏଲଏମ 1162 କୋଟି, ମିଶନ ଶକ୍ତି 2761 କୋଟି ଓ ମମତା ପାଇଁ 521 କୋଟି ଟଙ୍କାରର ବ୍ୟୟ ବରାଦ କରିଛନ୍ତି ଅର୍ଥମନ୍ତ୍ରୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
2 lakh 55 thousand crore budget for the financial year 2024-25 | Argus News