Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

21 ଦିନ ପରେ ଦିଲ୍ଲୀରୁ କଏଦୀକୁ ଗିରଫ କରିଛି ଟିଟିଲାଗଡ଼ ପୋଲିସ୍

Banajyotshna Ray
Browse all articles by Banajyotshna Ray
·2 years ago·1 min read
21 ଦିନ ପରେ ଦିଲ୍ଲୀରୁ କଏଦୀକୁ ଗିରଫ କରିଛି ଟିଟିଲାଗଡ଼ ପୋଲିସ୍

ଅର୍ଗସ ବ୍ୟୁରୋ:  ଟିଟିଲାଗଡ଼ ଜେଲରୁ ୨ ବିଚାରାଧୀନ ହତ୍ୟା ଅଭିଯୁକ୍ତ କଏଦୀ ଫେରାର ଘଟଣା । 21 ଦିନ ପରେ ଦିଲ୍ଲୀରୁ କଏଦୀ ସୁମିତ ବିହାରୀକୁ ଗିରଫ କରିଛି ଟିଟିଲାଗଡ଼ ପୋଲିସ୍ । ଅନ୍ୟ ଜଣେ କଏଦୀ ଶୋଭାବନ ରଣାର ଏବେ ସୁଦ୍ଧା ଟେର୍ ପାଉନି ପୋଲିସ୍ । ତେବେ ଜେଲରୁ କଏଦୀ ଫେରାର ହୋଇ ଦିଲ୍ଲୀ ଗଲେ କିଭଳି ? । କେମିତି ଓଡ଼ିଶା ପୋଲିସର ଗୁଇନ୍ଦା ବିଭାଗ ଜାଣିପାରିଲେ ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ । ପୂର୍ବରୁ ଘଟଣାରେ ଦୁଇ ଜେଲ ୱାଡେନ ଦାନୀ ଦୋରା ଓ ସଂଗୀତା ଗିରୀ ନିଲମ୍ବିତ ହୋଇଛନ୍ତି । ଗତ 9 ତାରିଖ ଶନିବାର ରାତ୍ରୀରେ ଜେଲ ପାଚେରୀ ଡେଇଁ କଏଦୀ ଶୋଭାବନ ରଣା ଓ ସୁମିତ ବିହାରୀ ଫେରାର୍ ହୋଇଯାଇଥିଲେ । ସିନ୍ଧେକେଲା ଶିଶୁ ବଳି ଘଟଣାର ଅଭିଯୁକ୍ତ ହେଉଛନ୍ତି ଏହି ଦୁଇ କଏଦୀ ।

ଜେଲ ଅଧିକ୍ଷକ ଚିତ୍ତରଞ୍ଜନ ସାହୁ ତଥା ଜେଲ କର୍ମଚାରୀଙ୍କ ସହ ଉଭୟ କଏଦୀଙ୍କ ଫଟୋ ଭାଇରଲ ହୋଇଥିଲା । ଜେଲ ପାଚେରୀ ବାହାରେ ଥିବା ହନୁମାନ ମନ୍ଦିରରେ ଭୋଜିଭାତ ଚାଲୁଥିଲା । ଉଭୟ କଏଦୀ ଜେଲ କର୍ମଚାରୀଙ୍କ ପରିବାରଙ୍କୁ ଖାଦ୍ୟ ବାଢିଥିଲେ । ଏଥିରୁ ଉଭୟ କଏଦୀ ଜେଲରଙ୍କ କେତେ ଘନିଷ୍ଠ ଥିଲେ ଏଥିରୁ ପ୍ରମାଣିତ ହୋଇଥିଲା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2 pending prisoners missingfrom Titlagarh Jail | Argus News