Videos
|
Odisha

ନିଜ ସଂସଦୀୟ କ୍ଷେତ୍ରରେ 200 ଏକରରୁ ଅଧିକ ଯାଗା ଆତ୍ମସାତ ଅଭିଯୋଗ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ନିଜ ସଂସଦୀୟ କ୍ଷେତ୍ରରେ 200 ଏକରରୁ ଅଧିକ ଯାଗା ଆତ୍ମସାତ ଅଭିଯୋଗ

ଅର୍ଗସ ବ୍ୟୁରୋ:  କନ୍ଧମାଳରେ କାହିଁକି ହାରିଲେ ଅଚ୍ୟୁତ । କୁହାଯାଉଛି, କନ୍ଧମାଳ ସାଂସଦ କ୍ଷେତ୍ରରେ ବିଭିନ ନିର୍ବାଚନ ମଣ୍ଡଳୀରୁ ଦୁଈ ସହ ଏକରରୁ ଅଧିକ ଜାଗା ଆତ୍ମସାତ କରିଛନ୍ତି ଅଚ୍ୟୁତାନନ୍ଦ ସାମନ୍ତ । ମସଲା କମ୍ପାନୀ ସହ ମିଶି ମସଲା ଫ୍ୟାକ୍ଟ୍ରି ହେବ ବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ, ତାହା ହୋଇ ପାରିଲା ନାହିଁ । କନ୍ଧମାଳ ହଳଦୀ ବିଶ୍ବରେ ପରିଚିତ । gi ଟ୍ୟାଗ ର ମାନ୍ୟତା ମଧ୍ୟ ପାଇଛି । କିନ୍ତୁ ହଳଦୀ ମିଶନ ଫେଲ । ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇ ପାରିଲା ନାହିଁ। ଯାହାକୁ ନେଇ କନ୍ଧମାଳରେ ଆଦିବାସୀଙ୍କ ମଧ୍ୟରେ ଜନ ଅସନ୍ତୋଷ ଦେଖା ଦେଲା। ଆଉ ହାରିଲେ ଅଚ୍ୟୁତ ।  22 ହଜାରରୁ ଅଧିକ ଭୋଟରେ ଜିତିଲେ ବିଜେପି ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ।

2019 ରେ କନ୍ଧମାଳରେ ବିଜେଡି ତରଫରୁ ପାର୍ଥୀ ନିର୍ବାଚନ ଜିତିବା ପରେ କର୍ମୀ ଓ ସାଧାରଣ ଜନତା ଙ୍କ ଠାରୁ ଦୁରେଇ ଯାଇଥିଲେ ଅଚ୍ୟୁତ । କର୍ମୀ ମାନଙ୍କର ଫୋନ ଉଠେଇଲେନି। ନିଜର ପ୍ରଚାର ପ୍ରସାର କରିବାରେ ସବୁବେଳେ ବ୍ୟସ୍ତ ରହିଲେ । କିସ, କୀମସ ଓ କୀଟ ମାଧ୍ୟମରେ ଲୋକ ମାନଙ୍କର ସେବା କରୁଥିବା କଥା ପ୍ରଚାର କଲେ । କିସ ମାଧ୍ୟମ ରେ ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କର ଭବିଷ୍ୟତ ମାଗଣାରେ ଗଠନ କରୁଥିବା କହିଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ଠାରୁ ଚାଉଳ ସହ କେନ୍ଦ୍ର ସରକାରଙ୍କର ଆଦିବାସୀ କଲ୍ୟାଣ ଯୋଜନା ମାଧ୍ୟମ ରେ ଛାତ୍ର ବୃତ୍ତି, ପୋଷାକ, ସବୁ ଫାଇଦା ଉଠେଇଲେ। ଯାହାକି ହାରିବା ପଛର ଆଉ ଏକ କାରଣ ବୋଲି ବୁଦ୍ଧିଜୀବୀ କହିଛନ୍ତି। କର୍ମୀଙ୍କ ଠାରୁ ନିଜକୁ ଦୁରେଇ ରଖିବା, ନିଜ ଅନୁଷ୍ଠାନର କର୍ମଚାରୀଙ୍କ ଦ୍ବାରା ନିର୍ବାଚନ ପରିଚାଳନା କରିବା, ଆଦିବାସୀଙ୍କର ଜମି ହଡପ କରିବା କାରଣରୁ କନ୍ଧମାଳରେ ଅଚ୍ୟୁତାନ୍ଦନ ସାମନ୍ତ ହୀରିଛନ୍ତି ବୋଲି ଆଲୋଚନା ହେଉଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
200 acres of land in his own parliament area | Argus News