Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତାଲା ଭାଙ୍ଗି ଘରୁ ନେଇଗଲେ 20 ଲକ୍ଷ ଟଙ୍କାର ଗହଣା

Smruti Parija
Browse all articles by Smruti Parija
·2 years ago
ତାଲା ଭାଙ୍ଗି ଘରୁ ନେଇଗଲେ 20 ଲକ୍ଷ ଟଙ୍କାର ଗହଣା

ଭୁବନେଶ୍ୱର:  ଭୁବନେଶ୍ୱର ଚକେଇଶିଆଣିରୁ ଚୋରି ଅଭିଯୋଗ । ଚୋର ନେଇଗଲେ ଝିଅ ବାହାଘର ଗହଣା । ଠାକୁର ଦର୍ଶନ କରିବାକୁ ଯାଇଥିବାବେଳେ ଘରେ ବୁଲିଲା କଳାକନା । ଘରେ କେହି ନଥିବାବେଳେ ତାଲା ଭାଙ୍ଗି ଘରୁ 20 ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଇଛନ୍ତି ଚୋର । ଦେବଦତ୍ତ ସାମଲଙ୍କ ପରିବାର ଗତ 24 ତାରିଖରେ ପରିବାର ସହ ତୀର୍ଥ ଭ୍ରମଣରେ ଯାଇଥିଲେ ।  ଯିବା ପୂର୍ବରୁ ଘରର ଚାବି ଉପର ଘରେ ରହୁଥିବା ଭଡାଟିଆଙ୍କୁ ଦେଇଥିଲେ । 27 ତାରିଖ ଆସିଲାବେଳକୁ ଘରେ କଳାକନା ବୁଲାଇ ଥିଲେ ଚୋର । ମଞ୍ଚେଶ୍ୱର ଥାନା ପୋଲିସ ତଦନ୍ତ ଜାରି ରଖିଛି ।

ଆହୁରି ପଢନ୍ତୁ ଅପରାଧ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
20-lakh-loot-in-bhubaneswar-chakeisiani | Argus News