Videos
|
Odisha

ସୁଦ୍ଧ ପାଣି ଯୋଗାଇରେ ଫେଲ 24 ବର୍ଷର ବିଜେଡି ସରକାର

Manini Pattanayak
Browse all articles by Manini Pattanayak
·2 years ago·2 min read
ସୁଦ୍ଧ ପାଣି ଯୋଗାଇରେ ଫେଲ 24 ବର୍ଷର ବିଜେଡି ସରକାର

ଭୁବନେଶ୍ୱର:  ଶୁଦ୍ଧ ପାଣି ଯୋଗାଇବାରେ ଫେଲ୍ 24 ବର୍ଷର ବିଜେଡି ସରକାର। ଏବେ ସମ୍ବଲପୁରରେ ପାଣି ଅପାରଗତା ଲୁଚାଇବାକୁ ମିଛ ପ୍ରଚାର। ଗ୍ରାଉଣ୍ଡରୁ ସତ ଦେଖାଇ ଅର୍ଗସ୍ ଉଠାଇଲା ମିଛ ପ୍ରଚାରରୁ ପରଦା। ସମ୍ବଲପୁର ଓ ହୀରାକୁଦରେ ଆମେ ଧରାଇଛୁ ସରକାରଙ୍କ ଅପାରଗତା  ।  ହୀରାକୁଦରେ ଦୂଷିତ ପାଣି ପିଇବା ଯୋଗୁଁ ଝାଡ଼ାବାନ୍ତି ବ୍ୟାପୀଲା।  3 ଜଣଙ୍କ ଜୀବନ ଗଲା ଶହେରୁ ଅଧିକ ଆକ୍ରାନ୍ତ ହେଲେ। ହୀରାକୁଦ ପରେ ସମ୍ବଲପୁରରେ ବି ବ୍ୟାପିଲା ଝାଡ଼ାବାନ୍ତି। ଧରାପଡ଼ିଗଲା ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ରାଜ୍ୟ ସରକାରଙ୍କ ମିଛ ପ୍ରଚାର। ବଦନାମ ହେଲେ ବିଜେଡି ସରକାର। ଅର୍ଗସ ଦେଖାଇଲା ଗ୍ରାଉଣ୍ଡରୁ ସୁଦ୍ଧ ପିଇବା ପାଣିର ସତ। ସମ୍ବଲପରୁ ସହରରେ କିପରି ପାଣି ପାଇପ ଗୁଡ଼ିକ ନର୍ଦ୍ଦମା ମଧ୍ୟରେ ଯାଇଛି ଆମେ ଦେଖାଇଥିଲୁ।  ଅର୍ଗସ କ୍ୟାମେରା ଆଗରେ ପାଣିକୁ ନେଇ ବିଜେଡି ସରକାରଙ୍କ ବିରୋଧରେ ଅସନ୍ତୋଷ ଝାଡିଲେ ସମ୍ବଲପରୁବାସୀ। 

ବଦନାମ ହେବା ପରେ ଏବେ ସତ ଲୁଚାଇବାକୁ ଚାଲିଛି ପ୍ରୟାସ। ଦୂଷିତ ପାଣି ଯୋଗୁଁ ଝାଡାବାନ୍ତି ବ୍ୟାପୀନାହିଁ ବୋଲି ଏବେ ନିଜ କର୍ମଚାରୀଙ୍କ ଜରିଆରେ ଚାଲାଇଛନ୍ତି ମିଛପ୍ରଚାର। ଏପରିକି ଖୋଦ୍ ଜିଲ୍ଲାପାଳ ବି ଦୂଷିତ ପାଣି କଥା ମାନିବାକୁ ନାରାଜ। ଯଦି ଦୂଷିତ ପାଣି ଯୋଗୁଁ ଝାଡାବାନ୍ତି ବ୍ୟାପୀବା ମିଛ ତାହାଲେ ଶୁଣନ୍ତୁ ଅର୍ଗସକୁ କଣ ପ୍ରତିକ୍ରିୟା ଦେଇଥିଲେ ହୀରାକୁଦ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର।

ଆମେ ସେବେ ଝାଡ଼ାବାନ୍ତିକୁ ନେଇ ସତ ଦେଖାଇଥିଲୁ ଆଉ ଆଜି ବି ସତ ଦେଖାଉଛୁ। ହୀରାକୂଦ ପରେ ସମ୍ବଲପୁରରେ ଝାଡ଼ାବାନ୍ତି ବ୍ୟାପିଥିଲା। ଏବେ ବୁର୍ଲାରେ ପିଇବା ପାଣିର ସ୍ଥିତି କଣ ଆପଣଙ୍କୁ ଦେଖାଉଛୁ। ସହରର କୁଷ୍ଠରୋଗୀ କଲୋନୀ ନିକଟରେ ରହିଛି ଏହି ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ। କେଉଁ ପରିବେଶରେ ଏଠାରେ ପାଣିକୁ ବିଶୁଦ୍ଧ କରାଯାଉଛି ଦେଖନ୍ତୁ। ଟ୍ରିଟମେଣ୍ଟ ପ୍ଲାଣ୍ଟ ଭିତରେ ସିଉଳି, ଦଳ ଓ ଘାସ ଭର୍ତ୍ତି। କେଉଁଠି ପକ୍ଷୀ ମରି ପଡିଛି ତ କେଉଁଠି ଆବର୍ଜନା। ତେଣୁ ଏଠାରେ ପାଣି ବିଶୁଦ୍ଧ ହେଉଛି ନା ଅଧିକ ଦୂଷିତ ହେଉଛି ଆପଣ ବିଚାର କରନ୍ତୁ। 
ଗ୍ରାଉଣ୍ଡରୁ ସତ ଦେଖାଇବା ହେଉଛି ସତ୍ୟର ସନ୍ଧାନ। ଆଉ ଅର୍ଗସ ତାହା ହିଁ କରି ଆସିଛି। ସମ୍ବଲପୁର ଓ ହୀରାକୂଦରେ ବି ଆମେ ସତ ଦେଖାଇଥିଲୁ । ଆଉ ଆଜି ବିର୍ଲାରେ ବି ସତ ଦେଖାଇଲୁ। ରାଜ୍ୟ ସରକାର 24 ବର୍ଷ ଭିତରେ ଲୋକଙ୍କୁ ସୁଦ୍ଧ ପିଇବା ପାଇଁ ଯୋଗାଇପାରିଲେ ନାହିଁ। ଯାହାର ପରିଣାମ 2014-15ରେ ବି ଭୋଗି ସାରିଛନ୍ତି ସମ୍ବଲପରୁ ବାସୀ। ଆଉ ଏବେ ଅପାରଗତା ଧରପାଡ଼ିବା ପରେ ଭଡାଟିଆ କର୍ମଚାରୀଙ୍କ ମାଧ୍ୟମରେ କରୁଛନ୍ତି ମିଛ ପ୍ରଚାର।   
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 ଅଧିକ ପଢନ୍ତୁ  ଓଡ଼ିଶା ଖବର 
 

Sponsored