୨୦ରୁ ୩୦ ଏକର ଜମିରେ ଭରି ରହିଛି ପାଣି
·1 year ago·1 min read

ଅର୍ଗସ ବ୍ୟୁରୋ: ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀକୁଳ। କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ମୁର୍ତ୍ତାହାଣ୍ଡି ପଞ୍ଚାୟତର ମାଲଚାମାଲ ଗ୍ରାମରେ ଥିବା 20 ରୁ 30 ଏକର ଜମିରେ ବର୍ତ୍ତମାନ ପାଣି ଭର୍ତ୍ତି ହୋଇରହିଛି ଲଗାଣ ବର୍ଷା ଯୋଗୁଁ ଜମିରେ ପାଣି ପୂର୍ଣ୍ଣ ହେବା ସହ ମାଲଚାମାଲ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ଜମି ନିକଟରେ ଥିବା ଏମଆଇ(MI) ଡ୍ୟାମ ଗେଟ ବନ୍ଦ ଥିବା ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ।
ଏହି ସମସ୍ୟା ଆଜି କିମ୍ୱା କାଲିର ନୁହେଁ ବହୁ ବର୍ଷ ଧରି ଏହି ସମସ୍ୟାର ସମୁଖୀନ ହେଉଛନ୍ତି ଚାଷୀ। ଫଳରେ ପ୍ରତି ବର୍ଷ ଚାଷ ନଷ୍ଟ ମଧ୍ୟ ହେଉଛି। ଏହି ବର୍ଷ ଦୁଇ ଦୁଇ ଥର ଧାନ ରୁଆ କରାଯାଇଥିଲେ ମଧ୍ୟ ଜମିରେ ପାଣି ଜମା ହୋଇ ରହୁଥିବାରୁ ଧାନ ଚାଷ ନଷ୍ଟ ହୋଇଥିବା କହିଛନ୍ତି ମାଲଚାମାଲ ଗ୍ରାମର ଚାଷୀ। ପ୍ରତି ବର୍ଷ ପ୍ରଶାସନକୁ ଏହି ସମସ୍ୟା ଜଣାଇବା ପରେ ମଧ୍ୟ ଫଳ ଶୂନ। ଗ୍ରାମବାସୀ ଚାଷର କ୍ଷତି ପୂରଣ ପାଇଁ ଦାବି କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: