Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 24 ମହାଲଢ଼େଇ ପୂର୍ବରୁ ପ୍ରମୁଖ ରାଜନୈତିକ ଦଳର ମହାପ୍ରସ୍ତୁତି

Odisha

24 ମହାଲଢ଼େଇ ପୂର୍ବରୁ ପ୍ରମୁଖ ରାଜନୈତିକ ଦଳର ମହାପ୍ରସ୍ତୁତି

Banajyotshna Ray
Browse all articles by Banajyotshna Ray
·2 years ago·2 min read
24 ମହାଲଢ଼େଇ ପୂର୍ବରୁ ପ୍ରମୁଖ ରାଜନୈତିକ ଦଳର ମହାପ୍ରସ୍ତୁତି
  • 24 ମହାଲଢ଼େଇ ପୂର୍ବରୁ ପ୍ରମୁଖ ରାଜନୈତିକ ଦଳର ମହା ପ୍ରସ୍ତୁତି
  • ରାଜ୍ୟ ବିଜେପି ନେତୃତ୍ବଙ୍କୁ ଦିଲ୍ଲୀ ଡାକରା, କେନ୍ଦ୍ରୀୟ ନେତାଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ
  • ଭୁବନେଶ୍ବରରେ ବିଜେଡି ଶିବିର ଚଳଚଞ୍ଚଳ, ନବୀନ ନିବାସରେ ଆଗଧାଡ଼ିର ନେତାଙ୍କ ମିଟିଂ
  • ନିର୍ବାଚନ ପାଇଁ ବଡ଼ ନିଷ୍ପତ୍ତି ନିଆଯାଉଥିବା ଆକଳନ

ଅର୍ଗସ ବ୍ୟୁରୋ: ବଡ଼ ନିର୍ବାଚନ, ତା ପୂର୍ବରୁ ବଡ଼ ପ୍ରସ୍ତୁତି। 24 ମହାସଂଗ୍ରାମ ପର୍ବରୁ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ଶିବିର। ବିଜେଡି ଓ ବିଜେପି କ୍ୟାମ୍ପରେ ଆରମ୍ଭ ହୋଇଯାଇଛି ବଡ଼ ହଲଚଲ। ଦୁଇ ଦଳ ପକ୍ଷରୁ ରଣକୌଶଳ ପ୍ରସ୍ତୁତ କରାଯାଉଛି। ଏହି କ୍ରମରେ ହଠାତ୍ ରାଜ୍ୟର ପଦ୍ମ ଦଳର ନେତାଙ୍କୁ ଦିଲ୍ଲୀରୁ ଡାକରା ଆସିଲା। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସଂଗଠନ ସମ୍ପାଦକ ମାନସ ମହାନ୍ତିଙ୍କ ଓଡ଼ିଶା ବିଜେପିର କୋର କମିଟି ସଦସ୍ୟ ଓ ବରିଷ୍ଠ ନେତାମାନେ ଦିଲ୍ଲୀ ଯାଇ କେନ୍ଦ୍ରୀୟ ଶୀର୍ଷ ନେତୃତ୍ବଙ୍କ ସହ ବୈଠକ କରିଛନ୍ତି । ଗୃହମନ୍ତ୍ରୀ ଅମିତ୍ ଶାହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଏହି ବୈଠକରେ ହୋଇଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା।

ଦିଲ୍ଲୀରେ ବିଜେପି, ଏପଟେ ଭୁବନେଶ୍ବରରେ ବିଜେଡି ଶିବିରରେ କମ୍ପନ । ବିଜୁ ଜନତା ଦଳର ବରିଷ୍ଠ ଓ ଆଗଧାଡ଼ିର ନେତାଙ୍କୁ ହଠାତ୍ ନବୀନ ନିବାସରୁ ଆସିଲା ଡାକରା। ଅପରାହ୍ନ ସାଢ଼େ ତିନିଟା ସୁଦ୍ଧା ପହଞ୍ଚିବାକୁ କୁହାଗଲା । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ ମୁଖପାତ୍ର ସସ୍ମିତ ପାତ୍ର, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଟୁକୁନି ସାହୁ, ଅଶୋକ ପଣ୍ଡା, ପ୍ରଦୀପ ଅମାତ, ଜଗନ୍ନାଥ ସାରକା, ପ୍ରଫୁଲ୍ଲ ମଲ୍ଲିକ, ଅତନୁ ସବ୍ୟସାଚୀ, ପ୍ରତାପ ଦେବ, ଉଷା ଦେବୀ, ପ୍ରୀତିରଞ୍ଜନ ଘଡେ଼ଇ, ବିକ୍ରମ ଆରୁଖ, ସାଧାରଣ ସମ୍ପାଦକ ସଞ୍ଜୟ ଦାସ ବର୍ମା, ଉପସଭାପତି ଦେବୀ ମିଶ୍ର, ବିଧାୟକ ଅରୁଣ ସାହୁ, ପ୍ରଣବ ବଳବନ୍ତରାୟ, ସୁଶାନ୍ତ ରାଉତ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ ।

2024 ନିର୍ବାଚନ ପୂର୍ବରୁ ମହାପ୍ରସ୍ତୁତିରେ ଲାଗିଛନ୍ତି ତିନି ଦଳ। ଭୁବନେଶ୍ବରରେ ବିଜେଡି ଓ ଦିଲ୍ଲୀରେ ବିଜେପିର ଏହି ବଡ଼ ପ୍ରସ୍ତୁତି ବୈଠକ ପରେ ପରବର୍ତ୍ତୀ ରାଜନୈତିକ ଗତିବିଧି ଉପରେ ରହିଛି ସମସ୍ତଙ୍କ ନଜର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus Whatsapp Channel Mobile Top
Sponsored
24 Major political parties' grand preparations ahead of the battle | Argus News