Puri Temple / ଶ୍ରୀମନ୍ଦିରରେ ପଣ୍ଡା ନିଯୋଗ ସଂସ୍କୃତ ବିଦ୍ୟାଳୟର ହେବ ନବକଳେବର !

Key Points
କଥା ଦେଇ କଥା ରଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶ୍ରୀମନ୍ଦିରରେ ପଣ୍ଡା ନିଯୋଗ ସଂସ୍କୃତ ବିଦ୍ୟାଳୟର ହେବ ନବକଳେବର !
ବିଦ୍ୟାଳୟର ପରିଚାଳନା ଦାୟିତ୍ବ ନେବେ ଓଡିଶା ସରକାର !
ସାମଗ୍ରିକ ବିକାଶ ସହ ଜଗନ୍ନାଥ ସଂସ୍କୃତିର ଐତିହ୍ୟ, ଭବିଷ୍ୟତ ପିଢ଼ି ପାଇଁ ହେବ ସଂରକ୍ଷଣ
ପୁରୀ ଶ୍ରୀମନ୍ଦିର ଭିତରେ ଥିବା ପୂଜାପଣ୍ଡା ନିଯୋଗ ଦ୍ବାରା ପରିଚାଳିତ ୨୦୦ ବର୍ଷର ବିଦ୍ୟାଳୟର ଖୁବଶୀଘ୍ର ହୋଇପାରେ ନବକଳେବର । ଏନେଇ ଗତ ଅଗଷ୍ଟ ମାସରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ବେଳେ ପ୍ରତିକ୍ରିୟା ରଖିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଦ୍ୟାଳୟର ପୁନରୁଦ୍ଧାର ପ୍ରସଙ୍ଗରେ ଜିଲ୍ଲାପାଳ, ଶିକ୍ଷା ବିଭାଗ ଅଧିକାରୀ ଏବଂ ଶିକ୍ଷାମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ । ତେବେ ରାଜ୍ୟ ସରକାର ଏହାକୁ ପରିଚାଳନା କରନ୍ତୁ ବୋଲି ଆଇନମନ୍ତ୍ରୀଙ୍କୁ ବି ଚିଠି ଲେଖିଥିଲେ ଧର୍ମେନ୍ଦ୍ର ।
1802 ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ସର୍ବପୁରାତନ ବିଦ୍ୟାଳୟ ଶ୍ରୀମନ୍ଦିର ଭିତରେ ଥିବା ବିମଳା ମନ୍ଦିର ନିକଟରେ ଅବସ୍ଥିତ। ବିଦ୍ୟାଳୟଟି ବର୍ତ୍ତମାନ ପୂଜା ପଣ୍ଡା ନିଯୋଗ ଦ୍ୱାରା ପରିଚାଳିତ ଏକ ସହାୟତାପ୍ରାପ୍ତ ବିଦ୍ୟାଳୟ ଭାବରେ କାର୍ଯ୍ୟ କରୁଥିବା ବେଳେ ଏହା ନାମରେ ଏକ ସ୍ଥାୟୀ ରେକର୍ଡ ଅଫ୍ ରାଇଟ୍ସ ମଧ୍ୟ ରହିଛି । ବିଦ୍ୟାଳୟରେ ମୋଟ୍ ୫ଟି ଶ୍ରେଣୀ ରହିଥିବା ବେଳେ ଷଷ୍ଠ ଓ ସପ୍ତମ ଶ୍ରେଣୀ ସରକାରୀ ଅନୁଦାନପ୍ରାପ୍ତ ଅଟେ । କିନ୍ତୁ ଅଷ୍ଟମ,ନବମ, ଓ ଦଶମ ଶ୍ରେଣୀ ସରକାରୀ ଅନୁବନ୍ଧିତ ଅଟେ । କେବଳ ପୂଜାପଣ୍ଡା ନିଯୋଗ ତରଫରୁ ହିଁ ଏହି ତିନି ଶ୍ରେଣୀର ଖର୍ଚ୍ଚ ଵହନ କରାଯାଉଛି।
📱 Get Argus News App
✨ଆହୁରି ପଢନ୍ତୁ Raghunandan Library / ଜ୍ଞାନ ଯଜ୍ଞ ମଣ୍ଡପ ନାଁରେ ନାମିତ ହେବ ଡିଜିଟାଲ୍ ଲାଇବ୍ରେରୀ
ତେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସ ପରେ ବିଦ୍ୟାଳୟର ପୁନରୁଦ୍ଧାର ନେଇ ଆଶା ସଞ୍ଚାର ହୋଇଥିବା ବେଳେ ଆଗକୁ ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ସେପଟେ ପରିଚାଳନା କମିଟିରେ ଆଲୋଚନା କରାଯାଇ ଏହା ଉପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ।
ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଏହି ସ୍କୁଲ ଆସିଲେ ଏହାର ସାମଗ୍ରିକ ବିକାଶ ହେବାସହ ଶ୍ରୀଜଗନ୍ନାଥ ସଂସ୍କୃତିର ଐତିହ୍ୟକୁ ଭବିଷ୍ୟତ ପିଢ଼ି ପାଇଁ ସଂରକ୍ଷଣ କରାଯାଇପାରିବ । ବିଦ୍ୟାଳୟଟି ସେବାୟତଙ୍କ ପିଲାମାନଙ୍କୁ ସଂସ୍କୃତ ଶିକ୍ଷା, ବୈଦିକ ଶିକ୍ଷା ଏବଂ କର୍ମକାଣ୍ଡ ପ୍ରଶିକ୍ଷଣ ପ୍ରଦାନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।
Related Topics
Explore more stories