Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରେଳବାଇ ପ୍ରକଳ୍ପକୁ ବିରୋଧ କରି ଆସନ୍ତା କାଲି ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ

Odisha

ରେଳବାଇ ପ୍ରକଳ୍ପକୁ ବିରୋଧ କରି ଆସନ୍ତା କାଲି ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ

Ritu Das
Browse all articles by Ritu Das
·2 years ago·1 min read
ରେଳବାଇ ପ୍ରକଳ୍ପକୁ ବିରୋଧ କରି ଆସନ୍ତା କାଲି ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ

ଅର୍ଗସ ବ୍ୟୁରୋ: ଆସନ୍ତାକାଲି କେନ୍ଦୁଝରରେ ଗଡିବନି ଅଖ,ଚକ । ସମଗ୍ର ଜିଲ୍ଲାରେ ବନ୍ଦ ରହିବ ଦୋକାନ,ବଜାର ସ୍କୁଲ୍, କଲେଜ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ । ଆସନ୍ତାକାଲି କେନ୍ଦୁଝର ଜିଲ୍ଲାରେ ୨୪ଘଣ୍ଟିଆ ବନ୍ଦ ଡାକରା ଦେଇଛି। କେନ୍ଦୁଝର ଜିଲ୍ଲା ଟ୍ରକ୍ ମାଲିକ ସଂଘ। ଏହି ଶାନ୍ତିପୂର୍ଣ୍ଣ ବନ୍ଦ ପାଳନରେ ଜିଲ୍ଲାର ବିଭିନ୍ନ ସଙ୍ଗଠନ ସାମିଲ ହେବେ ବୋଲି ଟ୍ରକ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି। ଓଏମସିର ଶୁଆକାଟି ଲୁହାଖଣିରୁ ଗୁହାଲଡିହି ଯାଏ ରେଳ ପ୍ରକଳ୍ପକୁ ବିରୋଧ କରି ଜିଲ୍ଲା ଟ୍ରକ୍ ମାଲିକ ସଂଘ ଏହି ବନ୍ଦ ଡାକରା ଦେଇଛି। 

ଏହି ରେଳ ପ୍ରକଳ୍ପ ହେଲେ, ଜିଲ୍ଲାର ଟ୍ରକ୍ ମାଲିକଙ୍କ ସହିତ ଟ୍ରକ୍ ବ୍ୟବସାୟରେ ସମ୍ପୃକ୍ତ ୩ଲକ୍ଷ ଲୋକଙ୍କର ଜୀବନ ଜୀବିକା ପ୍ରଭାବିତ ହେବ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏଥିପାଇଁ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଆସନ୍ତାକାଲି ସମଗ୍ର ଜିଲ୍ଲାରେ ଗାଡି ଚଳାଚଳ ବନ୍ଦ ରଖିବା ସହ, ଦୋକାନ ବଜାର ବନ୍ଦ କରାଯିବ । ସଙ୍ଘର ସଦସ୍ୟମାନେ କେନ୍ଦୁଝରଗଡ ଷ୍ଟେସନ୍ ରୁ ରେଳ ଚଳାଚଳ ମଧ୍ୟ ବନ୍ଦ କରିବେ ବୋଲି ପ୍ରକାଶ କରିଛନ୍ତି। ଏହି ବନ୍ଦରୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଥିବା ଟ୍ରକ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
24-hour shutdown | Argus News