Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଝିଙ୍କ ଶିକାର କରି ଦୁଇ ଗିରଫ 

Odisha

ଝିଙ୍କ ଶିକାର କରି ଦୁଇ ଗିରଫ 

Manini Pattanayak
Browse all articles by Manini Pattanayak
·1 year ago
ଝିଙ୍କ ଶିକାର କରି ଦୁଇ ଗିରଫ 

ମୟୁରଭଞ୍ଜ: ଶିମିଳିପାଳରୁ ପୁଣି ୨ ଶିକାରୀ ଗିରଫ। ଶିମିଳିପାଳ ଦକ୍ଷିଣ ଡିଭିଜନ ଅନ୍ତର୍ଗତ ପିଠାବଟା ଉତ୍ତର ରେଞ୍ଜ୍ ରୁ ସେମାନଙ୍କୁ ଝିଙ୍କ ଶିକାର ଅଭିଯୋଗରେ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୧.୧୫୦ ଗ୍ରାମ ଝିଙ୍କ ମାଂସ ଓ ୮୮ଟି ଝିଙ୍କ ପର (କଣ୍ଟା) ସହ ୧ଟି ଦେଶୀବନ୍ଧୁକ ଏବଂ ଧନୁଶର ଜବତ ଓ ପନିଖି କୁ ମଧ୍ୟ ଜବତ କରାଯାଇଛି।

ଗିରଫ ଅଭିଯୁକ୍ତ ମାନେ ହେଲେ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ଆଳୁବଣୀ ଗ୍ରାମର ଚାମଟୁ ହେମ୍ବ୍ରମ (୪୦ବର୍ଷ) ଓ ବାଇଧର ସୋରେନ (୫୪ବର୍ଷ)। ଉଭୟ ଶିକାରୀ ଙ୍କ ନାମରେ ଆଜି ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ମାମଲା ଦାୟର କରିବା ସହ କୋର୍ଟ ଫରଓ୍ବାଡ କରାଯାଇଛି । ତେବେ ବାଇଧର ସୋରେନ୍ ହଳଦୀବଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବୋଲି ଜଣାପଡିଛି । 

ଅଧିକ ପଢନ୍ତୁ ଓଡିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2 more poachers arrested from Similipal. | Argus News