Videos
|
Odisha

24 ନିର୍ବାଚନରେ ଗଞ୍ଜାମରେ ବିଗାଡ଼ିବେ କି ବିଜେଡିର ଖେଳ ?

Ritu Das
Browse all articles by Ritu Das
·2 years ago·1 min read
24 ନିର୍ବାଚନରେ ଗଞ୍ଜାମରେ ବିଗାଡ଼ିବେ କି ବିଜେଡିର ଖେଳ ?

ଅର୍ଗସ ବ୍ୟୁରୋ: କାଲି ପଦ୍ମ ଧରୁଧରୁ ଆଜି ଶକ୍ତି ପ୍ରଦର୍ଶନ। ଗୁରୁବାର ବ୍ରହ୍ମପୁରରେ ବିଜେପିର ବିଶାଳ ଜନସଭାକୁ ସମ୍ବୋଧନ କରିଥିଲେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ। ନିଜ ଶକ୍ତି ପ୍ରଦର୍ଶନ ପାଇଁ ଗୋପାଳପୁର ବିଧାୟକଙ୍କୁ ମିଳିଥିଲା ବଡ଼ ମୌକା। ରାଜନାଥଙ୍କ ସଭାର ସେଣ୍ଟର ଅଫ୍ ଆଟ୍ରାକ୍ସନ ଥିଲେ ପ୍ରଦୀପ ପାଣିଗ୍ରାହୀ। ହଜାର ହଜାର ସମର୍ଥକଙ୍କ ଗହଣରେ ସଭାସ୍ଥଳରେ ପହଞ୍ଚିଥିଲେ ପ୍ରଦୀପ। ଏଥିସହ ବିଜେଡିର ଅନେକ ନେତାଙ୍କୁ ପଦ୍ମ ଶିବିରରେ ସାମିଲ କରାଇ ଗଞ୍ଜାମ ରାଜନୀତିରେ ତାଙ୍କ ଗୁରୁତ୍ବର ଦେଇଥିଲେ ପ୍ରମାଣ। ଚିରାଚରିତ ଢଙ୍ଗରେ ବିଜେଡିକୁ ଦେଇଥିଲେ ଖୋଲା ଚ୍ୟାଲେଞ୍ଜ। 

ଗତ 25 ବର୍ଷ ଧରି ବିଜେଡିର ଅଭେଦ୍ୟ ଗଡ଼ ରହିଆସିଛି ଗଞ୍ଜାମ ଜିଲ୍ଲା। ଖୋଦ୍ ମୁଖ୍ୟମନ୍ତ୍ରୀ ଏଠାରୁ କରିଆସୁଛନ୍ତି ପ୍ରତିନିଧିତ୍ବ। ନବୀନଙ୍କ ଗଡ଼ରେ ତାଙ୍କର ସବୁଠୁ ବିଶ୍ବସ୍ତ ସିପାହୀ ରହିଆସିଥିବା ପ୍ରଦୀପ ପାଣିଗ୍ରାହୀ ଏବେ ବିଜେପି ଶିବିରରେ। ହିଞ୍ଜିଳିରେ ନାମକୁ ମାତ୍ର ବିଧାୟକ ହେଉଛନ୍ତି ନବୀନ। କିନ୍ତୁ ନିର୍ବାଚନମଣ୍ଡଳୀର ସବୁ ଦାୟିତ୍ବ ବୁଝୁଥିଲେ ପ୍ରଦୀପ। ସେ ମଧ୍ୟ ଥିଲେ ବିଜେଡିର ଗଞ୍ଜାମ ଜିଲ୍ଲା ସଭାପତି। ଏକଦା ପାୱାର କରିଡରର ଅନ୍ୟତମ କ୍ଷମତାଶାଳୀ ନେତା ଥିଲେ ପ୍ରଦୀପ। ଯେଉଁଥିପାଇଁ ପାଣ୍ଡିଆନଙ୍କ ସହ ହୋଇଥିଲା ତାଙ୍କର ମୁହାଁମୁହିଁ। ଜନବୀରୋଧୀ ଅଖ୍ୟା ଦେଇ ପ୍ରଦୀପଙ୍କୁ ବିଜେଡିରୁ ବାହାର କରିଦିଆଗଲା। ଏବେ ସେ ବିଜେପି ଶିବିରରେ। ଯାହାର ଭରପୁର ଫାଇଦା ଉଠାଇବା ସହ ବିଜେଡି ଗଡ଼ରେ ପଦ୍ମ ପୁଟାଇବାକୁ ବିଜେପି କରିଛି ବଡ଼ ଯୋଜନା।

ଏକଦା ବିଭୀଷଣଙ୍କ ପାଇଁ ଛାରଖାର ହୋଇଯାଇଥିଲା ରାବଣର ସୁନାର ଲଙ୍କା। ବିଜେଡିର ଅଭେଦ୍ୟ ଗଡ଼ ଗଞ୍ଜାମକୁ ଧୂଳିସାତ କରିବାରେ ପ୍ରଦୀପ ବନିବେ କି ବଡ଼ ମୋହରା ?

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
24 in the election will be | Argus News