Videos
|
Odisha

Fishermen Stranded / ଆନ୍ଧ୍ରରୁ ଆସି ଗୋପାଳପୁର ସମୁଦ୍ରରେ ଫସିଗଲେ ୨୦ ମତ୍ସ୍ୟଜୀବୀ

Bikash Mohanty
Browse all articles by Bikash Mohanty
·2 months ago·2 min read
ଆନ୍ଧ୍ରରୁ ଆସି ଗୋପାଳପୁର ସମୁଦ୍ରରେ ଫସିଗଲେ ୨୦ ମତ୍ସ୍ୟଜୀବୀ
fishermen

Key Points

ସମୁଦ୍ରରେ ଫସିଗଲେ ମତ୍ସ୍ୟଜୀବୀ
ଗୋପାଳପୁର ସମୁଦ୍ରରେ ଫସିଲେ ଆନ୍ଧ୍ରର ମତ୍ସ୍ୟଜୀବୀ 
ସମୁଦ୍ରରେ ଫସିଛନ୍ତି ମତ୍ସ୍ୟଜୀବୀ ଓ ୨୦ରୁ ଅଧିକ ମାଛଧରା ବୋଟ
ଅଶାନ୍ତ ସମୁଦ୍ର ଯୋଗୁଁ  ନିଜ ଅଞ୍ଚଳକୁ ଫେରିପାରୁନାହାନ୍ତି
ବ୍ରହ୍ମପୁର,୦୬/୦୭:ପ୍ରବଳ ପବନ ଓ ଅଶାନ୍ତ ହୋଇଛି ସମୁଦ୍ର। ଆସୁଛି ବିରାଟ ଲହଡି। ଏଥିଯୋଗୁଁ ସମୁଦ୍ରରେ ଫସିଗଲେ ମତ୍ସ୍ୟଜୀବୀ । ଲଘୁଚାପର ପ୍ରଭାବ ଗଞ୍ଜାମ ଗୋପାଳପୁର ସମୁଦ୍ରରେ ଫସିଲେ ଆନ୍ଧ୍ରର ମତ୍ସ୍ୟଜୀବୀ । ସମୁଦ୍ରରେ ଫସିଛନ୍ତି ମତ୍ସ୍ୟଜୀବୀ ଓ ୨୦ରୁ ଅଧିକ ମାଛଧରା ବୋଟ । ଲଘୁଚାପ ପାଇଁ ୪ରୁ ୭ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ମାଛ ଧରିବା ପାଇଁ ଯିବା ଉପରେ କଟକଣା ଜାରି ରହିଥିବାବେଳେ ଏମାନେ ସମୁଦ୍ର ଭିତରେ ରହିଥିଲେ । ଆନ୍ଧ୍ର ପ୍ରଦେଶର କାକିନାଡା ଅଞ୍ଚଳର ୨୦ରୁ ଅଧିକ ମାଛଧରା ବୋଟ ଆର୍ଯ୍ୟପଲ୍ଲୀ ଉପକୂଳ ନିକଟରେ ଫସି ରହିଛି । ପ୍ରବଳ ପବନ ଓ ଅଶାନ୍ତ ସମୁଦ୍ର ଯୋଗୁଁ ସେମାନେ ନିଜ ଅଞ୍ଚଳକୁ ଫେରିପାରୁନାହାନ୍ତି।

ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା । ଅଶାନ୍ତ ରହିଛି ଓଡ଼ିଶା ଉପକୂଳ । ଯେଉଁଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ଓଡ଼ିଶାର ସମସ୍ତ ବନ୍ଦରରେ ୩ ନମ୍ବର ସତର୍କତା ସଂକେତ ରହିଛି । ଏହାରି ଭିତରେ ଗତକାଲି ପୁରୀ ଉପକୂଳ ସମୁଦ୍ରରେ ୧୦ ଜଣ ମତ୍ସ୍ୟଜୀବୀ ଫସି ଯାଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ମଝି ସମୁଦ୍ରରେ ମାଛ ଧରା ଡଙ୍ଗା ଫସି ଯାଇଥିଲା । ପୁରୀ ପୋଲିସ ସୁରକ୍ଷିତ ଭାବେ ଡଙ୍ଗାରୁ ଆନ୍ଧ୍ରର ୧୦ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି । ଆନ୍ଧ୍ରପ୍ରଦେଶର କାକିନାଡ଼ା ଫିସିଂ ହାର୍ବରରୁ ମାଛ ଧରିବା ପାଇଁ IND-AP-V5-MM-872 ନମ୍ବର ବିଶିଷ୍ଟ ଏକ ମାଛ ଧରା ଡଙ୍ଗାରେ ୧୦ ଜଣ ବାହାରିଥିଲେ। କାକିନାଡ଼ାରୁ ବାହାରି ଆସିବା ପରେ ମଝି ସମୁଦ୍ରରେ ଫସି ଯାଇଥିଲେ । ଡଙ୍ଗାଟିର ଇଞ୍ଜିନ୍ ଅଚଳ ହୋଇଯିବା ସହ ନଙ୍ଗର ମଧ୍ୟ କାର୍ଯ୍ୟକ୍ଷମ ହୋଇ ନଥିଲା । ଶେଷରେ ଭାସି ଭାସି ଆସି ପୁରୀର ତାଜ ହୋଟେଲ ଉପକୂଳ ନିକଟରୁ ପ୍ରାୟ ୨ରୁ ୩ କିଲୋମିଟର ଦୂରରେ ପ୍ରତିକୂଳ ପରିବେଶରେ ଅଟକି ରହିଥିଲେ।

ପଢନ୍ତୁ ଏହି ଖବର: ଆନ୍ଧ୍ର କାକିନାଡ଼ାରୁ ଆସି ପୁରୀ ସମୁଦ୍ରରେ ଫସିଗଲେ ୧୦ ମତ୍ସ୍ୟଜୀବୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏନେଇ ସୂଚନା ପାଇବା ପରେ ପୁରୀ ଏସ୍‌ପି ତୁରନ୍ତ ଉଦ୍ଧାରକାରୀ ଟିମ୍‌କୁ ଆଲର୍ଟ କରିଥିଲେ । ବଳିଆପଣ୍ଡା ଥାନା ଓ ପେଣ୍ଠକଟା ମେରାଇନ୍ ପୋଲିସ ଥାନାର ଅଧିକାରୀମାନେ ସମନ୍ଵୟ ରକ୍ଷା କରି ମାଛ ଧରା ଡଙ୍ଗା ସହ ଯୋଗାଯୋଗ ସ୍ଥାପନ କରିଥିଲେ ।

ପରେ ନିକଟରେ ଥିବା ବିଶାଖାପାଟ୍ଟଣମର ଏକ ମାଛ ଧରା ଡଙ୍ଗା ଆସି ସମସ୍ତ ୧୦ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ଥିବାବେଳେ ଘରକ ଫେରିଛନ୍ତି । ଅଚଳ ଡଙ୍ଗାଟିକୁ ପରବର୍ତ୍ତୀ ସମୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀମାନେ ବିଜୟନଗରମ ଜିଲ୍ଲାର ଚିନ୍ତାପଲ୍ଲୀ ଗ୍ରାମର ବାସିନ୍ଦା । ପୁରୀ ପୋଲିସର ତ୍ୱରିତ ପଦକ୍ଷେପକୁ ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀମାନେ ପ୍ରଶଂସା କରିଛନ୍ତି ।

ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି । ଏଥିସହ ଓଡ଼ିଶାର ବିଭିନ୍ନ ଜିଲ୍ଲା ଉପରେ ସକ୍ରିୟ ରହିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପ୍ରବଳ ବର୍ଷା ନେଇ ଗଞ୍ଜାମ ଜିଲ୍ଲାକୁ ରବିବାର ପାଇଁ ୟେଲୋ ଆଲର୍ଟ ଦିଆଯାଇଛି ।

୭ ପର୍ଯ୍ୟନ୍ତ ସମୁଦ୍ର ମନା

ଏବେ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିଛି । ୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ଉତ୍ତରପୂର୍ବ ବଙ୍ଗୋପସାଗର ସହ ଓଡ଼ିଶା ଉପକୂଳ ସମୁଦ୍ରକୁ ବାରଣ କରାଯାଇଛି । ରାଜ୍ୟର ସମସ୍ତ ବନ୍ଦରରେ ଦିଆଯାଇଛି ୩ ନମ୍ବର ସ୍ଥାନୀୟ ସତର୍କତା ସଂକେତ ।
20 Andhra Fishermen Stranded in Gopalpur Sea | Rescue Operation Underway | Argus News