Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ସାଙ୍ଗମାନଙ୍କ ସହ ଖେଳୁଥିଲେ କ୍ରିକେଟ୍; ବଜ୍ରପାତରେ ଚାଲିଗଲା ୨ ନାବାଳକଙ୍କ ଜୀବନ

Odisha

Lightning Strike / ସାଙ୍ଗମାନଙ୍କ ସହ ଖେଳୁଥିଲେ କ୍ରିକେଟ୍; ବଜ୍ରପାତରେ ଚାଲିଗଲା ୨ ନାବାଳକଙ୍କ ଜୀବନ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ସାଙ୍ଗମାନଙ୍କ ସହ ଖେଳୁଥିଲେ କ୍ରିକେଟ୍; ବଜ୍ରପାତରେ ଚାଲିଗଲା ୨ ନାବାଳକଙ୍କ ଜୀବନ
Two Minor Cricketers Lose Lives

Key Points

ଏକାଧିକ ସାଙ୍ଗ ଗାଁ ପଡ଼ିଆରେ ଶୁକ୍ରବାର ଅପରାହ୍ଣରେ କ୍ରିକେଟ୍ ଖେଳୁଥିଲେ । ସେହି ସମୟରେ ହଠାତ୍ ବର୍ଷା ହେବାରୁ ସମସ୍ତେ ପଳାଇ ଯାଇଥିବା ବେଳେ ଦୁହେଁ ପାଖରେ ଥିବା ତେନ୍ତୁଳି ଗଛ ମୂଳରେ ଛିଡ଼ା ହୋଇ ରହିଥିଲେ । ସେହି ସମୟରେ ବଜ୍ରପାତ ହୋଇଥିଲା ।
    
କଣ୍ଟାମାଳ (ବୌଦ୍ଧ): ବଲ୍ ପଡ଼ୁଥିଲା, ଛକା-ଚଉକା ମାଡ଼ ହେଉଥିଲା । ବଲ୍, ବାଉଣ୍ଡରି ଛୁଇଁବା ମାତ୍ରେ ସାଙ୍ଗମାନେ ତାଳି ମାରୁଥିଲେ । ବଲ୍, ବ୍ୟାଟ୍ ଖେଳ ଭିତରେ ହଠାତ୍ ମାଡ଼ି ଆସିଥିଲା ବର୍ଷା । ଜୋର୍‌ରେ ପବନ ସାଙ୍ଗକୁ ପ୍ରବର୍ଷ ବର୍ଷିଥିଲା, ଆକାଶରେ ଗର୍ଜିଥିଲା ବିଜୁଳି ।

ବର୍ଷା ସହ ବଜ୍ରପାତକୁ ଦେଖି ସାଙ୍ଗମାନେ ଯିଏ ଯେଉଁଆଡ଼େ ପାରିଲେ ଦୌଡ଼ି ପଳାଇଲେ । ହେଲେ ପଡ଼ିଆରେ ଅଟକି ଯାଇଥିଲେ ୨ ନାବାଳକ । ଶେଷରେ ବର୍ଷାରୁ ରକ୍ଷ ପାଇଭା ପାଇଁ ଦୁହେଁ ପଡ଼ିଆରେ ଥିବା ତେନ୍ତୁଳି ଗଛ ତଳେ ଆଶ୍ରୟ ନେଇଥିଲେ ।

ଏଥିସହ ପଢ଼ନ୍ତୁ: ବଙ୍ଗୋପସାଗରରେ ଆସିପାରେ ଲଘୁଚାପ, ରାଜ୍ୟରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ 

ହେଲେ ଦୁର୍ଭାଗ୍ୟକୁ ଦୁଇ ନାବାଳକ ଆଶ୍ରୟ ନେଉଥିବା ତେନ୍ତୁଳି ଗଛ ଉପରେ ହିଁ ବଜ୍ରପାତ ହୋଇଥିଲା । ଯେଉଁଥିରେ ଉଭୟଙ୍କ ମୃତ୍ୟୁ ହୋଇଛି । ଏଭଳି ଅଘଟଣ ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ସଗଡ଼ା ଝାଙ୍କରପଡ଼ା ଗାଁରେ ।

ମୃତକ ହେଉଛନ୍ତି, ଝାଙ୍କରପଡ଼ା ଗାଁର ବିଶ୍ୱଜିତ ମିର୍ଦ୍ଧା ଏବଂ ଅନ୍ୟ ଜଣେ ଚଉଁରିଆପଦର ଗାଁର କିରନ କୁମ୍ଭାର । କିରନ ତାର ମାମୁ ଘର ଗାଁ ଝାଙ୍କରପଡାକୁ ବୁଲିବାକୁ ଆସିଥିଲା । ମାମୁ ଘର ଗାରେ ସାଙ୍ଗମାନଙ୍କ କ୍ରିକେଟ୍ ଖେଳୁଥିବା ବେଳେ ବଜ୍ରାଘାତରେ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ବିଶ୍ଵଜିତ ଓ କିରନଙ୍କ ଏକାଧିକ ସାଙ୍ଗ ଗାଁ ପଡ଼ିଆରେ ଶୁକ୍ରବାର ଅପରାହ୍ଣରେ କ୍ରିକେଟ୍ ଖେଳୁଥିଲେ । ସେହି ସମୟରେ ହଠାତ୍ ବର୍ଷା ହେବାରୁ ସମସ୍ତେ ପଳାଇ ଯାଇଥିବା ବେଳେ ଦୁହେଁ ପାଖରେ ଥିବା ତେନ୍ତୁଳି ଗଛ ମୂଳରେ ଛିଡ଼ା ହୋଇ ରହିଥିଲେ । ସେହି ସମୟରେ ବଜ୍ରପାତ ହୋଇଥିଲା ।

ଉଭୟଙ୍କୁ ତୁରନ୍ତ ସୋନପୁର ମୁଖ୍ୟ ଡାକ୍ତରଖାନାକୁ ନିଆ ଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ବଜ୍ରପାତରେ ୨ ନାବାଳକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ଏଥିସହ ପଢ଼ନ୍ତୁ: ବହି ତ୍ରୁଟିକୁ ନେଇ ବଡ଼ ଆକ୍ସନ, ନିଲମ୍ବିତ ହେଲେ ୪ ଅଧିକାରୀ 

ଚାଉଳ ଆଣିବାକୁ ଯିବାବେଳେ ବଜ୍ରପାତ

ସେପଟେ ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ଅନ୍ତର୍ଗତ ଅନୁଗୁର ପଞ୍ଚାୟତ କଟାମା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପଞ୍ଚାୟତକୁ ରାସନ ଚାଉଳ ଆଣିବା ପାଇଁ ଯାଇଥିବା ବେଳେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି ।

କଟାମା ଗାଁର ଦୁଇ ଭାଇ ଜିରାଜ ରଇତ ଓ ମୋଜେସ ରଇତ ରାସନ ଚାଉଳ ଆଣିବାକୁ ପଞ୍ଚାୟତକୁ ଯାଉଥିଲେ । ଯିବା ରାସ୍ତାରେ ବଜ୍ରପାତରେ ବଡ଼ ଭାଇ ଜିରାଜ ରଇତର ମୃତ୍ୟୁ ହୋଇଛି । ସାନ ଭାଇ ମୋଜେସକୁ ଆର୍. ଉଦୟଗିରି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored