Videos
|
Odisha

Group Attack / ୨୦ ଜଣ ଗୋଡେଇ ଗୋଡେଇ ପିଟିଲେ, ଆସିଲା EXCLUSIVE CCTV ଫୁଟେଜ

Bikash Mohanty
Browse all articles by Bikash Mohanty
·55 mins ago·2 min read
୨୦ ଜଣ ଗୋଡେଇ ଗୋଡେଇ ପିଟିଲେ, ଆସିଲା  EXCLUSIVE CCTV ଫୁଟେଜ
Group Attack

Key Points

ଧଉଳିର ରଜନୀକାନ୍ତ ନାୟକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା
ଅର୍ଗସ ନିୟୁଜ ହାତରେ ଲାଗିଛି EXCLUSIVE CCTV ଫୁଟେଜ
୨୦ରୁ ଅଧିକ ଯୁବକ ଆସି ରଜନୀକାନ୍ତଙ୍କୁ କରିଥିଲେ ଆକ୍ରମଣ

ଭୁବନେଶ୍ବର, ୧୪/୦୯: ଧଉଳି ଥାନା ନଖାଉର ଗ୍ରାମର ରଜନୀକାନ୍ତ ନାୟକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାର ଏହି ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଅର୍ଗସ ନିୟୁଜ ହାତରେ ଲାଗିଛି EXCLUSIVE CCTV ଫୁଟେଜ। ୬ଟି ଗାଡ଼ିରେ ୨୦ରୁ ଅଧିକ ଯୁବକ ଆସି ରଜନୀକାନ୍ତଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏପରିକି ବିୟର ବୋତଲରେ ତାଙ୍କ ମୁଣ୍ଡକୁ ବାରମ୍ବାର ଆଘାତ କରାଯାଇଥିବା ଅଭିଯୋଗ ହୋଇଛି।

ଧଉଳି ଥାନା ନଖାଉର ଗ୍ରାମର ରଜନୀକାନ୍ତ ନାୟକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାର ଏହି ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ରବିବାର ଅପରାହ୍ଣ ପ୍ରାୟ ସାଢେ ୪ଟାରେ ରଜନୀ ଗ୍ରାମ ନିକଟ ଦୟାନଦୀ ବନ୍ଧରେ ଠିଆ ହୋଇଥିଲେ । ୬ଟି ଗାଡ଼ିରେ ୨୦ରୁ ଅଧିକ ଯୁବକ ଆସି ରଜନୀକାନ୍ତଙ୍କୁ ଅତର୍କିତ ଭାବେ ବହ୍ଲା, ଲୁହାରଡ୍‌ ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଗୋଡ଼େଇ ଗୋଡ଼େଇ ମୁଣ୍ଡକୁ ବିୟର ବୋତଲ ମାରିଥିଲେ । ରଜନୀଙ୍କ ଚିତ୍କାର କରିବାରୁ ସେଠାରେ ଥିବା ଗ୍ରାମର ଅନ୍ୟ ଯୁବକମାନେ ଆସିଥିଲେ । ସେମାନଙ୍କୁ ଦେଖି ଆକ୍ରମଣକାରୀମାନେ ପଳାଇଥିଲେ ।

ଆକ୍ରମଣ ପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରଜନୀକାନ୍ତ ଧଉଳି ଥାନାରେ ପହଞ୍ଚିଥିଲେ । ଧଉଳି ଥାନା ଅଧିକାରୀ ତୁରନ୍ତ ତାଙ୍କୁ ମେଡିକାଲ ପଠାଇଥିଲେ । ତାଙ୍କ ମୁଣ୍ଡରେ ଏକାଧିକ ଷ୍ଟିଚ୍ ପଡ଼ିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ସିସିଟିଭି ଫୁଟେଜକୁ ଆଧାର କରି ଆକ୍ରମଣକାରୀଙ୍କ ପରିଚୟ ଏବଂ ସେମାନଙ୍କୁ ଧରିବା ପାଇଁ ଧଉଳି ପୋଲିସର ତନାଘନା ଜାରି ରହିଛି।

ପଢନ୍ତୁ ଏହି ଖବର: ବିଳମ୍ବିତ ରାତିରେ ନିଶାସକ୍ତ ମହିଳାଙ୍କ ଉନ୍ମତ୍ତକାଣ୍ଡ, କିନ୍ନରଙ୍କୁ ପିଟିଲେ, ନାକେଦମ୍‌ ପୁଲିସ

ଘଟଣାର CCTV ଫୁଟେଜ୍‌ ସାମ୍ନାକୁ ଆସିବା ପରେ ଆକ୍ରମଣର ଭୟାବହତା ସ୍ପଷ୍ଟ ହୋଇଛି। ଏତେ ସଂଖ୍ୟକ ଯୁବକ କେଉଁ କାରଣରୁ ରଜନୀକାନ୍ତଙ୍କ ଉପରେ ଆକ୍ରମଣ କଲେ, ଏହା ପଛରେ ପୂର୍ବ ଶତ୍ରୁତା ଥିଲା କି ଅନ୍ୟ କୌଣସି କାରଣ, ସେନେଇ ତଦନ୍ତ ଆବଶ୍ୟକ ହୋଇପଡ଼ିଛି।

ଅନ୍ୟପଟେ, CCTV ଫୁଟେଜ୍‌ ଆଧାରରେ ଆକ୍ରମଣରେ ସାମିଲ ଯୁବକମାନଙ୍କୁ ଚିହ୍ନଟ କରିବା ସହ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରିବାକୁ ଦାବି ହେଉଛି। ଏହି ଘଟଣାକୁ ନେଇ ଧଉଳି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ସେପଟେ ପାର୍ବଣ ପୂର୍ବରୁ ପୋଲିସର କଡ଼ା ପାଟ୍ରୋଲିଂ। ଗଳିକନ୍ଦିରେ ପଇଁତରା ମାରୁଛି କମିସନରେଟ୍ ପୋଲିସ। ପାର୍ବଣରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ଉପରେ ରହିଛି କଡ଼ା ନଜର। ସାଲିଆ ସାହିରେ ମୈତ୍ରୀ ବିହାର ପୋଲିସର ଫୁଟ୍ ପାଟ୍ରୋଲିଂ ସହ ଫ୍ଲାଗ୍ ମାର୍ଚ୍ଚ ଆରମ୍ଭ।  ରାଜଧାନୀର ବିଭିନ୍ନ ଖଟି ସ୍ଥାନ ସହ ବିଭିନ୍ନ ଦୋକାନରେ ଚଢ଼ାଉ କରୁଛି ପୋଲିସ।
      
    


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: