Panji Calendar Rules / ୨୦୨୬-୨୭ରେ ପାଞ୍ଜି ଓ କ୍ୟାଲେଣ୍ଡରରେ ପର୍ବପର୍ବାଣି ନେଇ ରହିବ ନିର୍ଭୁଲ ତଥ୍ୟ
·7 months ago·2 min read

Key Points
ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୦୨୬-୨୭ ବର୍ଷର ଚୂଡ଼ାନ୍ତ ପାଞ୍ଜି ସମୀକ୍ଷା ବୈଠକରେ ଏ ନେଇ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଆଗାମୀ ଦିନରେ ପର୍ବକୁ ନେଇ ଯେଭଳି କୌଣସି ଦ୍ୱନ୍ଦ୍ବ ନ ଉପୁଜେ ସେ ନେଇ ସମୀକ୍ଷା କରାଯାଇଛି ।
ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୦୨୬-୨୭ ବର୍ଷର ଚୂଡ଼ାନ୍ତ ପାଞ୍ଜି ସମୀକ୍ଷା ବୈଠକରେ ଏ ନେଇ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଆଗାମୀ ଦିନରେ ପର୍ବକୁ ନେଇ ଯେଭଳି କୌଣସି ଦ୍ୱନ୍ଦ୍ବ ନ ଉପୁଜେ ସେ ନେଇ ସମୀକ୍ଷା କରାଯାଇଛି । ପଞ୍ଜିକାର ମାନେ ପୂର୍ବରୁ ଦେଇଥିବା ପାଣ୍ଡୁଲିପିରେ ଥିବା ସମସ୍ତ ଅସଙ୍ଗତିକୁ ଦୂର କରାଯାଇଛି । ମୋଟ ପାଞ୍ଚଟି ପଞ୍ଜିକାକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରକାଶନ କରିବାକୁ ଅନୁମତି ଦେଇଛି । କୋହିନୂର, ରାଧାରମଣ, ଭାଗ୍ୟଦୀପ, ଅରୁଣୋଦୟ, ଜିଏନ୍ ତ୍ରୀପାଠୀ ଏହି ପାଞ୍ଚଟି ପଞ୍ଜିକାକୁ ଶ୍ରୀମନ୍ଦିରର ପର୍ବପର୍ବାଣି ପାଞ୍ଜିରେ ସ୍ଥାନ ଦେବାକୁ ସ୍ଵିକୃତି ମିଳିଛି । ଏଣୁ ଜନତା ଏହି ପାଞ୍ଚଟି ପଞ୍ଜିକା ଅନୁସରଣ କରିବାକୁ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସେବାୟତ ।
ଆଗାମୀ ସେପ୍ଟେମ୍ବର ୧୪ରେ ଶ୍ରୀମନ୍ଦିରରେ ହେବ ଗଣେଶ ଚତୁର୍ଥୀ । ଡିସେମ୍ବର ୮ରୁ ୧୦ ତାରିଖ ଯାଏଁ ୩ ଦିନ ଶ୍ରୀମନ୍ଦିରରେ ପାଳନ ହେବ ଦେବ ଦୀପାବଳି । ୧୪ ଏପ୍ରିଲରେ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅନୁଷ୍ଠିତ ହେବ। ସେହିଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଓଡ଼ିଆ ନବବର୍ଷ ପାଞ୍ଜି ଓ କ୍ୟାଲେଣ୍ଡର ଉନ୍ମୋଚନ କରାଯିବ। ମହାବିଷୁବ ସଂକ୍ରାନ୍ତିରୁ ଆଗାମୀ ୨୦୨୭ ବାଡ଼ି ନୃସିଂହ ବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିରର ସବୁ ପର୍ବପର୍ବାଣି ସମ୍ପର୍କରେ ତିଥି, ସମୟ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଅନୁମୋଦିତ ପାଞ୍ଚଟି ପାଞ୍ଜିରେ ପ୍ରକାଶିତ କରାଯିବ। ପ୍ରଶାସନର ସ୍ଵିକୃତି ନଥିବା କୌଣସି ପାଞ୍ଜି ଶ୍ରୀମନ୍ଦିର ସମ୍ପର୍କିତ ପର୍ବପର୍ବାଣି ତ୍ରୁଟିପୂର୍ଣ୍ଣ ଭାବେ ପ୍ରକାଶନ କଲେ କାର୍ଯ୍ୟାନୁଷ୍ଠାନ ହେବ।
ଗତ କିଛିବର୍ଷ ହେବ ବିଭିନ୍ନ ପାଞ୍ଜିରେ ଶ୍ରୀମନ୍ଦିର ସମ୍ପର୍କିତ ପର୍ବପର୍ବାଣି ପାଳନ ନେଇ ବିଭ୍ରାନ୍ତିକର ତଥ୍ୟ ପ୍ରକାଶିତ ହୋଇଆସୁଛି। ଯାହାଦ୍ବାରା ଜନସାଧାରଣ ଦ୍ୱନ୍ଦ୍ବରେ ପଡୁଛନ୍ତି। ଏବେ ଏହି ଦ୍ବନ୍ଦ୍ବ ଦୂର ହୋଇଛି।
ଏହାସହ ପଢ଼ନ୍ତୁ: ଆସନ୍ତାକାଲି ବନକ ଲାଗି ନୀତି; ସଂଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଜଗା ଦର୍ଶନ ବନ୍ଦ
ଆସନ୍ତାକାଲି (ବୁଧବାର) ଫାଲଗୁନ ମାସ କୃଷ୍ଣପକ୍ଷ ଦଶମୀ ତିଥି । ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ପ୍ରାୟ ଚାରି ଘଣ୍ଟା ଜଗା ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଫଳରେ ଶ୍ରଦ୍ଧାଳୁମାନଙ୍କୁ ଜଗା ଦର୍ଶନ ଲାଗି କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ । ନୀତି ଶେଷ ହେବା ପରେ ଭକ୍ତ ସ୍ଵାଭାବିକ ଭାବେ ଜଗା ଦର୍ଶନ କରିପାରିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ବା ଶ୍ରୀମୁଖ ଶୃଙ୍ଗାର ନୀତି ସମ୍ପନ୍ନ କରିବେ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ ।
ଏହା ଏକ ଗୁପ୍ତସେବା ଓ ଏକ ସ୍ୱତନ୍ତ୍ର ନୀତି ହୋଇଥିବାରୁ ଆସନ୍ତାକାଲି ସଂଧ୍ୟା ୬ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ବନକଲାଗି ନୀତି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ । ଏହାପରେ ପୁନର୍ବାର ଦର୍ଶନ ଆରମ୍ଭ ହେବ ।

Related Topics
Explore more stories