Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସୁରକ୍ଷା କର୍ମୀଙ୍କ ଗୁଳିବିନିମୟରେ ଟଳିଲେ ୨ ମାଓବାଦୀ

Swayangprajna Mishra
Browse all articles by Swayangprajna Mishra
·2 years ago
ସୁରକ୍ଷା କର୍ମୀଙ୍କ ଗୁଳିବିନିମୟରେ ଟଳିଲେ ୨ ମାଓବାଦୀ

ବୌଦ୍ଧ  : ବୌଦ୍ଧ କଣ୍ଟାମାଲ ଥାନା ପଢେଲ ଡ୍ୟାମ ନିକଟ ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ଗୁଳିବିନିମୟରେ ଦୁଇ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । କଣ୍ଟାମାଳ ଥାନା ପଢେଲ ଡ୍ୟାମ୍ ନିକଟ ଜଙ୍ଗଲରେ ଏନକାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ । ଜଙ୍ଗଲରେ କମ୍ବିଂ ବେଳେ ସୁରକ୍ଷାକର୍ମୀ ମାଓବାଦୀ ମୁହାଁମୁହିଁ ହୋଇଥିଲେ ।

ଅଧିକ ପଢନ୍ତୁ : ନୂଆପଡାରେ ମାଓ କ୍ୟାମ୍ପ ଠାବ , ମାଓ ସାମଗ୍ରୀ ଜବତ

ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ଚାଲିଥିଲା ଗୁଳି ବିନିମୟ । ଜଙ୍ଗଲରେ ୪୦ ରୁ ୫୦ ମାଓବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ବିପୁଳ ଅସ୍ତ୍ରଶସ୍ତ୍ର ସହ ମାଓ ସାମଗ୍ରୀ ଜବତ କରାଯାଇଛି । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2 militants killed by security personnel | Argus News