|
logo
Live

Argus News - ମକର ସଂକ୍ରାନ୍ତିରେ ଅଘଟଣ; ଗୁଡି ସୂତା ଲାଗି କଟିଲା ହାତ, ବେକ

Odisha

ମକର ସଂକ୍ରାନ୍ତିରେ ଅଘଟଣ; ଗୁଡି ସୂତା ଲାଗି କଟିଲା ହାତ, ବେକ

Smruti Parija
Browse all articles by Smruti Parija
·2 years ago·1 min read
ମକର ସଂକ୍ରାନ୍ତିରେ ଅଘଟଣ; ଗୁଡି ସୂତା ଲାଗି କଟିଲା ହାତ, ବେକ

କଟକ: ମକର ସଂକ୍ରାନ୍ତିରେ ଅଘଟଣ । କଟକ ବାଲିକୁଦାରେ ଗୁଡ଼ି ସୂତା ଲାଗି 2 ଜଣ ଆହତ ହୋଇଛନ୍ତି । ସୂତା ଲାଗି ବେକ ଓ ହାତ କଟିଛି । ବାଇକରେ ନିଆଳିରୁ କଟକ ଆସୁଥିବା ବେଳେ ୨ ଜଣଙ୍କ ସହ ଏ ଅଘଟଣ ଘଟଛି । ଗୁଡ଼ି ସୂତା ଯୋଗୁ ଆହତ ହୋଇଛନ୍ତି ୨ ଜଣ । ଗୁଡ଼ି ଉଡ଼ାରେ ପ୍ଲାଷ୍ଟିକ ସୂତା ବ୍ୟବହାର ଉପରେ କଟକଣା ଲଗାଇଛି କମିଶନରେଟ ପୋଲିସ । ହେଲେ ବି ମାନୁନାହାନ୍ତି ଅମାନିଆ । ପ୍ରତିବର୍ଷ ମାଞ୍ଜା ସୂତା ନିଷେଧ ହେବା ସତ୍ତ୍ୱେ ବି ବ୍ୟବହାର ହେଉଛି । ଏବଂ ଏହାଦ୍ୱାରା ଅନେକ ଜୀବନ ଯାଉଛି ।

ମକର ସଂକ୍ରାନ୍ତି ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ମକରନୀତି

ସେପଟେ ଆଜି ମକର ସଂକ୍ରାନ୍ତି ଉପଲକ୍ଷେ ଗାଁ ଠୁ ସହର ଉତ୍ସବ ମୁଖର । ସକାଳୁ ଦେବାଳୟ ମାନଙ୍କରେ ଭିଡ । ନୂଆ ଚାଉଳ ଭୋଗ କରି ପ୍ରସାଦ ଖାଉଛନ୍ତି ସଭିଏଁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଜିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଛି । ସୂର୍ଯ୍ୟଙ୍କ ଉତ୍ତରାୟଣ ଗତିକୁ ଅତି ଶୁଭଙ୍କର ବିଶ୍ବାସ କରାଯାଏ । ଏହି ଅବସରରେ ମାଳଚୂଳ ଅଳଙ୍କାର ପିନ୍ଧି ମକର ଚୌରାସୀ ବେଶରେ ସଜ୍ଜିତ ହୋଇଛନ୍ତି ଶ୍ରୀଜିଉ । 

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
ମକର ସଂକ୍ରାନ୍ତିରେ ଅଘଟଣ; ଗୁଡି ସୂତା ଲାଗି କଟିଲା ହାତ, ବେକ | Argus News