୨୪ବର୍ଷର ସ୍ଥିର ସରକାର: ଏବେବି ବଦଳୁନି ଶିକ୍ଷା ବ୍ୟବସ୍ଥା

ଅର୍ଗସ ବ୍ୟୁରୋ: ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। ୨୪ ବର୍ଷ ସ୍ଥିର ସରକାରରେ ଶିକ୍ଷ୍ୟା ବ୍ୟବସ୍ଥାର ବିକଳ ଚିତ୍ର। ଶ୍ରେଣୀ ଗୃହ ଅଭାବରୁ ଗଛମୂଳେ ବସି ପାଠ ପଢ଼ୁଛନ୍ତି କୋମଳମତି ଛାତ୍ରଛାତ୍ରୀ । ବର୍ଷା ଏବଂ ଅଧିକ ଖରା ହେଲେ ପାଠପଢ଼ା ଠପ୍ । ଦାବି ପରେ ବି ଶୁଣୁ ନାହିଁ ପ୍ରଶାସନ। ଆସନ୍ତୁ ଦେଖିବା ଆମର ଏହି ରିପୋର୍ଟରେ ।
ସରକାର ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରୀକରଣ କରୁଥିବା ବେଳେ ଆନନ୍ଦପୁର ବ୍ଲକ୍ ବାଇଲୋ ପଞ୍ଚାୟତ ହାତୀବନ୍ଧା ଉପ୍ରା ବିଦ୍ୟାଳୟର ବିକଳ ଚିତ୍ର ସାମ୍ନାକୁ ଆସିଛି। ବିଦ୍ୟାଳୟ ଶ୍ରେଣୀଗୃହ ଛାତରୁ କଙ୍କ୍ରିଟ ପ୍ଲାଷ୍ଟର ଖସୁଥିବାରୁ ଛାତ୍ରଛାତ୍ରୀ ଗଛମୂଳରେ ବସି ପାଠ ପଢୁଛନ୍ତି। ଆନନ୍ଦପୁର ସଦର ମହକୁମାରୁ ମାତ୍ର ୫ କିମି ଦୂରରେ ଥିବା ଏହି ବିଦ୍ୟାଳୟରେ ଏଭଳି ଅବ୍ୟବସ୍ଥାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ହାତୀବନ୍ଧା ଉପ୍ରା ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏଠାରେ ୭୪ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ମୋଟ ୪ଟି ଶ୍ରେଣୀଗୃହ ରହିଥିବା ବେଳେ ଅଛି ଏଥିରୁ ଗୋଟିଏ ମାତ୍ର ଭଲ ଅନ୍ୟ ତିନୋଟି ଶ୍ରେଣୀଗୃହ ଛାତରୁ କଂକ୍ରିଟ ପ୍ଲାଷ୍ଟର ଖଣ୍ଡ ଖସୁଛି। ଲୁହାରଡ ବାହାରକୁ ଦେଖାଯାଉଛି। ଛାତ୍ରଛାତ୍ରୀ। ଶିକ୍ଷକଙ୍କ ଜୀବନ ପ୍ରତି ବିପଦ ଥିବାରୁ ଶ୍ରେଣୀଗୃହରେ ପାଠପଢ଼ା ସମ୍ଭବ ହେଉନାହିଁ। ଅନ୍ୟ ପକ୍ଷରେ ୫ଟି ଶ୍ରେଣୀ କୁ ୨ ଜଣ ଶିକ୍ଷୟିତ୍ରୀ ଥିବାରୁ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି ବୋଲି ଅଭିଭାବକ କହିଛନ୍ତି । ଶ୍ରେଣୀ ଗୃହ ଅଭାବରୁ ପାଠ ପଢା ଠିକରେ ହୋଇ ପାରୁ ନାହିଁ। ତେଣୁ ଛାତ୍ରଛାତ୍ରୀ ପଢିବା ପାଇଁ ଶ୍ରେଣୀ ଗୃହ ଯୋଗାଇ ଦେବାକୁ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ କହିଛନ୍ତି ।
୨୪ ବର୍ଷର ସ୍ଥିର ସରକାରରେ ଏଭଳି ଚିତ୍ର ସମସ୍ତଙ୍କୁ ବ୍ୟଥିତ କରିଛି । ତେଣୁ ତୁରନ୍ତ ଶ୍ରେଣୀ ଗୃହ ନିର୍ମାଣ ସହ ଆବଶ୍ୟକ ଶିକ୍ଷକ ଯୋଗାଇବା ପାଇଁ ଦାବି ହେଉଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
