Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା, ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା

Odisha

ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା, ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା, ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା

କିଟ୍ ବିଶ୍ବ ବିଦ୍ୟାଳୟରେ ବିଦେଶୀ ଛାତ୍ରୀ ମୃତ୍ୟୁ ମାମଲା ନେଇ ସୃଷ୍ଟି ହୋଇଥିବା ଘଟଣାକ୍ରମ ନେଇଛି ବିବାଦୀୟ ମୋଡ଼। ଏହା ପାଲଟିଛି ଅନ୍ତର୍ଜାତୀୟ ପ୍ରସଙ୍ଗ। କିଟ୍ ପାଇଁ ଅନ୍ତର୍ଜାତୀୟ ସ୍ତରରେ ବଦନାମ ହୋଇଛି ଓଡ଼ିଶା। ଏମ୍ସ ହସ୍ପିଟାଲରେ ଆରମ୍ଭ ହୋଇଛି ମୃତ ଛାତ୍ରୀଙ୍କ ପୋଷ୍ଟମର୍ଟମ। ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ମୃତ ଛାତ୍ରୀଙ୍କ ବାପାଙ୍କ ସମେତ ତାଙ୍କ କଲେଜ ସହଯୋଗୀ ଓ ସମ୍ପର୍କୀୟ। ପୁରା ପୋଷ୍ଟମର୍ଟମ ରିପୋର୍ଟର ଭିଡିଓ ରେକର୍ଡ କରିବ କମିସନରେଟ ପୋଲିସ ବୋଲି ସୂଚନା ରହିଛି । କିଟ ବିଶ୍ବବିଦ୍ୟାଳୟରେ ମୃତ ଛାତ୍ରୀଙ୍କ ବାପାଙ୍କ ତୀବ୍ର ପ୍ରତିକ୍ରିୟା ରହିଛି । ଝିଅକୁ ନ୍ୟାୟ ପାଇଁ ସେ ଦାବି କରିଛନ୍ତି।

ଛାତ୍ରୀଙ୍କ ବାପା ସୁନୀଲ ଲାମସାଲ୍‌ କହିଛନ୍ତି ଆମେ କେବଳ ନ୍ୟାୟ ଚାହୁଁଛୁ। ଆମ ସହ ଯାହା ହୋଇଛି, କାହା ସହ ସେପରି ନହେଉ। `ଓଡ଼ିଶା ସରକାର ଓ ପୋଲିସ ଉପରେ ଭରସା ଅଛି'। `ଛାତ୍ରମାନଙ୍କୁ ଏପରି କ୍ୟାମ୍ପସ୍‌ରୁ ତଡ଼ିଦେବା ଉଚିତ ନୁହେଁ'। `ସେମାନେ ପାଠ ପଢ଼ିବାକୁ ଆସିଛନ୍ତି, ଏପରି ତଡ଼ିଦେବା ଠିକ୍‌ ନୁହେଁ' ।

ରାଜ୍ୟ ଏବଂ ଦେଶକୁ ବଦନାମ କରିଛି କିଟ୍ ବିଶ୍ୱବିଦ୍ୟାଳୟ । ଏଥିରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନାଁ ବି ସାମ୍ନାକୁ ଆସିଛି । କିଟ୍ ଓ ଅଚ୍ୟୁତ ସାମନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କ ଉପରେ ବଢ଼ିଲା ଚାପ। ବିଦେଶୀ ଛାତ୍ରଛାତ୍ରୀଙ୍କୁ ଅପମାନ ନେଇ ଭାରତ ସରକାର କ୍ଷୁବ୍ଧ ହୋଇଛନ୍ତି। ଅଚ୍ୟୁତଙ୍କ ବିରୋଧରେ ହୋଇପାରେ ବଡ଼ ଆକ୍ସନ।

ରବିବାର ରାତିରେ ଜଣେ ଛାତ୍ରୀ ହଷ୍ଟେଲ ରୁମରୁ ଜଣେ ଛାତ୍ରୀଙ୍କର ମୃତଦେହ ମିଳିଥିଲା । ବଏଫ୍ରେଣ୍ଡର ନିର୍ଯାତନାର ଶିକାର ହୋଇ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା କୁହାଯାଇଥିଲା। ଯାହାକୁ ନେଇ ବିଶ୍ବବିଦ୍ୟାଳୟରେ ନେପାଳ ଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ତେବେ ଏହି ସମୟରେ କଲେଜର କିଛି ଷ୍ଟାଫ ନେପାଳ ଛାତ୍ରମାନଙ୍କୁ ଧମକଚମକ ଦେଇଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ଏପରିକି ଛାତ୍ରମାନଙ୍କୁ ମାଡ଼ ମାରିବାର ଅଭିଯୋଗ ମଧ୍ୟ ହୋଇଥିଲା। ଏଥିସହିତ ନେପାଳ ଛାତ୍ରମାନଙ୍କୁ କ୍ୟାମ୍ପସରୁ ବିଦା କରିଦିଆଯାଇଥିଲା ।

ଯାହାକୁ ନେଇ ନେପାଳରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ନେପାଳ ପ୍ରଧାନମନ୍ତ୍ରୀ ଟ୍ବିଟ କରି ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେପଟେ ଘଟଣାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଜୋରଦାର ଚର୍ଚ୍ଚା ହୋଇଥିଲା। ପୋଲିସ କମିଶନର କହିଛନ୍ତି ଯେ, ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି। ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯାଉଛି।  ବିଦେଶୀ ଛାତ୍ରୀ ମୃତ୍ୟୁ ଘଟଣାରେ ସଂପୃକ୍ତ ଛାତ୍ରକୁ ଗିରଫ କରାଯିବା ସହ ତଦନ୍ତ ଚାଲିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Nepali student death case, postmortem report awaited in Bhubaneswar | Argus News