କିଟ୍ ଛାତ୍ରଙ୍କୁ ମାଡ ଘଟଣା, ୨ ସିକ୍ୟୁରିଟି ଗାର୍ଡ ଗିରଫ

ଭୁବନେଶ୍ୱର: କିଟ୍ ଛାତ୍ରଙ୍କୁ ମାଡ ଘଟଣା। ୨ ସିକ୍ୟୁରିଟି ଗାର୍ଡ ଗିରଫ। ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଯୋଗାଇବାକୁ କମିଶନରେଟ୍ ପୋଲିସର ପ୍ରତିଶ୍ରୁତି। କମିଶନରେଟ ପୋଲିସ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ଅସୁବିଧା ହେଲେ ୮୨୮୦୩୩୮୩୦୧ ରେ ଯୋଗାଯୋଗ ପାଇଁ ଅନୁରୋଧ।
କିଟ୍ କଲେଜର ହଷ୍ଟେଲ ରୁମରୁ ଜଣେ ଛାତ୍ରୀଙ୍କର ମୃତଦେହ ମିଳିଥିଲା । ଯାହାକୁ ନେଇ ବିଶ୍ବବିଦ୍ୟାଳୟରେ ନେପାଳ ଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ତେବେ ଏହି ସମୟରେ କଲେଜର କିଛି ଷ୍ଟାଫ ନେପାଳ ଛାତ୍ରମାନଙ୍କୁ ଧମକଚମକ ଦେଇଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ଏପରିକି ଛାତ୍ରମାନଙ୍କୁ ମାଡ଼ ମାରିବାର ଅଭିଯୋଗ ମଧ୍ୟ ହୋଇଥିଲା। ଏଥିସହିତ ନେପାଳ ଛାତ୍ରମାନଙ୍କୁ କ୍ୟାମ୍ପସରୁ ବିଦା କରିଦିଆଯାଇଥିଲା । ବର୍ତ୍ତମାନ ଏହି ଘଟଣାରେ ୨ ଜଣ ସିକ୍ୟୁରିଟି ଗାର୍ଡ ଗିରଫ ହୋଇଥିବା ଜଣାପଡିଛି। ଏହାସହ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିଛନ୍ତି କମିଶନରେଟ୍ ପୋଲିସ।
ଏଘଟଣାକୁ ନେଇ ନେପାଳରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସେପଟେ ଘଟଣାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଜୋରଦାର ଚର୍ଚ୍ଚା ହୋଇଥିଲା। ପୋଲିସ କମିଶନର କହିଛନ୍ତି ଯେ, ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି। ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯାଉଛି। ବିଦେଶୀ ଛାତ୍ରୀ ମୃତ୍ୟୁ ଘଟଣାରେ ସଂପୃକ୍ତ ଛାତ୍ରକୁ ଗିରଫ କରାଯିବା ସହ ତଦନ୍ତ ଚାଲିଛି।
📱 Get Argus News App
✨କିଟ୍ ବିଶ୍ବ ବିଦ୍ୟାଳୟରେ ବିଦେଶୀ ଛାତ୍ରୀ ମୃତ୍ୟୁ ମାମଲା ନେଇ ସୃଷ୍ଟି ହୋଇଥିବା ଘଟଣାକ୍ରମ ନେଇଛି ବିବାଦୀୟ ମୋଡ଼। ଏହା ପାଲଟିଛି ଅନ୍ତର୍ଜାତୀୟ ପ୍ରସଙ୍ଗ। କିଟ୍ ପାଇଁ ଅନ୍ତର୍ଜାତୀୟ ସ୍ତରରେ ବଦନାମ ହୋଇଛି ଓଡ଼ିଶା। ଏମ୍ସ ହସ୍ପିଟାଲରେ ଆରମ୍ଭ ହୋଇଛି ମୃତ ଛାତ୍ରୀଙ୍କ ପୋଷ୍ଟମର୍ଟମ। ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ମୃତ ଛାତ୍ରୀଙ୍କ ବାପାଙ୍କ ସମେତ ତାଙ୍କ କଲେଜ ସହଯୋଗୀ ଓ ସମ୍ପର୍କୀୟ। ପୁରା ପୋଷ୍ଟମର୍ଟମ ରିପୋର୍ଟର ଭିଡିଓ ରେକର୍ଡ କରିବ କମିସନରେଟ ପୋଲିସ ବୋଲି ସୂଚନା ରହିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: