Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବଜ୍ରପାତରେ ୨ଯୁବକ ମୃତ

Odisha

ବଜ୍ରପାତରେ ୨ଯୁବକ ମୃତ

Ritu Das
Browse all articles by Ritu Das
·2 years ago
ବଜ୍ରପାତରେ ୨ଯୁବକ ମୃତ

ଅର୍ଗସ ବ୍ୟୁରୋ: ବଜ୍ରପାତରେ ୨ ଶ୍ରମିକଙ୍କ ମୃତ୍ୟୁ । ଦିଗପହଣ୍ଡି ପାଟପୁର ମୀନବଜାର ଯାତ୍ରାରେ ଅଘଟଣ । ସେଠାରେ ଶ୍ରମିକ ଭାବେ କାମ କରୁଥିବା ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ୨ ଜଣ ଶ୍ରମିକ ହେଉଛନ୍ତି ଡୁଗୁଲା ପ୍ରଧାନ ଓ ସନ୍ୟାସୀ ସାହୁ । 

ଡୁଗୁଲା ପ୍ରଧାନଙ୍କ ଘର ପୁରୀ ଜିଲ୍ଲା ନିରାକାର ପୁର ନିକଟ ଆଳିପଡ଼ା ଏବଂ ସନ୍ୟାସୀ ସାହୁଙ୍କ ଘର ପୋଲସରାର କଳମ୍ବ ନିକଟର ଗୁଡ଼ିଆପଦା ଗ୍ରାମରେ ବୋଲି ଜଣାପଡ଼ିଛି । ତେବେ ଦୁଇ ଜଣ ଶ୍ରମିକ ଏକ ଆମ୍ବଗଛ ମୁଳେ ବସିଥିବା ସମୟରେ ବଜ୍ରପାତ ହୋଇଥିଲା ଯାହାଫଳରେ ଉୟଭଙ୍କ ମୃତ୍ୟୁ ଘଟଣାସ୍ଥଳରେ ହୋଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
2 youths | Argus News