Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୨୪ ବର୍ଷର ସ୍ଥିର ସରକାର ପାନୀୟ ଜଳ ଯୋଗାଇବାରେ ବିଫଳ

Odisha

୨୪ ବର୍ଷର ସ୍ଥିର ସରକାର ପାନୀୟ ଜଳ ଯୋଗାଇବାରେ ବିଫଳ

Ritu Das
Browse all articles by Ritu Das
·2 years ago·2 min read
୨୪ ବର୍ଷର ସ୍ଥିର ସରକାର ପାନୀୟ ଜଳ ଯୋଗାଇବାରେ ବିଫଳ

ଅର୍ଗସ ବ୍ୟୁରୋ: ପାଣି ପାଇଁ ଲମ୍ବା ଲାଇନ । ବିପଦ ସଙ୍କୁଳ ଅବସ୍ଥାରେ ଏକ ପରିତ୍ୟକ୍ତ କୁଅରୁ ପାଣି କାଢୁଛନ୍ତି ମାହିଳାମାନେ । କେତେବେଳେ ଗୋଡ ଖସିଯିବ କହିହେବ ନାହିଁ । ଜଣେ କି ଦୁଇ ଜଣ ନୁହେଁ ଲମ୍ବା ଲାଇନ ଲଗାଇ ଏକା ସାଙ୍ଗରେ ପାଣି ନେବାକୁ ଅସିଛନ୍ତି ମହିଳାମାନେ । ଏ ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ନାୟକପଡା ଗାଁର । ଚାରୋଟି ୱାର୍ଡ ବିଶିଷ୍ଟ ଏହି ଗାଁରେ ପ୍ରାୟ ୧୫ ଶହ ଲୋକ ବସବାସ କରୁଥିବାବେଳେ ଏଯାଏଁ ଗାଁକୁ ହୋଇ ପାରିନି ବିଶୁଦ୍ଧ ପାନୀୟ ଜଳ ଯୋଗାଣ । ଫଳରେ ଏହି ପରିତ୍ୟକ୍ତ କୁଅରୁ ପାଣି ବ୍ୟବହାର କରି ଚଳୁଛନ୍ତି ଗ୍ରାମବାସୀ । କେବଳ ସେତିକି ନୁହେଁ ଗାଁ ଦେଇ ଯାଇଥିବା ସୁବର୍ଣ୍ଣପୁର-ସମ୍ବଲପୁର ରାଜ୍ୟ ରାଜପଥ ଥିବାରୁ ସବୁବେଳେ ନିଜ ଜୀବନକୁ ବାଜି ଲହଗାଇ ରାସ୍ତା ପାର ହେଉଛନ୍ତି ମହିଳାମାନେ । କେତେବେଳେ ଯେ ଅଘଟଣ ନ ଘଟିବ ତାହା କହିହେବ ନାହିଁ ।  

କାନ୍ଥ ଉପରେ ଲେଖା ହୋଇଛି ବସୁଧା ଯୋଜନା। ସମସ୍ତରଙ୍କ ଘରକୁ ପାଣି । ହେଲେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । ନା ଅଛି ଓଭରହେଡ ଟ୍ୟାଙ୍କ, ନା ଗାଁରେ ପଡିଛି ପାଇପ। କିଛି ବର୍ଷ ଆଗରୁ ଜଳ ଯୋଗାଣ ପାଇଁ ଓଭର ହେଡ ଟ୍ୟାଙ୍କ ନିର୍ମାଣ କରାଯାଉଥିବାବେଳେ ଅଧାରେ କାମ ଛାଡି ଠିକାଦାର ଫେରାର ମାରିଛି। କେବଳ ପିଲର ନିର୍ମାଣ କରି ସରକାର ଚୁପ । ଗାଁରେ ନଳକୁପ ଯାହା ଅଛି ସେଥିରୁ ଖାଇବା ଯୋଗ୍ୟ ପାଣି ବାହାରୁ ନାହିଁ । ଏହାକୁ ନେଇ ଜିଲ୍ଲାପାଳ ଅଫିସ ଆଗରେ ଭିଡ ଜମାଇଛନ୍ତି ଶହ ଶହ ମହିଳା । ହକ ପାଇଁ ଜିଲ୍ଲାପାଳଙ୍କୁ ମହିଳାମାନେ ଚେତାବନୀ ଦେଉଛନ୍ତି । ତୁରନ୍ତ ଗାଁକୁ ପାଣି ଯୋଗାଇ ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନର ଧମକ ମଧ୍ୟ ଦେଇଛନ୍ତି ମହିଳାମାନେ । ଅପରପକ୍ଷରେ ଗାଁକୁ ମେଗା ଉଠା ଜଳ ସେଚନରୁ କମ ଦିନ ଭିତରେ ପାଣି ଦିଆଯିବ ବୋଲି କହିଛନ୍ତି ଉଲୁଣ୍ଡା ବ୍ଲକ ଜଳ ଓ ପରିମଳ ମିଶନର କନିଷ୍ଠ ଯନ୍ତ୍ରୀ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
24 year old government | Argus News