Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବରଗଡ଼ ଭାରତ ଫାଇନାନ୍ସ ଘୋଟାଲାରେ ଆଉ 2 ଗିରଫ

Smruti Parija
Browse all articles by Smruti Parija
·2 years ago·2 min read
ବରଗଡ଼ ଭାରତ ଫାଇନାନ୍ସ ଘୋଟାଲାରେ ଆଉ 2 ଗିରଫ

Key Points

ଅର୍ଗସରେ ଖବର ପ୍ରସାରଣ ପରେ ଚେତିଲା ପୋଲିସ
ବରଗଡ଼ ଭାରତ ଫାଇନାନ୍ସ ଘୋଟାଲାରେ ଆଉ 2 ଜଣ ଗିରଫ
ଦିନକ ତଳେ ବନ୍ଧା ହୋଇଥିଲେ ଜଣେ ଅଭିଯୁକ୍ତ
ଗରିବଙ୍କୁ ଲୁଟ୍ କରିଥିବା ସଂସ୍ଥାର ମ୍ୟାନେଜରଙ୍କୁ କେବେ ଧରିବ ପୋଲିସ ? 

ବରଗଡ: ବରଗଡ଼ ଭାରତ ଫାଇନାନ୍ସ କେଳେଙ୍କାରୀର ଗୁମର ଖୋଲୁଛି। ଆଇନ ଜାଲରେ ପଡୁଛନ୍ତି ଜଣେ ପରେ ଜଣେ ଅଭିଯୁକ୍ତ । ଭାରତ ଫାଇନାନ୍ସ ନାଁମକ ଏ ସଂସ୍ଥାର କର୍ମଚାରୀ ଗରିବଙ୍କ ନାଁରେ ଋଣ ଉଠାଉଥିଲେ, ସେ ଟଙ୍କାରେ ମଉଜ କରୁଥିଲେ । ଏପଟେ ନିଜ ନାଁରେ ଋଣ ଥିବା ଜାଣିବା ପରେ ଏ ଅଫିସରୁ ସେ ଅଫିସ୍ ଧାଉଁଥିଲେ ଗରିବ ନିରିହ ମହିଳା । ନ୍ୟାୟ ଦୂରର କଥା ଏମାନଙ୍କ କଥା ବି ଶୁଣୁନଥିଲେ ପୋଲିସ ବାବୁ। କିନ୍ତୁ ଅର୍ଗସରେ ଖବର ପ୍ରସାରଣ ପରେ ପୋଲିସର ନିଦ ଭାଙ୍ଗିଲା ।

ଗତ 11 ତାରିଖରେ ଜଣେ ଅଭିଯୁକ୍ତ ଗଣେଶ ସାଥୁଆ ଓ ଆଜି ଭାରତର ଫାଇନାନ୍ସର ଦୁଇ ଜଣ ପୂର୍ବତନ କର୍ମଚାରୀ ସୁରଜ ପ୍ରଧାନ ଓ ସୁଶାନ୍ତ ମହାକୁଡ଼ଙ୍କୁ ବାନ୍ଧିଛି ଭେଡେନ ପୋଲିସ । ସୁଶାନ୍ତ ବରଗଡ଼ ଜିଲ୍ଲାର ହୋଇଥିବା ବେଳେ ସୁରଜ ପ୍ରଧାନ ସୋନପୁର ଜିଲ୍ଲାର ବାସିନ୍ଦା । ଏମାନଙ୍କୁ ପାଇକମାଳରୁ ଗିରଫ କରାଯାଇଛି। ତେବେ ବଡ଼ ପ୍ରଶ୍ନ ହେଲା ଲୁଟରେ ମୁଖ୍ୟ କାର୍ପଟଦାର ଭାରତ ଫାଇନାନ୍ସ ଓ ଇଣ଼୍ଡସିଇଣ଼୍ଡ ବ୍ୟାଙ୍କର ପୂର୍ବତନ ମ୍ୟାନେଜରଙ୍କ ପାଖରେ କେବେ ପହଞ୍ଚିବ ପୋଲିସ ଫନ୍ଦା ? 

ଗରିବ ଲୋକଙ୍କୁ ଫସାଇ ସେମାନଙ୍କର ଦସ୍ତଖତ ଓ ଫିଙ୍ଗରପ୍ରିଣ୍ଟ ନେଇ ଉଠାଯାଇଛି କୋଟି କୋଟି ଟଙ୍କାର ଋଣ । ବରଗଡ଼ ଜିଲ୍ଲାର ଭେଡେନ, ବରପାଲି, ବରଗଡ଼ ବ୍ଲକ୍ ସମେତ ସୋନପୁର ଜିଲ୍ଲାର ବିନିକା ଓ ବୀରମହାରାଜପୁର ଯାଏଁ ବହୁ ଲୋକ ପାଲଟିଛନ୍ତି ଏହି ଲୁଟର ଶିକାର। ଧୋକାର ଶିକାର କେତେକ ଅନ୍ୟ ସଂସ୍ଥାରେ ଋଣ ପାଇଁ ଆବେଦନ କରିବା ବେଳେ ସେମାନଙ୍କ ନାଁରେ ପୂର୍ବରୁ ଋଣ ଥିବା ଓ ପଠଇ କରାଯାଇନଥିବା ଜଣାଯାଇଥିଲା। ଏହା ପରେ ସାମ୍ନାକୁ ଆସିଲା ଭାରତ ଫାଇନାନ୍ସର କେଳେଙ୍କାରୀ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଶ୍ନ ହେଲା କେବଳ ବରଗଡ଼ ଓ ସୋନପୁର ଜିଲ୍ଲାରେ ଏହି ଋଣ ଠକେଇ  ହୋଇଛି ନା ଆଉ କେଉଁ ଜିଲ୍ଲାକୁ ଲମ୍ବିଛି ଲୁଟର ଚେର। କୋଟିକୋଟି ଟଙ୍କା ଲୁଟ୍ ମାମଲାରେ ପୋଲିସ ତଦନ୍ତକୁ ନେଇ ମଧ୍ୟ ଉଠୁଛି ପ୍ରଶ୍ନ । 

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
2 more arrested in Bargarh Bharat Finance scam | Argus News