Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅସ୍ମିତା କର୍ପସ ଫଣ୍ଡରେ ୨୦୦ କୋଟି, ଆଗକୁ ଆହୁରି ବଢିବ

Manini Pattanayak
Browse all articles by Manini Pattanayak
·2 years ago·2 min read
ଅସ୍ମିତା କର୍ପସ ଫଣ୍ଡରେ ୨୦୦ କୋଟି,  ଆଗକୁ ଆହୁରି ବଢିବ

ଭୁବନେଶ୍ୱର:  ଓଡ଼ିଆ ଅସ୍ମିତାକୁ ଉଜ୍ଜୀବିତ କରିବା ପାଇଁ କ୍ୟାବିନେଟ ବୈଠକରେ ବିଜେପି ସରକାରର ବଡ଼ ନିଷ୍ପତ୍ତି । ଅସ୍ମିତା କର୍ପସ ଫଣ୍ଡରେ ୨୦୦ କୋଟି, ଆଗକୁ ଆହୁରି ବଢିବ । ପ୍ରତିଷ୍ଠା ହେବ ଓଡ଼ିଆ ଅନୁବାଦ ଏକାଡେମୀ, ବିଶ୍ଵସ୍ତରୀୟ ତାଳପତ୍ର ପୋଥି ସଂଗ୍ରହାଳୟ । ୨୫ ବର୍ଷ ସରକାରରେ ଅସ୍ମିତା ହୋଇଥିଲା ଅପମାନିତ । ମୋହନ ସରକାରରେ ଓଡ଼ିଆ ଅସ୍ମିତାକୁ ବଡ଼ ଆସନ । ଏକ୍ସରେ ପୋଷ୍ଟ କରି ଧନ୍ୟବାଦ ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେଡି ଶାସନରେ ଓଡିଆ ଅସ୍ମିତାକୁ ବିଲୋପ କରିବା ପାଇଁ ଚାଲିଥିଲା ବଡ ଷଡଯନ୍ତ୍ର । ଯେଉଁଥିପାଇଁ ୨୪ ନିର୍ବାଚନରେ ବିଜେଡିକୁ ଗାଦିଚ୍ୟୁତ କଲେ ଓଡିଶାବାସୀ । ବିଜେପିର ଓଡିଆ ଭାଷା, ସଂସ୍କୃତି ଓ ଅସ୍ମିତା ସୁରକ୍ଷାର ପ୍ରତିଶ୍ରୁତିକୁ ଭରସା କଲେ ଓଡିଆ ଲୋକ । ତେଣୁ ସରକାରକୁ ଆସିବାର ମୋସେ ନପୁରୁଣୁ ଓଡିଆ ଅସ୍ମିତାକୁ ଉଜ୍ଜିବିତ କରିବା ପାଇଁ କ୍ୟାବିନେଟ ବୈଠକରେ ବିଜେପି ସରକାର ନେଇଛି ବଡ ନିଷ୍ପତ୍ତି  । ଦ୍ଵିତୀୟ କ୍ୟାବିନେଟ ବୈଠକରେ ଓଡିଶାର କଳା, ସାହିତ୍ୟ, ସ୍ଥାପତ୍ୟ, ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାରକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରାରମ୍ଭିକ ଭାବେ ୨୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରିଛନ୍ତି ସରକାର । ଏହି ସ୍ଵତନ୍ତ୍ର ପାଣ୍ଠିରେ ବିଶେଷ କରି ଓଡିଆ ଅସ୍ମିତା ଭବନ ନିର୍ମାଣ କରାଯିବ । ଏହାସହ ଓଡିଆ ଅନୁବାଦ ଏକାଡେମୀ, ବିଶ୍ଵସ୍ତରୀୟ ତାଳପତ୍ର ପୋଥି ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ ।

 ସେହିପରି କର୍ପସ ଫଣ୍ଡକୁ ବ୍ୟବହାର କରି ପାଇକ ବିଦ୍ରୋହ ସ୍ମାରକୀର ଉନ୍ନତିକରଣ, ବାଲିଯାତ୍ରାକୁ ଅନ୍ତର୍ଜାତିକ ମାନ୍ୟତା ପାଇଁ ପ୍ରୟାସ କରାଯିବ ।  ସେହିପରି କଳାକାର ଗୌରବ ନିଧି ଯୋଜନା, ଓଡିଶୀ ନୃତ୍ୟ ଓ ସଂଗୀତ ପ୍ରଶିକ୍ଷଣ ପାଇଁ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ଦେବେ ରାଜ୍ୟ ସରକାର । ଜାତୀୟ ଓ ଅନ୍ତର୍ଜାତୀୟ ବିଶ୍ଵବିଦ୍ୟାଳୟରେ ଓଡିଆ ଚେୟାର  ପ୍ରତିଷ୍ଠା କରିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହାସହ ଜିଲ୍ଲାସ୍ତରୀୟ  ଇ-ଲାଇବ୍ରେରୀର ସ୍ଥାପନ କରିବେ ସରକାର । ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା ଲାଗି ସ୍ଥିର କରାଯାଇଛି । ଏହା ସମ୍ପର୍କରେ ସବିଶେଷ ଗାଇଡଲାଇନ ପ୍ରସ୍ତୁତ କରିବା ପାଇଁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ବିଶେଷଜ୍ଞ ମାନଙ୍କୁ ନେଇ ଏକ କମିଟି ମଧ୍ୟ ରାଜ୍ୟ ସରକାର ଗଠନ କରିବେ । ଏହାସହ ଭବିଷ୍ୟତରେ ଆବଶ୍ୟକତା ଅନୁଯାୟୀ କର୍ପସ ଫଣ୍ଡ ବୃଦ୍ଧି କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । 

 ଓଡିଆ ଭାଷା, ଭାବାବେଗ ଓ ସଂସ୍କୃତି ରସାତଳଗାମୀ କରିଥିଲା ବିଜେଡି ସରକାର । ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ହୋଇଥିବା ବ୍ରହ୍ମ ବିଭ୍ରାଟ ଜଗନ୍ନାଥ ପ୍ରେମୀଙ୍କୁ  କରିଥିଲା ଆହତ... କୋଭିଡ୍ ସମୟରେ ରଥଯାତ୍ରା ସମ୍ପୂର୍ଣ୍ଣ ବନ୍ଦ ପାଇଁ ହୋଇଥିଲା ବଡ ଷଡ଼ଯନ୍ତ୍ର ।  ଏପରିକି ନିର୍ବାଚନ ପୂର୍ବରୁ ବିଜେଡିର ପ୍ରଚାର ପାଇଁ ଜଗନ୍ନାଥଙ୍କୁ ଗାଡିରେ ବସାଇ ଚାଉଳ ଆଦାୟ କରିବାକୁ ନାପସନ୍ଦ କରିଥିଲେ ଲୋକେ..  ରତ୍ନଭଣ୍ଡାରରେ ରତ୍ନ ସୁରକ୍ଷାକୁ ନେଇ ସୃଷ୍ଟି ହୋଇଥିଲା ସନ୍ଦେହ । ଅହଙ୍କାରର ବଶବର୍ତ୍ତୀ ଥିଲା ବିଜେଡିର ଅଣ ଓଡ଼ିଆ ନେତୃତ୍ଵ । ଶ୍ରୀ ମନ୍ଦିର ଚାରି ଦ୍ଵାର ନଖୋଲିବାକୁ ଥିଲା ନଛୋଡବନ୍ଧା । ସୀମାରେ ସଂଙ୍କଟରେ  ଥିଲା ଓଡିଆ ଭାଷା..   ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ମାନଙ୍କ ଭାଷା, ସଂସ୍କୃତି ସୁରକ୍ଷା ପାଇଁ  ସମ୍ପୂର୍ଣ୍ଣ ଉଦାସୀନ ଥିଲା ନବୀନ ସରକାର । ଏପରିକି ତତ୍କାଳନୀ ମୁଖ୍ୟମନ୍ତ୍ରୀ ନିଜେ ଇଂରାଜୀ ଅକ୍ଷରରେ ଓଡ଼ିଆ ଲେଖାକୁ ପଢି ଭାଷଣ ଦେଉଥିଲେ । ବହୁ ବିଳମ୍ବରେ ସତ୍ୟବାଦୀ ଠାରେ ଓଡିଆ ବିଶ୍ଵବିଦ୍ୟାଳୟ ସିନା ପ୍ରତିଷ୍ଠା ହେଲା କିନ୍ତୁ ନିୟମିତ ଅଧ୍ୟାପକ ଦେଇନଥିଲା ବିଜେଡି ସରକାର । ବରୁଣେଇ ପାଦ ଦେଶରେ ଐତିହାସିକ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ କେନ୍ଦ୍ର ଅର୍ଥ ମଞ୍ଜୁର କରିଥିଲେ ବି ଜାଗା ଦେଉନଥିଲେ ତତ୍କାଳୀନ ରାଜ୍ୟ ସରକାର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Sponsored
200 crore in Ashmita Corpus Fund, will further increase | Argus News