Videos
|
Odisha

ଅର୍ପଣ ଚାଉଳ ସଂଗ୍ରହ ନାଁରେ ରାଜ୍ୟ ରାଜକୋଷରୁ ଖର୍ଚ୍ଚ କରିଥିଲେ 200 କୋଟି

Ritu Das
Browse all articles by Ritu Das
·1 year ago·2 min read
ଅର୍ପଣ ଚାଉଳ ସଂଗ୍ରହ ନାଁରେ ରାଜ୍ୟ ରାଜକୋଷରୁ ଖର୍ଚ୍ଚ କରିଥିଲେ 200 କୋଟି

ଅର୍ଗସ ବ୍ୟୁରୋ:  ପୁରୀ ଶ୍ରୀମନ୍ଦିର ଉତ୍ତର ଦ୍ବାର ପଟେ ଲାଗିଛି ଗାଡ଼ି । ଭିତରୁ ବସ୍ତା ବସ୍ତା ଚାଉଳ ଆଣି ଗାଡ଼ିରେ ଲଦା ଯାଉଛି । ଇଏ ସେହି ଅର୍ପଣ ଚାଉଳ ଯାହାକୁ ଜଗନ୍ନାଥଙ୍କ ପ୍ରତି ଭକ୍ତି ଅର୍ଘ୍ୟ ରୂପରେ ଅର୍ପଣ କରିଥିଲେ ରାଜ୍ୟବାସୀ। କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଜଡ଼ିତ ଅର୍ପଣ ଚାଉଳର ଅବସ୍ଥା ଦେଖନ୍ତୁ । ପୋକ ଓ ଫିମ୍ପି ଲାଗିଛି ଗନ୍ଧ ବାହାରୁଛି । ପ୍ରାୟ ୧୦ ହଜାର କୁଇଣ୍ଟାଲ୍ ଅର୍ପଣ ଚାଉଳ ନଷ୍ଟ ହୋଇଥିବା ବେଳେ ଉତ୍ତର ଦ୍ବାର ଗୁମୁଟରେ ଗଚ୍ଛିତ ଥିବା ପ୍ରାୟ ଦେଢ଼ରୁ ଦୁଇ ହଜାର କୁଇଣ୍ଟାଲ୍ ଚାଉଳକୁ ସଫା କରି ଏଥିରୁ କିଛି ଚାଉଳ ସଂଗ୍ରହ କରିବା ଉଦ୍ଦେଶ୍ୟରେ ମିଲକୁ ପଠାଯାଉଛି । 

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ବେଳେ ଅର୍ପଣ ଚାଉଳ ସଂଗ୍ରହ ନାଁରେ ଜଗତର ନାଥଙ୍କୁ ଦାଣ୍ଡର ଭିକାରୀ ସଜାଇ ଦେଇଥିଲା ବିଜେଡି ସରକାର। ରାଜ୍ୟ ସାରା ଅର୍ପଣ ରଥ ବୁଲିବା ପାଇଁ ରାଜକୋଷରୁ ଖର୍ଚ୍ଚ ହୋଇଥିଲା ପ୍ରାୟ ୨୦୦ କୋଟି । ଶ୍ରୀମନ୍ଦିର ପରିଚାଳନା କମିଟି ଓ ଅନ୍ୟ ଅଭିଜ୍ଞଙ୍କ ପରାମର୍ଶ ବିନା କେବଳ ଭୋଟ୍ ପାଇଁ ବିଜେଡି କରିଥିଲା ହୀନ ରାଜନୀତି। ପୁଣି ଅରୁଆ ଉଷୁନା ବାରମିଶା ଚାଉଳରେ ଖେଚୁଡ଼ି କାନିକା ରାନ୍ଧି ଭକ୍ତଙ୍କୁ ବଣ୍ଟା ଯାଇଥିଲା । ତାକୁ ନେଇ ବିବାଦ ହେବାରୁ ସେମିତି ପଡ଼ି ପଡ଼ି ପୋକ ଲାଗି ନଷ୍ଟ ହେଲା ଚାଉଳ । ଯାହାକୁ ନେଇ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ। 

ଯେଉଁ ରାଜ୍ୟରେ ଏବେ ବି ଦେଖିବାକୁ ମିଳୁଛି ନଗଡ଼ା ଭଳି ସ୍ଥିତି। ଗରିବଙ୍କୁ ଚାଉଳ ବାଣ୍ଟୁଛନ୍ତି ସରକାର, ସେଭଳି ସ୍ଥିତିରେ ଏମିତି ହଜାର ହଜାର କ୍ବିଣ୍ଟାଲ ନଷ୍ଟ ହେବା ଗ୍ରହଣୀୟ କି ? ଅର୍ପଣ ଚାଉଳ ସଂଗ୍ରହ ନାଁରେ ବିଜେଡିର ହୀନ ରାଜନୀତି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଥିବାବେଳେ ଲୋକଙ୍କ ଭାବାବେଗକୁ ସମ୍ମାନ ଦେବାପାଇଁ କିଛି ଚାଉଳକୁ ସଫା କରି କାମରେ ଲଗାଇବାକୁ ଗୁରୁତ୍ବ ଦେଉଛନ୍ତି ନୂଆ ବିଜେପି ସରକାର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

200 crores was | Argus News