Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - କଣ୍ଟାବାଞ୍ଜିରେ ୱାଗନ୍ ମରାମତି କାରଖାନା ପାଇଁ ରେଳ ମନ୍ତ୍ରଣାଳୟର 244.77 କୋଟି ଅନୁମୋଦନ

Odisha

କଣ୍ଟାବାଞ୍ଜିରେ ୱାଗନ୍ ମରାମତି କାରଖାନା ପାଇଁ ରେଳ ମନ୍ତ୍ରଣାଳୟର 244.77 କୋଟି ଅନୁମୋଦନ

Ritu Das
Browse all articles by Ritu Das
·2 years ago·2 min read
କଣ୍ଟାବାଞ୍ଜିରେ ୱାଗନ୍ ମରାମତି କାରଖାନା ପାଇଁ ରେଳ ମନ୍ତ୍ରଣାଳୟର 244.77 କୋଟି ଅନୁମୋଦନ

ଅର୍ଗସ ବ୍ୟୁରୋ: ରେଳବାଇ ବୋର୍ଡ ଦ୍ୱାରା ₹244.77 କୋଟି ଅନୁମୋଦନ ପାଇବା ପରେ ରେଳ ମନ୍ତ୍ରଣାଳୟ କଣ୍ଟାବାଞ୍ଜିରେ ୱାଗନ୍ ପିରିଓଡିକ୍ ମରାମତି (ପିଓଏଚ୍) କାରଖାନା ସୁବିଧା ପ୍ରତିଷ୍ଠା ପାଇଁ ସବୁଜ ସଙ୍କେତ ଦେଇଛି। ସେପ୍ଟେମ୍ବର 2023 ରେ ଦାଖଲ ହୋଇଥିବା ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ର ପୁଙ୍ଖାନୁପୁଙ୍ଖ ବିଚାର ପରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଅଛି। 

200 ୱାଗନ୍ କ୍ଷମତା ବିଶିଷ୍ଟ ପ୍ରସ୍ତାବିତ ୱାଗନ୍ ପିଓଏଚ୍ କାରଖାନା, କଣ୍ଟାବାଞ୍ଜିରେ ରେଳବାଇ ସହିତ ଉପଲବ୍ଧ ଥିବା ଖାଲି ଜମିରେ ସ୍ଥାପନ କରାଯିବ। ଏହି ନିଷ୍ପତ୍ତି ସ୍ଥାନୀୟ ଜନସାଧାରଣଙ୍କ ସମେତ ସ୍ଥାନୀୟ ଲୋକ ପ୍ରତିନିଧି ଯେଉଁମାନେ ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ଏପରି ସୁବିଧା ପାଇଁ ଦାବି କରିଆସୁଥିଲେ ସେମାନେ ରେଳ ମନ୍ତ୍ରୀଙ୍କୁ ଅନୁରୋଧ କ୍ରମେ ସେମାନଙ୍କର ଦାବିକୁ ବିଚାରକୁ ନିଆଯାଇଅଛି। 

ଏଭଳି କର୍ମଶାଳାର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାକୁ ସ୍ୱୀକୃତି ଦେଇ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଅଞ୍ଚଳର ଲୋକମାନଙ୍କୁ ସେମାନଙ୍କ ଆକାଂକ୍ଷା ପ୍ରତି ପ୍ରତିବଦ୍ଧତା ବିଷୟରେ ଆଶ୍ୱାସନା ଦେଇଛନ୍ତି । ରେଳ ବୋର୍ଡର ଅନୁମୋଦନ ନାଗରିକଙ୍କ ଆବଶ୍ୟକତା ଏବଂ ଚିନ୍ତାଧାରାକୁ ସମାଧାନ କରିବାରେ ସରକାରଙ୍କ ଉତ୍ସର୍ଗୀକୃତତାକୁ ଦର୍ଶାଉଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ୱାଗନ୍ ପିଓଏଚ୍ କାରଖାନା ପ୍ରତିଷ୍ଠାର ଆଭିମୁଖ୍ୟ :
ଏହି ଅଞ୍ଚଳରେ ପଣ୍ୟ ପରିବହନ ଯାତାୟାତ ବୃଦ୍ଧି କରିବା ସହିତ ସୁରକ୍ଷିତ ଟ୍ରେନ୍ ଚଳାଚଳ ପାଇଁ ୱାଗନ୍ ଗୁଡିକର ନିୟମିତ ମରାମତି ଭଲ ଭାବରେ ରକ୍ଷଣାବେକ୍ଷଣ କରାଯିବ। ୱାଗନ୍‌ଗୁଡିକର ଆୟୁଷ ପାଇଁ ରୀତିମତ ବ୍ୟବହାର ଜନିତ ତ୍ରୁଟିପୂର୍ଣ୍ଣ ଅଂଶଗୁଡିକୁ ସଂଶୋଧନ କରିବାରେ ସାହାଯ୍ୟ କରିବ ଯାହା ୱାଗନ ବଦଳାଇବା କ୍ଷେତ୍ରରେ ଖର୍ଚ୍ଚ ସଞ୍ଚୟ କରିବ। 

ୱାଗନ ମରାମତି କାରଖାନା ପୃଥକ ଭାବରେ, ୱାଗନ୍ ରକ୍ଷଣାବେକ୍ଷଣ ଦକ୍ଷତା ଏବଂ ନିର୍ଭରଯୋଗ୍ୟତାକୁ ଉନ୍ନତ କରିବ ଫଳସ୍ୱରୂପ ଉନ୍ନତ କାର୍ଯ୍ୟଦକ୍ଷତା ଏବଂ କାର୍ଯ୍ୟବୃଦ୍ଧି କରାଇବ। କଣ୍ଟାବାଞ୍ଜିରେ ୱାଗନ୍ ପିଓଏଚ୍ କାରଖାନା ପ୍ରତିଷ୍ଠା ରେଳ ଭିତ୍ତିଭୂମି ବୃଦ୍ଧି ତଥା ରେଳ ବ୍ୟବସ୍ଥାର ନିରାପତ୍ତା, ନିର୍ଭରଯୋଗ୍ୟତା ଏବଂ ବ୍ୟୟ-ପ୍ରଭାବଶାଳୀତା ଉପରେ ସରକାରଙ୍କ ପ୍ରତିବଦ୍ଧତାକୁ ସୂଚିତ କରୁଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus Whatsapp Channel Mobile Top
Sponsored
244.77 crore approved | Argus News