୨୫ଟିକିଆ ହତୀପଲଙ୍କ ଉପଦ୍ରବ

ଅର୍ଗସ ବ୍ୟୁରୋ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଅନ୍ତର୍ଗତ ରଣବା ପଞ୍ଚାୟତରେ ହାତୀ ଆତଙ୍କ ଦେଖିବାକୁ ମିଳିଛି l ଏହି ଦଳରେ ପ୍ରାୟ ୨୫ଟି ହାତୀ ଥିବା ଗ୍ରାମ ବାସୀ ପ୍ରକଶ କରିଛନ୍ତି । ଗତ କାଲି ୨୫ଟିକିଆ ହାତୀ ପଲ ଗାଁ ରେ ପଶି ଜଣଙ୍କ ଘର ଭାଙ୍ଗି ମାଟିରେ ମିସାଇ ଦେଇଛନ୍ତି ଏଥିସହ ଘରେ ଥିବା ଧାନ, ଚାଉଳ ନଷ୍ଟ କରି ବଟଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଏହି ହାତୀପଲ ରଣବା ଅଞ୍ଚଳରେ ବୁଲୁଥିବା ବେଳେ ଗତକାଲି ରଣବା ପଞ୍ଚାୟତର ସାହାଜଖାଲ। ଗ୍ରାମର ଉଷା ମଲ୍ଲିକଙ୍କ ଘରକୁ ଭାଙ୍ଗି ଦେଇଥିବା ସେମାନେ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବନ ବିଭାଗର ସୂଚନା ଅନୁସାରେ, ଏହି ହାତୀପଲ ଘୁମୁସର ନର୍ଥ ଡିଭିଜନରୁ ଆସି ରଣବା ଜଙ୍ଗଲ ଭିତରକୁ ପଶିଛନ୍ତି। ଗତ ପ୍ରାୟ ତିନି ଚାରି ଦିନ ହେଲା ରଣବା ରେଞ୍ଜର ସାହାଜଖାଲ, ମଦୁକେତା ସମେତ ବିଭିନ୍ନ ଗ୍ରାମରେ କ୍ଷୟକ୍ଷତି ଚଳାଇଛନ୍ତି। ହାତୀପଲ ଭୟରେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବନବିଭାଗ ହାତୀପଲ ଉପରେ ନଜର ରଖିଥିବା ବେଳେ ଇତି ମଧ୍ୟରେ ହାତୀପଲ ପୁଣି ଘୁମୁସର ନର୍ଥ ଡିଭିଜନ ଆଡକୁ ଫେରି ଯାଇଥିବା ରେଞ୍ଜର ସୂଚନାଦେଇଛନ୍ତି l ହାତୀପଲ ଦ୍ଵାରା ହୋଇଥିବା କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର