Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚିକିଟି ଅବକାରୀ ବିଭାଗକୁ ବଡ଼ ସଫଳତା

Odisha

ଚିକିଟି ଅବକାରୀ ବିଭାଗକୁ ବଡ଼ ସଫଳତା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଚିକିଟି ଅବକାରୀ ବିଭାଗକୁ ବଡ଼ ସଫଳତା

ଅର୍ଗସ ବ୍ୟୁରୋ:  ଚିକିଟି ଅବକାରୀ ବିଭାଗକୁ ବଡ଼ ସଫଳତା। ଚୋରା ମଦ ପ୍ରସ୍ତୁତକାରୀଙ୍କ ଠିକଣାରେ ରେଡ୍ କରି ୨୦ହଜାର ଲିଟର ମଦ ପୋଚ ଓ ୪୪୫ ଲିଟର ମଦ ନଷ୍ଟ କରିଛି ଅବକାରୀ ବିଭାଗ। ଆନ୍ଧ୍ର -ଓଡ଼ିଶା ସୀମା ବର୍ତ୍ତି ବଡଝୁଳା, ଶାସନ, ବାଣପୁର ଓ ସୁନାରି ବାଡ଼ ଆଦି ଗ୍ରାମ ନିକଟସ୍ଥ ଜଙ୍ଗଲ ମଧ୍ୟରେ ଥିବା ନାଳ ପାର୍ଶ୍ଵରେ ବିପୁଳ ପରିମାଣର ଚୋରା ମଦ ପ୍ରସ୍ତୁତ ହେଉଥିବା ନେଇ ଅଭିଯୋଗ ହୋଇଥିଲା।

ଚିକିଟି ଅବକାରୀ ବିଭାଗ ଖବର ପାଇବା ପରେ D.S.F ୟୁନିଟ ବ୍ରହ୍ମପୁର,O.I.C ଦିଗପହଣ୍ଡି, A.P.R ବାହିନୀ, ସଦର ବ୍ରହ୍ମପୁର S i ଜରଡା ଓ ଚିକିଟି ଅବକାରୀ ବିଭାଗଙ୍କ ଦ୍ଵାରା ସ୍ଥାନୀୟ ତହସିଲଦାର ଶ୍ରୀ ପ୍ରସାନ୍ତ କୁମାର ସେଠୀ ଙ୍କ ଉପସ୍ଥିତି ରେ ଆଜି ସକାଳୁ ସକାଳୁ ଅଚାନକ ଚଢ଼ାଉ କରି ପ୍ରାୟ ୨୦ହଜାର ଲିଟର ମଦ ପୋଚ ଓ ୪୪୫ ଲିଟର ମଦ ନଷ୍ଟ କରାଯାଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
20 thousand liters of liquor seized | Argus News