Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Low Pressure / ବଙ୍ଗୋପସାଗରରେ ଆସିପାରେ ଲଘୁଚାପ, ରାଜ୍ୟରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ

Bikash Mohanty
Browse all articles by Bikash Mohanty
·2 weeks ago·2 min read
ବଙ୍ଗୋପସାଗରରେ ଆସିପାରେ ଲଘୁଚାପ, ରାଜ୍ୟରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ
Low Pressure

Key Points

ଆସନ୍ତା ଜୁଲାଇ ୨ ତାରିଖ ବେଳକୁ ରାଜ୍ୟରେ ଲଘୁଚାପ!
୩୦ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ
ପାଣିପାଗ ବିଭାଗର  ପୂର୍ବାନୁମାନ

ଭୁବନେଶ୍ବର,୨୬/୦୬: ଆସନ୍ତା ଜୁଲାଇ ୨ ତାରିଖ ବେଳକୁ ରାଜ୍ୟରେ ଲଘୁଚାପ ସୃଷ୍ଟି ହୋଇପାରେ । ୩୦ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ । କିନ୍ତୁ ୧ ତାରିଖ ଯାଏ ରାଜ୍ୟରେ ୧ ତାରିଖ ପରେ ବଢ଼ିବ ବର୍ଷା ସ୍ୱାଭାବିକଠାରୁ କମ୍ ବର୍ଷା ହୋଇପାରେ । ୨ରୁ ୮ତାରିଖରେ ସ୍ୱାଭାବିକ ବା ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ଅଛି । ପାଣିପାଗ ବିଭାଗ ବିସ୍ତାରିତ ଆକଳନରେ ଏହି ପୂର୍ବାନୁମାନ କରିଛି ।

ଆଇଏମ୍‌ଡିର ଆକଳନ ଅନୁସାରେ, ୧ ତାରିଖ ଯାଏ କେନ୍ଦ୍ରୀୟ ଓ ପୂର୍ବ ଭାରତର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବିକ୍ଷିପ୍ତ ସ୍ଥାନରେ ଭାରି ବର୍ଷା ହେବ । କିନ୍ତୁ ପରେ ୨ରୁ ୮ ତାରିଖ ଭିତରେ ସ୍ୱାଭାବିକ ବର୍ଷା ହେବ । କିନ୍ତୁ ବର୍ତ୍ତମାନ ସୁଦ୍ଧା (୧ରୁ ୨୫ ତାରିଖ) ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ପରିମାଣ ୪୮% ରହିଛି । ଦେବଗଡ଼ରେ ସର୍ବାଧିକ ୮୭% ନିଅଣ୍ଟିଆ ବର୍ଷା ହୋଇଛି । ନୂଆପଡ଼ାରେ ୮୨%, ସମ୍ବଲପୁରରେ ୭୩%, କଳାହାଣ୍ଡିରେ ୬୯%, ସୁନ୍ଦରଗଡ଼ରେ ୬୮%, ଅନୁଗୁଳରେ ୬୩%, ବଲାଙ୍ଗିରରେ ୬୨%, ପୁରୀରେ ୬୧% ନିଅଣ୍ଟିଆ ବର୍ଷା ହୋଇଛି । ଏହି ସମୟରେ ରାଜ୍ୟରେ ହାରାହାରି ୧୬୩ମିମି ବର୍ଷା ହେବା କଥା । କିନ୍ତୁ ମାତ୍ର ୮୪ମିମି ବର୍ଷା ହୋଇଛି ।

ପଢନ୍ତୁ ଏହି ଖବର: ରାଜ୍ୟରେ ବଢ଼ିବ କାଳବୈଶାଖୀ ବର୍ଷା,ଆଜି ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୨୧ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଶୁକ୍ରବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଓ ଗଜପତିରେ ଅଧିକ ବର୍ଷା ହୋଇପାରେ । ଏହି ୯ଟି ଜିଲ୍ଲା ପାଇଁ ଅରେଞ୍ଜ ୱାଣ୍ଣି ର୍ଂ ଜାରି ହୋଇଛି । ୧ ତାରିଖ ଯାଏ ଉତ୍ତର ଓ ଦକ୍ଷିଣ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି ।

ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଚାଷୀଙ୍କୁ ପରାମର୍ଶ ଦେଇ କହିଛନ୍ତି, ରାଜ୍ୟରେ ଯେଉଁ ପାଣିପାଗ ଅବସ୍ଥା ଯୋଗୁ ବ୍ୟାପକ ଓ ଲଗାଣ ଚାଷ ଉପଯୋଗୀ ବର୍ଷା ହୁଏ, ତାହା ଏବେସୁଦ୍ଧା ସଂଗଠିତ ହୋଇନି । ରାଜ୍ୟରେ ନିରନ୍ତର ବର୍ଷା ପାଇଁ ଏବେସୁଦ୍ଧା ମୌସୁମୀ ଟ୍ରଫ୍ ଶକ୍ତିଶାଳୀ ହୋଇନି । ଚାଷୀମାନେ ଦିନେ ବା ଦୁଇ ଦିନର ବର୍ଷାକୁ ଚାଷ ଅନୁକୂଳ ବର୍ଷା ଭାବେ ଧରି ବୁଣାବୁଣି ଆରମ୍ଭ କରିବା ଠିକ ହେବନି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Low Pressure Likely Over Bay of Bengal; IMD Issues Heavy Rain Alert for Odisha | Argus News