Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୋରେଇରୁ କାହିଁକି ବବିଙ୍କ ମାଆ ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
କୋରେଇରୁ କାହିଁକି ବବିଙ୍କ ମାଆ ?

Key Points

  • ଡରିଗଲେ ବବି !
  • ଧର୍ମେନ୍ଦ୍ରଙ୍କ ରୋଡ୍‌ ସୋ' ଦେଖି ଛାନିଆ ପ୍ରଣବ
  • ଏପଟେ ନାମାଙ୍କନ ଦାଖଲ, ସେପଟେ ବିଜେଡିର ପ୍ରାର୍ଥୀ ଘୋଷଣା

ଅର୍ଗସ ବ୍ୟୁରୋ : ଛାନିଆ ହେଲାଣି ବିଜେଡି, ଡରିଗଲେଣି ବବି । କାରଣ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ନାମାଙ୍କନ ଭରିବା ବେଳର ଦୃଶ୍ୟ ଦେଖିବା ପରେ ଛାନିଆ ହୋଇଗଲେଣି ବିଜେଡି ନେତା। ଖାଲି ଛାନିଆ ହେଲେଣି ତାହା ନୁହେଁ ବରଂ ଧର୍ମେନ୍ଦ୍ରଙ୍କ ନାମାଙ୍କନ ଦାଖଲ ବେଳେ ହିଁ ବିଜେଡି ଘୋଷଣା କଲା ପ୍ରାର୍ଥୀ ତାଲିକା । କୁହାଯାଉଛି କି, ସମ୍ବଲପୁରରୁ ବବିଙ୍କ ବିଜୟ ଅସମ୍ଭବ ବୋଲି ଏ କଥା ବବି ବାବୁଙ୍କ ସହ ଦଳର ସୁପ୍ରିମୋ ବି ଜାଣିସାରିଛନ୍ତି । ସେଇଥି ଲାଗି ତ ବ୍ୟାକ୍‌ଅପ୍‌ ପ୍ଲାନ ପ୍ରସ୍ତୁତ କରାଯାଇଛି । କୋରେଇ ଓ କଂଟାବାଞ୍ଜି ଉଭୟ ଆସନକୁ କାଳେ ବବି-ପାଣ୍ଡିଆନଙ୍କ ଲାଗି ରିଜର୍ଭ ରଖାଯାଇଥିବା ଚର୍ଚ୍ଚା ହେଉଛି ।

ଧରାପଡ଼ିଗଲା ବିଜେଡିର ପ୍ଲାନ୍‌ । କେମିତି ବବିଙ୍କୁ ସୁରକ୍ଷା ଦିଆଯିବ ସେନେଇ ଯେତେ ଅଙ୍କକଷା କସିବା କଥା କଷୁଛନ୍ତି । କିନ୍ତୁ ଫଳ ସେମିତି କିଛି ମିଳିବ ନାହିଁ । କାରଣ ବବିଙ୍କ ମାଆ ସଂଧ୍ୟାରାଣୀଙ୍କୁ ଦଳ ଯେଉଁ କୋରେଇ ଆସନରୁ ପ୍ରାର୍ଥୀ କରିଛି ସେ ଆସନରେ ବିଜେପିର ସ୍ଥିତି ଦୃଢ । ଖାଲି ଏତିକି ନୁହେଁ ବରଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା ପ୍ରୀତିରଂଜନ ଘଡେଇଙ୍କ ପତ୍ନୀ ଝିଲିକଙ୍କୁ ସେହି ଆସନରୁ ମଇଦାନକୁ ଓହ୍ଲାଇବାକୁ ଚେଷ୍ଟା କରାଯାଇଥିଲା । ହେଲେ ଫଳ ପୂରା ଓଲଟା ହେଲା । କାରଣ ପୂର୍ବରୁ କୋରେଇ ଲାଗି ଦାସ ପରିବାର ଓ ଘଡେଇ ପରିବାର ଭିତରେ ପାୱାର ଟସଲ ହେଉଥିବା ଚର୍ଚ୍ଚା ଜୋର ଧରିଥିଲା । ଆଉ ଏବେ ପୁଣି ଥରେ ଦାସ ପରିବାରର ହିଁ ବିଜୟ ହୋଇଛି ବୋଲି କୁହାଯାଉଛି ।

ମୋଟ୍‌ ଉପରେ ବିଜେଡିରେ ଏବେ ଗୋଷ୍ଠୀ କନ୍ଦଳ ଜୋର । ପ୍ରାର୍ଥୀ ଘୋଷଣା ହେବା ପରଠୁ ହିଁ ନେତାଙ୍କ ଭିତରେ ଅସନ୍ତୋଷ ଦେଖାଯାଉଛି । ତେଣୁ କେମିତି କାହାକୁ ଟିକଟ ଦିଆଯିବ ସେନେଇ ଦଳ ଚିନ୍ତାରେ ରହିଥିବା ବେଳେ ବି ବବିଙ୍କୁ ସୁରକ୍ଷା ଦେବାକୁ ପ୍ଲାନ୍‌ କରାଯାଇଛି । ଖାଲି ବବିଙ୍କୁ ନୁହେଁ ବରଂ ପାଣ୍ଡିଆନଙ୍କ ପାଇଁ ବି କାଳେ ନବୀନ ବାବୁ କଂଟାବାଞ୍ଜିରୁ ନିର୍ବାଚନ ଲଢିବେ ବୋଲି କୁହାଯାଉଛି । ତେବେ ସମୟ କହିବ କେଉଁ ଆସନରୁ କିଏ ଜିତୁଛି ? କାହା ପାଇଁ କେଉଁ ଆସନ ରିଜର୍ଭ ରହୁଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
2024 Elections | Argus News