Videos
|
Odisha

ବର୍ଷ ପରେ ବର୍ଷ ଗଡୁଛି, ତଥାପି ବଦଳୁନି ବଞ୍ଚିବାର ଚିତ୍ର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବର୍ଷ ପରେ ବର୍ଷ ଗଡୁଛି, ତଥାପି ବଦଳୁନି ବଞ୍ଚିବାର ଚିତ୍ର

ଅର୍ଗସ ବ୍ୟୁରୋ:  କିଟ୍ କିଟ୍ ଅନ୍ଧାର ରାତି । ଚାରିଆଡ ଘଞ୍ଚ ଜଙ୍ଗଲ ଆଉ ଶୂନଶାନ୍ ରାସ୍ତା । ଦୂର ଦୂର ଯାଏ ନାହିଁ ଆଲୁଅର ଦେଖା । ଅଣ ଓସାରିଆ ମାଟି, ପଥର ରାସ୍ତାକୁ ମଝିରେ ନାଳ ପାଣିରେ ପଶି ଯିବାକୁ ପଡେ । ଏମିତି ପାଖାପାଖି 3 କିମି ଚାଲି ଚାଲି ଗଲେ ଆସିବ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକର ସେନାଘାଟି ଆଦର୍ଶ ଗାଁ । ଯେଉଁଠି ବିକାଶର ବାସ୍ତବତାକୁ ପରଖିବାକୁ ପହଞ୍ଚିଥିଲା ଆମ ଟିମ୍ । ଏଠାରେ ବଡ଼ ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି 30 ପରିବାର । ଭଲ ରାସ୍ତା ଖଣ୍ଡିଏ ନଥିବା ବେଳେ ଜରୁରୀକାଳୀନ ପରିସ୍ଥିତିରେ ରୋଗୀ, ଗର୍ଭବତୀଙ୍କୁ ଖଟିଆ ସାହା । ସଞ୍ଜ ନଇଁଲେ ମାତ୍ରେ ମାଡିଆସେ ବନ୍ୟଜନ୍ତୁଙ୍କ ଭୟ ।

ଖାଲି ସେତିକି ନୁହେଁ, ଶୁଦ୍ଧ ପାନୀୟ ଜଳ ଏମାନଙ୍କ ପାଇଁ ସାତ ସପନ । ନଳକୂପରୁ ଆଇରନ୍ ପାଣି ଓ କୂଅରୁ ଦୂଷିତ ପାଣି ପିଇ ଗାଁର 5 ବର୍ଷରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ 10 ଜଣ ପୁରୁଷ ଓ 2 ମହିଳା ଜୀବନ ଯାଇଛି । ଗାଁରେ ଅଙ୍ଗନୱାଡି କି ସ୍କୁଲ ନାହିଁ । ଫଳରେ ଅନେକ ଛାତ୍ରଛାତ୍ରୀଙ୍କ ପାଠପଢାରେ ଡୋରୀ ପଡିଛି । ସେହିପରି ସରକାରୀ ଯୋଜନା ଅପହଞ୍ଚ ପାଲଟିଥିବାବେଳେ ଝୁମ୍ପୁଡିରେ ଦିନ କାଟୁଛନ୍ତି ଗ୍ରାମବାସୀ ।

ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି କାହିଁକି ସେନାଘାଟି ଗ୍ରାମବାସୀଙ୍କ ପାଇଁ ଅପହଞ୍ଚ ବିକାଶ ? । କ'ଣ ଏୟା ଦୀର୍ଘ ବର୍ଷ ସ୍ଥିର ବିଜେଡି ସରକାରର ରୂପାନ୍ତରୀକରଣ ? । ଖାଲି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି ସ୍ଥାନୀୟ ବିଧାୟକ ରୋହିତ ପୂଜାରୀ । ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ । ଏଥର ଭୋଟରେ ଉଚିତ ଜବାବ ଦେବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: