Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମାଟି ତଳେ ୨ ହଜାର ବର୍ଷ ତଳର ବିକଶିତ ସହର; ମିଳିଲା ତାମ୍ର ଯୁଗର ପଥର କୁରାଢ଼ି

Odisha

2000 Year Old City / ମାଟି ତଳେ ୨ ହଜାର ବର୍ଷ ତଳର ବିକଶିତ ସହର; ମିଳିଲା ତାମ୍ର ଯୁଗର ପଥର କୁରାଢ଼ି

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ମାଟି ତଳେ ୨ ହଜାର ବର୍ଷ ତଳର ବିକଶିତ ସହର; ମିଳିଲା ତାମ୍ର ଯୁଗର ପଥର କୁରାଢ଼ି
Amazing Discovery From Odisha

Key Points

ମାଟି ତଳେ ୨ ହଜାର ବର୍ଷର ସମୃଦ୍ଧ ସହର । ପ୍ରତ୍ନତାତ୍ତ୍ୱିକ ଉତଖନନରୁ ମିଳିଲା ପ୍ରାଚୀନ ସଭ୍ୟତାର ଗୁପ୍ତ ଇତିହାସ । ତାମ୍ର ଯୁଗର ପଥର କୁରାଢ଼ି ସହ ପ୍ରାୟ ୫୦ ହଜାର ବର୍ଷ ତଳର ପ୍ରାକ୍ ଐତିହାସିକ ଯୁଗର ଅସ୍ତ୍ରଶସ୍ତ୍ର ମଧ୍ୟ ଠାବ କରାଯାଇଛି ।
ସମ୍ବଲପୁର: ମାଟି ତଳୁ ବାହାରିଛି ପ୍ରାୟ ୨ ହଜାର ବର୍ଷ ତଳର ଏକ ସମୃଦ୍ଧ ଓ ବିକଶିତ ସହର । ରେଢ଼ାଖୋଲ ଉପଖଣ୍ଡ ପୁରୁଣାଗଡ଼ରେ ପ୍ରତ୍ନତାତ୍ତ୍ୱିକ ଉତଖନନରୁ ମିଳିଛି ପ୍ରାଚୀନ ସଭ୍ୟତାର ଏକ ଗୁପ୍ତ ଇତିହାସ ।

ଏଠାରୁ କେବଳ ମାଟିପାତ୍ର କିମ୍ବା ଅଳଙ୍କାର ନୁହେଁ, ବରଂ ତାମ୍ର ଯୁଗର ପଥର କୁରାଢ଼ି ସହ ପ୍ରାୟ ୫୦ ହଜାର ବର୍ଷ ତଳର ଐତିହାସିକ ଯୁଗର ଅସ୍ତ୍ରଶସ୍ତ୍ର ମଧ୍ୟ ଠାବ କରାଯାଇଛି । ଯାହା ଏହି ଅଞ୍ଚଳରେ ଏକଦା ଏକ ବଡ଼ ଲୌହ ଶିଳ୍ପ ଗଢ଼ି ଉଠିଥିବାର ସୂଚନା ଦେଉଛି ।

ଏଥିସହ ପଢ଼ନ୍ତୁ: ବେଦୀରେ ବାଜିଲା ରଙ୍ଗବତୀ; ବିଦେଶୀ ଜ୍ୱାଇଁ କଲେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ 

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱତନ୍ତ୍ର ଉଦ୍ୟମ ଓ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗର ଅନୁମତି ପରେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ବ୍ୟାପକ ଖନନ କାର୍ଯ୍ୟ ଜାରି ରହିଛି । ସାରା ବିଶ୍ୱ ସାମ୍ନାକୁ ଆସିବାକୁ ଯାଉଛି ଓଡ଼ିଶାର ଏହି ଅଜ୍ଞାତ ଗୌରବ ।

ମାଟି ତଳୁ ଗୋଟିଏ ପରେ ଗୋଟିଏ ବାହାରିବାରେ ଲାଗିଛି ପୌରାଣିକ ତଥା ମୂଲ୍ୟବାନ ସାମଗ୍ରୀ । ମାଟି ହାଣ୍ଡି, ବିଭିନ୍ନ ପାତ୍ର, ଅଳଙ୍କାର, ଆଭୂଷଣ ଏବଂ ପାଉଁଶ ସହ ମିଳିଛି ଅନେକ ହାଡ଼ । କେବଳ ସେତିକି ନୁହେଁ, ଏହି ଅଞ୍ଚଳରେ ଏକଦା ଏକ ବଡ଼ ଲୌହ ଶିଳ୍ପ ଗଢ଼ି ଉଠିଥିବାର ବଳିଷ୍ଠ ପ୍ରମାଣ ସ୍ୱରୂପ ମିଳିଛି ଅନେକ ଲୁହାଖଣ୍ଡ ।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏଠାରୁ ତାମ୍ର ଯୁଗର ପଥର କୁରାଢ଼ି ସହ ପ୍ରାୟ ୫୦ ହଜାର ବର୍ଷ ତଳର ପ୍ରାକ୍ ଐତିହାସିକ ଯୁଗର ଅସ୍ତ୍ରଶସ୍ତ୍ର ମଧ୍ୟ ଠାବ କରାଯାଇଛି ।

ଦୀର୍ଘ ୨ ବର୍ଷର ନିରନ୍ତର ଗବେଷଣା ଏବଂ ଅନୁସନ୍ଧାନ ପରେ ଶେଷରେ ଏହି ଗୁପ୍ତ ଐତିହାସିକ ସ୍ଥାନକୁ ଚିହ୍ନଟ କରାଯାଇଥିଲା । କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ଓ ଦେଶର ପ୍ରତ୍ନତତ୍ଵ ସର୍ବେକ୍ଷଣ ବିଭାଗର ଅନୁମତି ପରେ ଏହାର ଉତଖନନ କରାଯାଉଛି ।

ଏଥିସହ ପଢ଼ନ୍ତୁ: ଛୁଟି ଦିନରେ ଅଫିସ୍‌ କାର୍ଯ୍ୟ କଲେ ମୁଖ୍ୟମନ୍ତ୍ରୀ, ଆଇନ ଶୃଙ୍ଖଳାର କଲେ ସମୀକ୍ଷା 

GMU ଇତିହାସ ବିଭାଗର ମୁଖ୍ୟ ତଥା ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍ ଡକ୍ଟର ଅତୁଲ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଗବେଷକ ଓ ଛାତ୍ରଛାତ୍ରୀମାନେ ଗତ ମେ ୧୪ ତାରିଖରୁ ଏହି ଖନନ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଏହି ଉତଖନନ ଦ୍ୱାରା ପୁରୁଣାଗଡ଼ର ମାଟି ତଳେ ଚାପି ହୋଇ ରହିଥିବା ଅଜ୍ଞାତ ଇତିହାସ ସାରା ବିଶ୍ୱ ସାମ୍ନାକୁ ଆସିବ, ଯାହା ଆଗାମୀ ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ପାଇଁ ଗବେଷଣାର ଏକ ନୂଆ ଦିଗ ଉନ୍ମୋଚନ କରିବ । ମାଟି ତଳୁ ବାହାରୁଥିବା ଏହି ୫୦ ହଜାର ବର୍ଷର ଅସ୍ତ୍ର ଏବଂ ୨ ହଜାର ବର୍ଷର ପ୍ରାଚୀନ ନଗରୀ ଓଡ଼ିଶାର ଗୌରବମୟ ଇତିହାସକୁ ଆହୁରି ସମୃଦ୍ଧ କରିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2000-Year-Old Ancient City Discovered Beneath Odisha Soil | Argus News | Argus News