ଟ୍ରକ ଧକ୍କାରେ ୨ ଛାତ୍ର ସମେତ ଅଭିଭାବକ ମୃତ
·1 year ago

କେଉଁଝର : ଚାପିଦେଲା ଟ୍ରକ୍ । ୨ ଛାତ୍ରଙ୍କ ସମେତ ଜଣେ ଅଭିଭାବକ ମୃତ । କେନ୍ଦୁଝର ଜିଲ୍ଲା ଯୋଡ଼ା ଡିଏଭି ସ୍କୁଲ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣା ଟ୍ରକ୍ ଧକ୍କାରେ ଡିଏଭି ସ୍କୁଲର ୨ ଛାତ୍ରଙ୍କ ସମେତ ଜଣେ ଅଭିଭାବକଙ୍କ ମୃତ୍ୟୁ ହୋଇଛି । ମୃତକ ଯୋଡ଼ା ଆଜାଦ ବସ୍ତି ଅଞ୍ଚଳର କ୍ରିଷ୍ଣା ଭୂସାଲ୍, ତାଙ୍କ ପୁଅ ନିକିତ ଭୂସାଲ୍ ଓ ସନ୍ତୋଷ ଶର୍ମାଙ୍କ ପୁଅ ଗଣେଶ ଶର୍ମା ।
ଅଧିକ ପଢନ୍ତୁ : ଭାରସାମ୍ୟ ହରାଇ ଓଲଟି ପଡିଲା କାର, ନିଖୋଜ କାର ଚାଳକ
କ୍ରିଷ୍ଣା ଭୂସାଲ୍ ଏକ ବାଇକ୍ ଯୋଗେ ଦୁଇ ଛାତ୍ରଙ୍କୁ ନେଇ ସ୍କୁଲ ଛାଡ଼ିବାକୁ ଯିବାବେଳେ ଟ୍ରକ୍ ଟି ସେମାନଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: