Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦେଶୀ ମଦ ପିଇବା ପରେ କାହିଁକି ଅସୁସ୍ଥ ହେଲେ ? କାରଣ ଖୋଜୁଛି ପୋଲିସ

Smruti Parija
Browse all articles by Smruti Parija
·1 year ago·1 min read
ଦେଶୀ ମଦ ପିଇବା ପରେ କାହିଁକି ଅସୁସ୍ଥ ହେଲେ ? କାରଣ ଖୋଜୁଛି ପୋଲିସ

ବ୍ରହ୍ମପୁର: ଦେଶୀ ମଦ ପିଇବା ପରେ ୧୫ରୁ ଅଧିକ ଅସୁସ୍ଥ । ୨ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁରର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗଞ୍ଜାମ ଜିଲ୍ଲା ଚିକିଟି କରବାଲୁଆ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଅସୁସ୍ଥଙ୍କୁ ପ୍ରଥମେ ଚିକିଟି ମେଡିକାଲରେ ଭର୍ତ୍ତି କରାଗଲା ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ଅସୁସ୍ଥ କରବାଲୁଆ ଗାଁର । ସମସ୍ତେ ମାଉନ୍ଦପୁର ନିକଟରେ ବିକ୍ରି ହେଉଥିବା ଦେଶୀ ମଦ ପିଇଥିଲେ । ତେବେ ଦେଶୀ ମଦ ପିଇବା ପରେ କାହିଁକି ଅସୁସ୍ଥ ହେଲେ ? ମଦ ଅପମିଶ୍ରିତ ଥିଲା ନା ଅନ୍ୟ କୌଣସି କାରଣ ? ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । 


ଅବକାରୀ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛନ୍ତି । ସେପଟେ Mkcg ମେଡିକାଲକୁ ଯାଇ ଅସୁସ୍ଥଙ୍କୁ ଭେଟିଛନ୍ତି ଅବକାରୀ କମିଶନର ଓ ଗଞ୍ଜାମ ଜିଲ୍ଲାପାଳ । ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସହ ବ୍ରହ୍ମପୁର ଅବକାରୀ ଟିମ୍ ଅସୁସ୍ଥ ଏବଂ ପରିବାର ଲୋକଙ୍କୁ ଭେଟିଛନ୍ତି । ଦେଶୀ ମଦ ପିଇ ଅସୁସ୍ଥ ଘଟଣାରେ ଆଇନ୍ ମନ୍ତ୍ରୀଙ୍କ ପ୍ରତିକ୍ରିୟା  । ମଦ ପିଇ ଅସୁସ୍ଥ ହୋଇଥିବା ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ । ବେଆଇନ୍ ମଦ କାରବାରରେ ସାମିଲଙ୍କ ଉପରେ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା ସହ ବେଆଇନ୍ ମଦ କାରବାର ରୋକିବାକୁ ପଦକ୍ଷେପ ନିଆଯାଉଛି ବୋଲି ମଧ୍ୟ କହିଛନ୍ତି ଆଇନ୍ ମନ୍ତ୍ରୀ ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
20-people-injured-after-taking-loacal-liquor | Argus News