Bhubaneswar Drug Bust / କୋଡ୍ୱାର୍ଡରେ ଚାଲିଥିଲା ବ୍ରାଉନସୁଗାର କାରବାର, ମାଡ଼ିବସିଲା ଅବକାରୀ ବିଭାଗ
·Updated on: 28 Nov 2026, 22:29:39 IST·2 min read

Key Points
‘ପାଓ’ ନାଁରେ ବ୍ରାଉନସୁଗାର ଡେଲିଭରୀ
ବଡ଼ ଗଞ୍ଜେଇ ସ୍ମଗଲିଂ ପ୍ଲାନ୍ ଫେଲ୍
୨ ବେପାରୀ ଗିରଫ, ୪୯ କେଜି ଗଞ୍ଜେଇ ଜବତ
ବଡ଼ ଗଞ୍ଜେଇ ସ୍ମଗଲିଂ ପ୍ଲାନ୍ ଫେଲ୍
୨ ବେପାରୀ ଗିରଫ, ୪୯ କେଜି ଗଞ୍ଜେଇ ଜବତ
ଭୁବନେଶ୍ବର: ନିଶା ମାଫିଆଙ୍କ ଟାର୍ଗେଟରେ ଏବେ ରାଜଧାନୀ ଭୁବନେଶ୍ୱର । ନୂଆ ତରିକାରେ ଚାଲିଛି ବ୍ରାଉନସୁଗାର ସପ୍ଲାଏ । ‘କୋଡ୍ୱାର୍ଡ’ ପାଲଟିଛି କାରବାରର ମା ଧ୍ୟମ । ପୋଲିସ ଓ ଅବକାରୀ ଆଖିରେ ଧୂଳି ଦେଇ ସହର ଭିତରକୁ ବେଧଡ଼କ ଭାବରେ ଏଣ୍ଟ୍ରି କରୁଛି ବ୍ରାଉନସୁଗାର ଓ ଗଞ୍ଜେଇ । ଚଳିତ ବର୍ଷରେ ୫ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ନିଶାଦ୍ରବ୍ୟ ଜବତ କରିଛି ଅବକାରୀ ବିଭାଗ । ହେଲେ ଚୋରା ଚାଲାଣ ଉପରେ ଲାଗୁନି ବ୍ରେକ୍ । ଯାହା ଏବେ ପୋଲିସ ଓ ପ୍ରଶାସନ ପାଇଁ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିଛି । ଆଗକୁ ନୂଆ ବର୍ଷ ଥିବା ବେଳେ ମାଫିଆଙ୍କ ସିଣ୍ଡିକେଟ ଭାଙ୍ଗିବାକୁ ଏବେ ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ର ଏଣ୍ଟ୍ରି ହୋଇଛି ।
କୋଡ୍ୱାର୍ଡରେ ଚାଲିଛି ବ୍ରାଉନସୁଗାର କାରବାର । କୋଡ୍ୱାର୍ଡ ହେଉଛି ‘ପାଓ’ । ‘ପାଓ’ କହିଲେ ବ୍ରାଉନସୁଗାର ଡେଲିଭରୀ ହୋଇଥାନ୍ତା, ଠିକ୍ ସେତିକିବେଳେ ମାଡ଼ିବସିଲା ଅବକାରୀ ବିଭାଗ । ଆଉ ପଦାକୁ ଆସିଲା ସାଂଘାତିକ ତଥ୍ୟ । ନିଶା ମାଫିଆଙ୍କ ଟାର୍ଗେଟରେ ଏବେ ରାଜଧାନୀ । ବିଶେଷ କରି କଲେଜ ପଢ଼ୁଆ ପିଲା ଓ ବସ୍ତି ଅଞ୍ଚଳକୁ ଟାର୍ଗେଟ କରୁଛନ୍ତି ବେପାରୀ । ପୋଲିସ ଆଖିରେ ଧୂଳି ଦେଇ ନୂଆ ତରିକାରେ ଚାଲିଛି ବ୍ରାଉନସୁଗାର ସପ୍ଲାଏ । କୋଡ୍ୱାର୍ଡ ମାଧ୍ୟମରେ ସହର ଭିତରକୁ ବେଧଡ଼କ ଏଣ୍ଟ୍ରି କରୁଛି ବ୍ରାଉନସୁଗାର ଓ ଗଞ୍ଜେଇ । ଚଳିତ ବର୍ଷରେ ୫ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ନିଶାଦ୍ରବ୍ୟ ଅବକାରୀ ଜବତ କରିଛି, ହେଲେ ଚୋରା ଚାଲାଣ ଉପରେ ବ୍ରେକ୍ ଲାଗୁନି । ଗତକାଲି ଝାରପଡ଼ା ଛକ ଉପରେ ଦୁଇ ଅଭିଯୁକ୍ତଙ୍କ ପାଖରୁ ୨୬ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଅବକାରୀ ଜବତ କରିବା ପରେ ସାମ୍ନାକୁ ଆସିଛି ନୂଆ ବର୍ଷର ଲିଙ୍କ୍ । ଆଗକୁ ନୂଆ ବର୍ଷ ଆସୁଥିବାରୁ ଏବେଠାରୁ ଛୋଟ ଛୋଟ ସପ୍ଲାଏ ମାଧ୍ୟମରେ ରାଜଧାନୀ ଭିତରକୁ ନିଶା ପଶୁଥିବା ସୂଚନା ମିଳିଛି ।
ଜବତ ବ୍ରାଉନସୁଗାର ରାଜ୍ୟ ବାହାରୁ ଅର୍ଥାତ୍ କଲିକତାରୁ ଆସିଥିବା ବେଳେ ମିଳିଥିବା ସମସ୍ତ ତଥ୍ୟ NCBକୁ ଦେଇଛି ଅବକାରୀ ବିଭାଗ । ରାଜ୍ୟ ବାହାରେ NCB ଖୋଳତାଡ଼ ଆରମ୍ଭ କରିବାକୁ ସଜବାଜ ହେଉଥିବା ବେଳେ ରାଜଧାନୀକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ ମାରିଛି ଏଣ୍ଟ୍ରି । ନନ୍ଦନକାନନ ଅଞ୍ଚଳର ଏକ ସ୍ଥାନରେ ଗଞ୍ଜେଇ ଗଚ୍ଛିତ ଥିବା ଖବର ପାଇ ରାତି ଅଧରେ ରେଡ୍ କରିଥିଲା ସ୍ପେସାଲ୍ କ୍ରାଇମ୍ ୟୁନିଟ୍ । ୪୯ କିଲୋଗ୍ରାମ ଗଞ୍ଜେଇ ଜବତ ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମୁଖ୍ୟ ନିଶା ମାଫିଆ ଶିବାଜୀ ବେହେରା ଓ ତା'ର ସହଯୋଗୀ ଅଶୋକ ଧରାପଡ଼ିବା ପରେ ଜଣାପଡ଼ିଛି ଯେ, କୋରାପୁଟ ଓ କନ୍ଧମାଳ ଅଞ୍ଚଳରୁ ଗଞ୍ଜେଇ ଆଣି ସ୍ମଗଲିଂ କରିବାର ଯୋଜନା କରିଥିଲେ ଦୁଇ ଅଭିଯୁକ୍ତ ।
ନୂଆ ବର୍ଷ ପୂର୍ବରୁ ନିଶା ମାଫିଆଙ୍କ ଏହି ନୂଆ ସିଣ୍ଡିକେଟକୁ ଅବକାରୀ ବିଭାଗ ଓ ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ କେତେଦୂର ମୂଳପୋଛ କରିପାରୁଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର ।
ପଢନ୍ତୁ ଏହି ଖବର: ଡିସେମ୍ବର ୧ରୁ ବିଜେପିର 'ସେବା ଦୂତ' ଅଭିଯାନ, ଅନ୍ୟ ନିର୍ବାଚନ ମଣ୍ଡଳୀରେ ୨୫ ଦିନ ପ୍ରବାସ କରିବେ ବିଧାୟକ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories