Videos
|
Odisha

ସତ୍ୟନାରାୟଣ ପାଲାକାର ସଂଘର ବିଂଶତମ ବାର୍ଷିକ ସମ୍ମିଳନୀ

Ritu Das
Browse all articles by Ritu Das
·2 years ago·1 min read
ସତ୍ୟନାରାୟଣ ପାଲାକାର ସଂଘର ବିଂଶତମ ବାର୍ଷିକ ସମ୍ମିଳନୀ

ଅର୍ଗସ ବ୍ୟୁରୋ: ସମାଜ ଯେତେ ଆଧୁନିକତାକୁ ଅନୁସରଣ ଆମ ପୁରାତନ ସଂସ୍କୃତି ସେତେ ଲୋପ ପାଇଚାଲିଛି। ଆଜିକା ଯୁବପିଢ଼ି ପାଲା, ଦାଶକାଠିଆ, ଘୋଡ଼ା ନାଚ ସଂସ୍କୃତି ବିଷୟରେ କିଛି ବି ଜାଣି ନାହାନ୍ତି। ଯାହାକି ଜାଣିବା ଦରକାର। ଆଜିକା ପିଢ଼ି କେବଳ ମୋବାଇଲ, ନେଟଫ୍ଲିକ୍ସ ପଛରେ ଦୌଡ଼ୁଛନ୍ତି। ସେମାନଙ୍କର ରାମାୟଣ ମହାଭାରତକୁ ନେଇ କୌଣସି ପ୍ରକାର ଜ୍ଞାନ ହିଁ ନାହିଁ। କଥାରେ ଅଛି ବୁଝୁ ନ ବୁଝୁ ପଢ଼ ଗୀତା। ରୁଚୁ କି ନରୁଚୁ ଖା ପିତା। କହିବାର ତାତ୍ପର୍ଯ୍ୟ ହେଉଛି ପୁରୁଣା ସଂସ୍କୃତିକୁ ଆମକୁ ଯୁବପିଢ଼ିଙ୍କ ପାଖରେ ବଞ୍ଚାଇବାକୁ ପଡ଼ିବ। 

ନୀଳାଚଳ ନିଖିଳ ଉତ୍କଳ ପାଲIଗାୟକ ପରିଷଦ ଆନୁକୂଲ୍ୟରେ ସତ୍ୟନାରାୟଣ ପାଲାକାର ସଂଘର ବିଂଶତମ ସମ୍ମିଳନୀ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ନୀଳଦେଇପୁର ଶନିଶ୍ଚର ମନ୍ଦିର ପ୍ରାଙ୍ଗଣରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। 

ବର୍ତ୍ତମାନ ସମୟରେ ପାଲା ସଂସ୍କୃତି ପ୍ରତି ଜନସାଧାରଣଙ୍କ ରୁଚି କମିଯାଉଥିବା ବେଳେ ପାଲାସଂସ୍କୃତିକୁ କିପରି ବଞ୍ଚାଇ ରଖିବାକୁ ପ୍ରୟାସ କରିବାକୁ ସେ ବିଷୟରେ ଆଲୋଚନା କରାଯାଇଥିଲା I ଇଣ୍ଟରନେଟ ଯୁଗରେ ପାଲା ଏକ ପାରମ୍ପରିକ ଲୋକକଳା ଭାବେ ମାନ୍ୟତା ପାଇଥିବା ବେଳେ, ଯୁବପିଢ଼ିଙ୍କ ମଧ୍ୟରେ ଆଧ୍ୟାତ୍ମିକ, ସାମାଜିକ, ବୈଜ୍ଞାନିକ, ଇତିହାସ ବିଷୟରେ ଜ୍ଞାନ ଜାଗ୍ରତ ପାଇଁ ପାଲାକୁ ନେଇ ସଚେତନ କରାଇବା ଆବଶ୍ୟକତା ରହିଛି ବୋଲି ସମ୍ମିଳନୀରେ ଯୋଗଦେଇ ପଦ୍ମଶ୍ରୀ ବାବା ବଳିଆ ତାଙ୍କ ବକ୍ତବ୍ୟରେ କହିଥିଲେ। 

ପ୍ରଥମ ଦିନରେ ଦାଶରଥି ମିଶ୍ରଙ୍କ ସଭାପତିତ୍ୱରେ ଅଭୟପୁର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସ୍ନେହାଞ୍ଜଳି ଗନ୍ତାୟତ ଉଦଘାଟନ କରିଥିବା ବେଳେ ଉଦଯାପନୀ ଦିବସରେ ପଦ୍ମଶ୍ରୀ ବାବା ବଳିଆ ଯୋଗ ଦେଇଥିଲେ I ଏହି ଦୁଇଦିନ ସମ୍ମିଳନୀରେ ଯାଜପୁର ଜିଲ୍ଲା ସମେତ ଜିଲ୍ଲା ବାହାରୁ ବହୁ ପାଲାକାର ମାନେ ଯୋଗଦେଇଥିଲେ I ପ୍ରତିଦିନ ସଭା ପରେ ବାଦି ପାଲା ଦେଖିବାକୁ ବହୁ ଲୋକଙ୍କ ସମାଗମ ହୋଇଥିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର