Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଝୋଟ ବ୍ୟାଗ ପାଇଁ  ରାଜକୋଷରୁ ଖର୍ଚ୍ଚ ହୋଇଥିଲା  247 କୋଟି 36 ଲକ୍ଷ 64 ହଜାର ଟଙ୍କା

Odisha

ଝୋଟ ବ୍ୟାଗ ପାଇଁ  ରାଜକୋଷରୁ ଖର୍ଚ୍ଚ ହୋଇଥିଲା  247 କୋଟି 36 ଲକ୍ଷ 64 ହଜାର ଟଙ୍କା

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଝୋଟ ବ୍ୟାଗ ପାଇଁ  ରାଜକୋଷରୁ ଖର୍ଚ୍ଚ ହୋଇଥିଲା  247 କୋଟି 36 ଲକ୍ଷ 64 ହଜାର ଟଙ୍କା

Key Points

  • ସାମନାକୁ ଆସିଲା ସାଘାଂତିକ ତଥ୍ୟ
  •  ଝୋଟ ବ୍ୟାଗ ପାଇଁ ଖର୍ଚ୍ଚ 247 କୋଟି
  • ମୋଦି ଚାଉଳକୁ ନବୀନଙ୍କ ବ୍ୟାଗ- ହୋଇଥିଲା ବିବାଦ
  • ଓଡିଶା ପରିବର୍ତ୍ତେ ବ୍ୟାଗ କିଣା ହେଲା ଦକ୍ଷିଣି ରାଜ୍ୟରୁ
  • ଜନତା ହୋଇଥିଲେ ଖଡଗହସ୍ତ
  • ଝୋଟ ବ୍ୟାଗର ନିଆଁରେ ପୋଡିଯାଇଥିଲା କି 24 ବର୍ଷ ସରକାର ଗର୍ବ ଓ ଅହଙ୍କାର?
  • ଯୋଗାଣ ମନ୍ତ୍ରୀ କହିଲେ ତଦନ୍ତ ହେବ

ଅର୍ଗସ ବ୍ୟୁରୋ : ବିଜେଡି ସରକାରରେ ଝୋଟ ବ୍ୟାଗ୍ ବଣ୍ଟନରେ ଖର୍ଚ୍ଚ  ହୋଇଥିଲା ପାଣି ପରି ଟଙ୍କା...ମୋଦିଙ୍କ ଚାଉଳରେ ନିଜ ବ୍ରାଣ୍ଡ ଲଗାଇ ପ୍ରଚାର କରିବାକୁ ଝୋଟ ବ୍ୟାଗକୁ ଆୟୁଧ କରିଥିଲେ ନବୀନ ସରକାର। ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଉତ୍ତର ଉପରେ ନଜର ପକାନ୍ତୁ ।  ପ୍ରତି ପରିବାରକୁ  2 ଝୋଟ ବ୍ୟାଗ ସହ 1000 ଟଙ୍କା ଦେଇଥିଲେ ସରକାର । କେବଳ ଝୋଟ ବ୍ୟାଗ ପାଇଁ  ରାଜକୋଷରୁ ଖର୍ଚ୍ଚ ହୋଇଥିଲା  247 କୋଟି 36 ଲକ୍ଷ 64 ହଜାର ଟଙ୍କା ।  ଏବେ ପୂର୍ବ ସରକାରର ଏ ଅପବ୍ୟୟକୁ ଧରିଛନ୍ତି ମୋହନ ସରକାର... ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି  ଝୋଟ ବ୍ୟାଗ ପାଇଁ କିଏ  ଓ କାହିଁକି ଅର୍ଡର ଦେଇଥିଲା  ଉଦ୍ଦେଶ୍ୟ କଣ ଥିଲା ତାର ତଦନ୍ତ ହେବ । ଝୋଟ ବ୍ୟାଗ ବଣ୍ଟନରେ ବଡ ଗୋଳମାଳ ହୋଇଛି  ବୋଲି କହିଛନ୍ତି ମନ୍ତ୍ରୀ । ତେବେ ବିଜେଡି କହିଛି ସରକାର ଯେଉଁ କାମ କରନ୍ତି ଶାସକ ଦଳର ପ୍ରଚାର ହୁଏ

ଅଧିକ ପଢନ୍ତୁ : ପ୍ରଚାର ପାଇଁ ଝୋଟ ବ୍ୟାଗ୍ ବାଣ୍ଟି 247 କୋଟି ଉଡ଼ାଇ ଦେଇଥିଲେ ବିଜେଡ଼ି ସରକାର

କେନ୍ଦ୍ର ଚାଉଳରେ ନିଜ ନାଁ ଛାପି କେବଳ ବ୍ୟାଗ ଦେଇ ନାଁ ନେବାର ବ୍ୟାକୁଳତା ଭିତରେ ରାଜ୍ୟ ବ୍ୟାପୀ ଦେଖାଦେଇଥିଲା ଜନ ଆକ୍ରୋଶ ।  ଗାଁ ଗାଁରେ ମାଗଣା ବ୍ୟାଗକୁ ପ୍ରତ୍ୟାଖାନ କରିଥିଲେ ସାଧାରଣ ଲୋକେ.. ବ୍ୟାଗ ପୋଡି ପ୍ରତିବାଦ କରିଥିଲା ବିଜେପି । କେନ୍ଦ୍ର ଚାଉଳରେ ବିଜେଡି ବ୍ରାଣ୍ଡିକୁ ନେଇ ତେଜିଥିଲା ଅସନ୍ତୋଷ
ଝୋଟ ବ୍ୟାଗ ସହ  ପ୍ରତିପରିବାରକୁ 1 ହଜାର ଟଙ୍କା ଲେଖାଁଏ ବି ଦେଇଥିଲେ ସରକାର ।ଏଥିପାଇଁ ଖର୍ଚ୍ଚ ହୋଇଥିଲା 959 କୋଟି 5 ଲକ୍ଷ ଟଙ୍କା। ଜାତୀୟ ଖାଦ୍ୟ ସୁରକ୍ଷାରେ ଓଡିଶାର 3 କୋଟି 26 ଲକ୍ଷ ଲୋକଙ୍କୁ ମିଳୁଛି ମାଗଣା ଚାଉଳ । ରାଜ୍ୟ ଖାଦ୍ୟ ସୁରକ୍ଷାରେ ମିଳୁଥିଲା ମାତ୍ର 9 ଲକ୍ଷ ଲୋକଙ୍କୁ ଚାଉଳ।  ହେଲେ  ମୋଦିଙ୍କ ଚାଉଳରେ  ଶଙ୍ଖ ବ୍ରାଣ୍ଡ ଲଗାଇ  ନବୀନ- ପାଣ୍ଡିଆନ ଜୋଡ଼ିଙ୍କ ଶ୍ରେୟ ନେବାର ବ୍ୟାକୁଳତାକୁ ପ୍ରତ୍ୟାଖାନ କରିଥିଲେ ଓଡିଆ ଲୋକ । ଯେଉଁଥିପାଇଁ  ଲୋକେ କହିଲେ ଝୋଟ ବ୍ୟାଗର ନିଆଁରେ ପୋଡି ହୋଇଗଲା ବିଜେଡି ସରକାରର ଗର୍ବ ଓ ଅହଙ୍କାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
247 crores for the bag | Argus News