Drunk Woman Attack / ବିଳମ୍ବିତ ରାତିରେ ନିଶାସକ୍ତ ମହିଳାଙ୍କ ଉନ୍ମତ୍ତକାଣ୍ଡ, କିନ୍ନରଙ୍କୁ ପିଟିଲେ, ନାକେଦମ୍ ପୁଲିସ
·1 hour ago·2 min read

Key Points
ବିଳମ୍ବିତ ରାତିରେ ନିଶାସକ୍ତ ମହିଳାଙ୍କ ଉନ୍ମତ୍ତକାଣ୍ଡ
କିନ୍ନରଙ୍କୁ ପିଟିଲେ, ନାକେଦମ୍ ପୁଲିସ
ଭୁବନେଶ୍ବରର ଘଟଣା
କିନ୍ନରଙ୍କୁ ପିଟିଲେ, ନାକେଦମ୍ ପୁଲିସ
ଭୁବନେଶ୍ବରର ଘଟଣା
ଭୁବନେଶ୍ବର,୧୩/୦୯: ବିଳମ୍ବିତ ରାତିରେ ଜଣେ ନିଶାଶକ୍ତ। ରାତି ଅନ୍ଧାରରେ ଦୟା ସେତୁ ଉପରେ ହଙ୍ଗାମା। ନିଶାଶକ୍ତ ଅବସ୍ଥାରେ ଜଣେ ମହିଳାଙ୍କ ଉନ୍ମତ୍ତକାଣ୍ଡକୁ ନେଇ ଘଟଣାସ୍ଥଳରେ ଚହଳ ପଡ଼ିଥିଲା। ବାରମ୍ବାର ଦୟା ସେତୁ ଉପରୁ ନଦୀକୁ ଡେଇଁବାକୁ ଉଦ୍ୟମ କରୁଥିବା ମହିଳାଙ୍କୁ ବୁଝାଇବାକୁ ଯାଇ ଜଣେ କିନ୍ନର ଆକ୍ରମଣର ଶିକାର ହୋଇଥିବାବେଳେ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ମଧ୍ୟ ନାକେଦମ ହୋଇଥିଲା। ଘଟଣାଟି ଧଉଳି ଥାନା ଅଧୀନ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଦୟା ସେତୁ ଉପରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି।
ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ରାତିରେ ନିଶାସକ୍ତ ଅବସ୍ଥାରେ ଦୟା ସେତୁ ଉପରେ ପହଞ୍ଚିଥିଲେ। ସେଠାରେ ସେ ଜୋରଦାର ହଙ୍ଗାମା କରିବା ସହ ଦୟା ନଦୀକୁ ଡେଇଁବା ପାଇଁ ବାରମ୍ବାର ଉଦ୍ୟମ କରିଥିଲେ। ମହିଳାଙ୍କ ଏଭଳି ଆଚରଣ ଦେଖି ଜଣେ କିନ୍ନର ତାଙ୍କୁ ବୁଝାଇବାକୁ ଆଗେଇ ଆସିଥିଲେ। ନଦୀକୁ ଡେଇଁବାରୁ ମହିଳାଙ୍କୁ ରୋକିବା ସହ ଶାନ୍ତ ହେବାକୁ କହିଥିଲେ କିନ୍ନର। କିନ୍ତୁ ନିଶା ତାଙ୍କ ମୁଣ୍ଡକୁ ଏତେ ଚଢ଼ିଥିଲା ଯେ, ବୁଝାଇବା ବଦଳରେ ମହିଳା ଜଣକ କିନ୍ନରଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଏହାପରେ କିନ୍ନର ଜଣକ ଘଟଣା ସମ୍ପର୍କରେ ଧଉଳି ଥାନା ପୁଲିସକୁ ଫୋନ୍ କରି ଜଣାଇଥିଲେ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମହିଳାଙ୍କୁ ବୁଝାଇ ଶାନ୍ତ କରିବାକୁ ପୁଲିସ ଅଧିକାରୀମାନେ ଦୀର୍ଘ ସମୟ ଧରି ଚେଷ୍ଟା କରିଥିଲେ। ହେଲେ ମହିଳା ଜଣକ ପୁଲିସର କଥା ଶୁଣିବା ପରିବର୍ତ୍ତେ ଗାଳିଗୁଲଜ କରିବା ସହ ଧକ୍କା ମାରିବାକୁ ମଧ୍ୟ ପଛାଇନଥିଲେ। ଏପରିକି ଦୟା ସେତୁରୁ ଡେଇଁବାକୁ ତାଙ୍କ ଉଦ୍ୟମ ଜାରି ରହିଥିଲା। ପ୍ରାୟ ୩ ଘଣ୍ଟା ଧରି ପୁଲିସ ତାଙ୍କୁ ବୁଝାଶୁଝା କରିବା ପରେ ଶେଷରେ ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ରାତି ପାହିବା ପରେ ନିଶା ଖସିବା ସହ ମହିଳା ଜଣକ ସ୍ୱାଭାବିକ ହୋଇଥିବା ଜଣାପଡ଼ିଛି। ଘଟଣାକୁ ନେଇ ପୁଲିସ ନିଜ ଆଡୁ ମାମଲା ରୁଜୁ କରିଛି। ମହିଳାଙ୍କ ଏଭଳି ଉନ୍ମତ୍ତକାଣ୍ଡର କାରଣ କ’ଣ ଏବଂ ଘଟଣା ସମୟରେ ସେ କେଉଁ ପ୍ରକାର ନିଶାରେ ଥିଲେ, ସେନେଇ ତଦନ୍ତ ଚାଲିଛି।
ପଢନ୍ତୁ ଏହି ଖବର: ରାଜଧାନୀରେ କପଲଙ୍କ ଲଙ୍କା କାଣ୍ଡ, ASO ଓ ସାମ୍ବାଦିକଙ୍କୁ କଲେ ଆକ୍ରମଣ
ଗତ ଶୁକ୍ରବାର ରାଜଧାନୀରେ ଘଟିଥିଲା ଚାଞ୍ଚଲ୍ୟ। ହର୍ଣ୍ଣ ମାରିବାକୁ ନେଇ ଘଟିଥିଲା ତୁମୁଳ କାଣ୍ଡ। ଉନ୍ମତ୍ତ କପଲ୍ କଲେ ଲଙ୍କା କାଣ୍ଡ। ଆତଙ୍କ ଖେଳାଇଲେ ବଣ୍ଟି-ବବଲି। ଗାଡ଼ି ସାଇଡ କରିବାକୁ ହର୍ଣ୍ଣ ବଜାଇବାରୁ aso ଙ୍କୁ ରାସ୍ତାରେ ଶୁଆଇ ନିର୍ଦ୍ଧୁମ ପିଟିଲେ। ଲହୁ ଲୁହାଣ ହୋଇ ରାସ୍ତାରେ ପଡ଼ିଥିବା ASO ଙ୍କୁ ବଞ୍ଚାଇବାରୁ ସାମ୍ବାଦିକଙ୍କୁ ଆକ୍ରମଣ କରିବାକୁ ବି ପଛାଇଲେ ନାର୍ହି। ଏହି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବରର ରବିନ୍ଦ୍ରମଣ୍ଡପ ଛକରେ। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories