Videos
|
Odisha

Sea Rescue / ଆନ୍ଧ୍ର କାକିନାଡ଼ାରୁ ଆସି ପୁରୀ ସମୁଦ୍ରରେ ଫସିଗଲେ ୧୦ ମତ୍ସ୍ୟଜୀବୀ

Sushanta Sahoo
Browse all articles by Sushanta Sahoo
·2 months ago·2 min read
ଆନ୍ଧ୍ର କାକିନାଡ଼ାରୁ ଆସି ପୁରୀ ସମୁଦ୍ରରେ ଫସିଗଲେ ୧୦ ମତ୍ସ୍ୟଜୀବୀ
10 Fishermen Saved After Boat Breaks Down

Key Points

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ଓଡ଼ିଶାର ସମସ୍ତ ବନ୍ଦରରେ ୩ ନମ୍ବର ସତର୍କତା ସଂକେତ ରହିଛି । ଏହାରି ଭିତରେ ପୁରୀ ଉପକୂଳ ସମୁଦ୍ରରେ ୧୦ ଜଣ ମତ୍ସ୍ୟଜୀବୀ ଫସି ଯାଇଛନ୍ତି ।
ପୁରୀ: ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା । ଅଶାନ୍ତ ରହିଛି ଓଡ଼ିଶା ଉପକୂଳ । ଯେଉଁଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ଓଡ଼ିଶାର ସମସ୍ତ ବନ୍ଦରରେ ୩ ନମ୍ବର ସତର୍କତା ସଂକେତ ରହିଛି । ଏହାରି ଭିତରେ ପୁରୀ ଉପକୂଳ ସମୁଦ୍ରରେ ୧୦ ଜଣ ମତ୍ସ୍ୟଜୀବୀ ଫସି ଯାଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ମଝି ସମୁଦ୍ରରେ ମାଛ ଧରା ଡଙ୍ଗା ଫସି ଯାଇଥିଲା । ପୁରୀ ପୋଲିସ ସୁରକ୍ଷିତ ଭାବେ ଡଙ୍ଗାରୁ ଆନ୍ଧ୍ରର ୧୦ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି । ଆନ୍ଧ୍ରପ୍ରଦେଶର କାକିନାଡ଼ା ଫିସିଂ ହାର୍ବରରୁ ମାଛ ଧରିବା ପାଇଁ IND-AP-V5-MM-872 ନମ୍ବର ବିଶିଷ୍ଟ ଏକ ମାଛ ଧରା ଡଙ୍ଗାରେ ୧୦ ଜଣ ବାହାରିଥିଲେ ।

ଏଥିସହ ପଢ଼ନ୍ତୁ: ପ୍ରବଳ ବର୍ଷା ପାଇଁ ୩ ଜିଲ୍ଲାକୁ ରେଡ୍‌ ଓ୍ବାର୍ଣ୍ଣିଂ, ୨୪ ଘଣ୍ଟାରେ ଭୁବନେଶ୍ବରରେ ୧୧୨ ମିମି ବର୍ଷା 

କାକିନାଡ଼ାରୁ ବାହାରି ଆସିବା ପରେ ମଝି ସମୁଦ୍ରରେ ଫସି ଯାଇଥିଲେ । ଡଙ୍ଗାଟିର ଇଞ୍ଜିନ୍ ଅଚଳ ହୋଇଯିବା ସହ ନଙ୍ଗର ମଧ୍ୟ କାର୍ଯ୍ୟକ୍ଷମ ହୋଇ ନଥିଲା । ଶେଷରେ ଭାସି ଭାସି ଆସି ପୁରୀର ତାଜ ହୋଟେଲ ଉପକୂଳ ନିକଟରୁ ପ୍ରାୟ ୨ରୁ ୩ କିଲୋମିଟର ଦୂରରେ ପ୍ରତିକୂଳ ପରିବେଶରେ ଅଟକି ରହିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏନେଇ ସୂଚନା ପାଇବା ପରେ ପୁରୀ ଏସ୍‌ପି ତୁରନ୍ତ ଉଦ୍ଧାରକାରୀ ଟିମ୍‌କୁ ଆଲର୍ଟ କରିଥିଲେ । ବଳିଆପଣ୍ଡା ଥାନା ଓ ପେଣ୍ଠକଟା ମେରାଇନ୍ ପୋଲିସ ଥାନାର ଅଧିକାରୀମାନେ ସମନ୍ଵୟ ରକ୍ଷା କରି ମାଛ ଧରା ଡଙ୍ଗା ସହ ଯୋଗାଯୋଗ ସ୍ଥାପନ କରିଥିଲେ ।

ପରେ ନିକଟରେ ଥିବା ବିଶାଖାପାଟ୍ଟଣମର ଏକ ମାଛ ଧରା ଡଙ୍ଗା ଆସି ସମସ୍ତ ୧୦ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ଥିବାବେଳେ ଘରକ ଫେରିଛନ୍ତି । ଅଚଳ ଡଙ୍ଗାଟିକୁ ପରବର୍ତ୍ତୀ ସମୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ।

ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀମାନେ ବିଜୟନଗରମ ଜିଲ୍ଲାର ଚିନ୍ତାପଲ୍ଲୀ ଗ୍ରାମର ବାସିନ୍ଦା । ପୁରୀ ପୋଲିସର ତ୍ୱରିତ ପଦକ୍ଷେପକୁ ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀମାନେ ପ୍ରଶଂସା କରିଛନ୍ତି ।

ପୁରୀ ପାଇଁ ୟେଲୋ ଆଲର୍ଟ

ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି । ଏଥିସହ ଓଡ଼ିଶାର ବିଭିନ୍ନ ଜିଲ୍ଲା ଉପରେ ସକ୍ରିୟ ରହିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପ୍ରବଳ ବର୍ଷା ନେଇ ପୁରୀ ଜିଲ୍ଲାକୁ ରବିବାର ପାଇଁ ୟେଲୋ ଆଲର୍ଟ ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ରାଜଧାନୀରେ ୧୦ରୁ ଅଧିକ ମୁଣ୍ଡ ନେଲାଣି ମୁକୁଳା ନାଳ 

୭ ପର୍ଯ୍ୟନ୍ତ ସମୁଦ୍ର ମନା

ଏବେ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିଛି । ୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ଉତ୍ତରପୂର୍ବ ବଙ୍ଗୋପସାଗର ସହ ଓଡ଼ିଶା ଉପକୂଳ ସମୁଦ୍ରକୁ ବାରଣ କରାଯାଇଛି । ରାଜ୍ୟର ସମସ୍ତ ବନ୍ଦରରେ ଦିଆଯାଇଛି ୩ ନମ୍ବର ସ୍ଥାନୀୟ ସତର୍କତା ସଂକେତ ।
10 Andhra Fishermen Rescued After Boat Engine Fails Off Puri Coast | Argus News | Argus News