୨୫ ଟିକିଆ ହାତୀପଲ ଭାଙ୍ଗିଲେ ଘର: ବନ ବିଭାଗ ସହ ଗ୍ରାମବାସୀ ମୁହାଁମୁହିଁ
·2 years ago·1 min read

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ପୁଣି ୨୫ ଟିକିଆ ହାତୀ ପଲ ପ୍ରବେଶ କରି ବ୍ୟାପକ କ୍ଷତି ଘଟାଇଛନ୍ତି। ବିଭିନ୍ନ ସ୍ଥାନରେ ୧୦ ଟି ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ଦେଉଥିବାରୁ ବନ ବିଭାଗ ସହ ଗ୍ରାମବାସୀ ଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ରାତିରେ ପ୍ରଥମେ ଏରେଣ୍ଡେଇ, ମଙ୍ଗଳପୁର ଓ ଡିଆନାଳି ଗ୍ରାମରେ ୬ ଟି ଘର ଭାଙ୍ଗି ଦେଇଛନ୍ତି। ପରେ ଭୋରରୁ ଧାନବେଣୀ ଗ୍ରାମରେ ପଶି ଆତଙ୍କ ଖେଳାଇ ୪ ଟି ଘର ଭାଙ୍ଗି ଧାନ ଚାଉଳ ଖାଇ ନଷ୍ଟ କରିଦେଇଛନ୍ତି।
ଏହା ସହ ପରିବା ଚାଷ ନଷ୍ଟ କରିଦେଇଛନ୍ତି। ଆଜି ଧାନବେଣୀ ଗ୍ରାମରେ ବନ ବିଭାଗ ପହଞ୍ଚିବା ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ବନ ବିଭାଗ କର୍ମଚାରୀଙ୍କୁ କିଛି ସମୟ ପାଇଁ ଗ୍ରାମବାସୀ ଆଟକ ରଖିଥିଲେ। କ୍ଷତିଗ୍ରସ୍ତ ଲୋକମାନଙ୍କୁ କ୍ଷୟକ୍ଷତି ଆକଳନ କରି ତୁରନ୍ତ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଥିଲେ। ଏହା ସହ ଏହି ହାତୀ ପଲଙ୍କୁ ଅନ୍ୟତ୍ର ଘୋଡାଇବାକୁ ଦାବି କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: