Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହାନଦୀ କୂଳରେ ଥାଇ ଲୋକେ ଭୋଗୁଛନ୍ତି ଜଳ ଯନ୍ତ୍ରଣା

Manini Pattanayak
Browse all articles by Manini Pattanayak
·2 years ago·1 min read
ମହାନଦୀ କୂଳରେ ଥାଇ ଲୋକେ ଭୋଗୁଛନ୍ତି ଜଳ ଯନ୍ତ୍ରଣା

ବୌଦ୍ଧ : ଦୀପତଳ ଅନ୍ଧାର। ମହାନଦୀ କୂଳରେ ଥାଇ ଲୋକେ ଭୋଗୁଛନ୍ତି ଜଳ ଯନ୍ତ୍ରଣା।  ପାଣି ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ୨ ଖଣ୍ଡ ଗ୍ରାମବାସୀ। ପୋଖରୀ ଗାଡ଼ିଆର ମଇଳା ପାଣି ମେଣ୍ଟାଉଛି ଶୋଷ।  ପଂଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ନିଜ ନିର୍ବାଚନ ମଣ୍ଡଳୀରୁ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ l ଦୀର୍ଘ ପଚିଶ ବର୍ଷ କ୍ଷମତାରେ ଥାଇ ମଧ୍ୟ ଲୋକଙ୍କୁ ପିଇବା ପାଣି ଯୋଗାଇବା ରେ ବିଫଳ ରାଜ୍ୟ ସରକାର l ଶେଷରେ ଗରା ବାଲ୍ଟି ଧରି ରାସ୍ତାରେ ପ୍ରତିବାଦ କରିଛନ୍ତି ମହିଳା ମାନେ l

ବୌଦ୍ଧ ଖୁଣ୍ଟବନ୍ଧ ପଞ୍ଚାୟତର ବେନ୍ଦିରିପାଲି ଓ ସରଧାପୁର। ଗାଁରେ ପ୍ରାୟ 200 ପରିବାର ବସବାସ କରନ୍ତି । ମହାନଦୀ କୂଳରେ ଅବସ୍ଥିତ ଏହି 2ଟି ଗାଁରେ ପାନୀୟ ଜଳର ଉତ୍କଟ ଅଭାବ ଦେଖାଇଛି । ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଗାଁ ଠାରୁ ମାତ୍ର 3 କିଲୋମିଟର ଦୂରରେ ଥିବା ମହାନଦୀ କୂଳରେ ନିର୍ମାଣ ହୋଇଛି ମେଗା ପାନୀୟଜଳ ପ୍ରକଳ୍ପ ।  

କିନ୍ତୁ ଦୀପ ତଳ ଅନ୍ଧାର ଭଳି ଏହି ଦୁଇ ଗାଁକୁ ପାଣି ପାଇପ ପକାଯାଇଥିଲେ ମଧ୍ୟ ଦୀର୍ଘ ଦୁଇ ବର୍ଷ ହେଲା ପାନୀୟ ଜଳ ଯୋଗାଣ ହେଉନାହିଁ । ଜଳ ଯୋଗାଣ ପାଇଁ ଗାଁରେ ନଳକୂପ ଅଛି ମାତ୍ର।  ଜଳସ୍ତର ହ୍ରାସ ଯୋଗୁଁ ସେଗୁଡିକ ପ୍ରାୟ ଅଚଳ ଅବସ୍ଥାରେ ପଡି ରହିଛି । ରାଜ୍ୟ ସରକାର ବସୁଧା ଯୋଜନାରେ ଘରକୁ ଘର ଜଳ ଯୋଗାଣ ହେଉଥିବା କହି ବାହାବାହି ନେଉଥିବା ବେଳେ ବିଭାଗୀୟ ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳିରେ ପାଣି ପାଇଂ ହନ୍ତସନ୍ତ ହେଉଛନ୍ତି ଅଞ୍ଚଳବାସୀ। ଏ ହେଉଛି ୨୪ ବର୍ଷର ସ୍ଥିର ସରକାରଙ୍କ ପ୍ରତାରଣା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Sponsored
2 villagers are suffering from lack of water. The dirty water of the pond quenches thirst | Argus News