Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବୌଦ୍ଧ ବ୍ରିଜ ଛକ ନିକଟରୁ କାର୍ ସହ 20 କେଜି ଗଞ୍ଜେଇ ଜବତ

Odisha

ବୌଦ୍ଧ ବ୍ରିଜ ଛକ ନିକଟରୁ କାର୍ ସହ 20 କେଜି ଗଞ୍ଜେଇ ଜବତ

Ritu Das
Browse all articles by Ritu Das
·2 years ago
ବୌଦ୍ଧ ବ୍ରିଜ ଛକ ନିକଟରୁ କାର୍ ସହ 20 କେଜି ଗଞ୍ଜେଇ ଜବତ

ଅର୍ଗସ ବ୍ୟୁରୋ: ବୌଦ୍ଧ ସଦର ବ୍ରିଜ ଛକ ନିକଟରୁ କାର୍ ସହ 20 କେଜି 500 ଗ୍ରାମ୍ ଗଞ୍ଜେଇ ଜବତ ହୋଇଛି। ଏହି ମାମଲାର ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ବୌଦ୍ଧ ପୋଲିସ। ସୂଚନା ଅନୁଯାୟୀ, ବୌଦ୍ଧ ଥାନା ପୋଲିସ ପକ୍ଷରୁ ବୌଦ୍ଧ ବ୍ରିଜ ଛକ ନିକଟରେ ପୋଲିସର ନାକାବନ୍ଦୀ ଚାଲିଥିବା ବେଳେ ଫୁଲବାଣୀ ପଟରୁ ଅନଗୁଳ ଆଡ଼କୁ ଆସୁଥିବା ନମ୍ବର୍ ବିହୀନ ଏକ ଧଳା ରଙ୍ଗର ନେକ୍ସା କାରକୁ ଯାଞ୍ଚ କରିବାରୁ ଗାଡି ଭିତରେ 20 କେଜି 500 ଗ୍ରାମ ଗଞ୍ଜେଇ ବାହାରିଥିଲା।

କାରରେ ଥିବା ଉତ୍ତର ପ୍ରଦେଶ ରାଜ୍ୟ ମଥୁରା ଜିଲ୍ଲାର କ୍ରିଷ୍ଣା ଚୌଧୁରୀ ଓ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଗୋଦିପାଟନା ଗ୍ରାମର କାରକେଶ୍ବର ରଣାଙ୍କୁ ଗିରଫ କରିଥିଲେ। ଆଜି ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି। ଏନେଇ ବୌଦ୍ଧ ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ସୂଚନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
20 kg of ganza | Argus News