Videos
|
Odisha

ବାରରେ ଡ୍ୟାନ୍ସ ମନା, ସଙ୍ଗୀତ ପରିବେଶଣ ପାଇଁ ଅନୁମତି

Manini Pattanayak
Browse all articles by Manini Pattanayak
·2 years ago·2 min read
ବାରରେ ଡ୍ୟାନ୍ସ ମନା, ସଙ୍ଗୀତ ପରିବେଶଣ ପାଇଁ ଅନୁମତି

ଭୁବନେଶ୍ୱର:  ଗାଁ ଗାଁରେ ବେଆଇନ ମଦର ବନ୍ୟା କରିଥିଲେ ବିଜେଡି ସରକାର। ନୂଆ ଅବକାରୀ ନୀତି ମାଧ୍ୟମରେ ଚୋରା ମଦ କାରବାର ଉପରେ ରୋକ୍ ଲଗାଇବାକୁ ମୋହନ ସରକାରଙ୍କ ଉଦ୍ୟମ। ରାଜ୍ୟର ୧୬ଟି ଜିଲ୍ଲାରେ ଖୋଲିବ ୨୫ଟି ନୂଆ ଅବକାରୀ ଥାନା। ନୂଆ ଦୋକାନ ଖୋଲିବା ଉପରେ ରୋକ୍...ବାରରେ ଡ୍ୟାନ୍ସ ମନା, କେବଳ ସଙ୍ଗୀତ ପରିବେଷଣ ପାଇଁ ଅନୁମତି॥ ନିଶା ସେବନ ବିରୋଧରେ ସଚେତନତା ପାଇଁ ସ୍ବତନ୍ତ୍ର ଫଣ୍ଡର ବ୍ୟବସ୍ଥା।  ସେପ୍ଟେମ୍ବ ୧ ରୁ ରାଜ୍ୟ ରେ ଲାଗୁ ହେବ ନୂଆ ଅବକାରୀ ନୀତି । ରାଜ୍ୟ ରେ ଚାଲିଥିବା ଚୋରା ଓ ବେଆଇନ ମଦ କାରବାର ରୋକିବା ଦିଗରେ ପଦକ୍ଷେପ ନେଇଛନ୍ତି  ରାଜ୍ୟ ସରକାର । ଚଳିତ ଆର୍ଥିକ ବର୍ଷରେ କୌଣସି ନୂଆ ମଦ ଦୋକାନ ଖୋଲାଯିବା ନାହିଁ ବୋଲି ନୂଆ ପଲିସି ରେ ସ୍ପଷ୍ଟ କରାଯାଇଛି। ଏପରରିକି ଗ୍ରାମୀଣ ଅଂଚଳରେ ବି ନୂଆ ଦୋକାନ ଖୋଲିବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । 

ବଡ କଥା ହେଉଛି ପୂର୍ବରୁ ନବୀକରଣ ହୋଇ ନଥିବା ୫୭ ଟି ମଦ ଦୋକାନର ଲାଇସନ୍ସ ଆଉ ନବୀକରଣ ହୋଇ ପାରିବ ନାହିଁ । ସେହିପରି ସବୁଠାରୁ ବେସି ବେଆଇନ ବିକ୍ରି ହେଉଥିବା ଭାଙ୍ଗ ,ତାଡି ଓ ପୋଚ ପାଇଁ ଅବକାରୀ ବିଭାଗ ଠାରୁ ସ୍ବତନ୍ତ୍ର ଲାଇସନ୍ସ ଆଣିବାକୁ ପଡିବ। ସେହିପରି ପର୍ଯ୍ୟଟନର ପ୍ରସାର ପାଇଁ ବେଳାଭୂମିରେ ଖୋଲିବ ମଦ କ୍ୟାବିନ । ଯାହା ପର୍ଯ୍ୟଟନ ବିଭାଗର ପ୍ରତ୍ୟକ୍ଷ ତଦାରଖରେ ହେବ ।  ତେବେ ନିଶା ନିବାରଣ ପାଇଁ ଲୋକଙ୍କୁ ସଚେତନ କରିବାକୁ ୧୦୦ କୋଟିର ସ୍ବତନ୍ତ୍ର ପାଣ୍ଠି ଗଠନ କରାଯାଇଛି । 

 ୨4 ବର୍ଷର ବିଜେଡି ସରକାରରେ ହୋଇଥିଲା ବେଆଇନ ମଦ ବନ୍ୟା ।  ମଦ ମାଫିଆଙ୍କୁ ସହଯୋଗ କରି ହାତପାଣ୍ଠି ବଢାଉଥିଲେ ବିଜେଡି ନେତା।  ବେଆଇନ ମଦ କାରବାର ପାଇଁ ଶକ୍ତି ଯୋଗାଉଥିଲେ ଏହି ନେତା। ବିଶାକ୍ତ ମଦ ପିଇ କିଡନୀ ନଷ୍ଟ ହେଉଥିଲା ତ କେଉଁଠି ତିଆରି ହୋଉଥିଲା ବିଧବା ଉପତ୍ୟକା । ଦୀର୍ଘ ଦିନ ଧରି ମଦ ପିଇବା ପରେ ରୋଗରେ ପଡି ଅକାଳରେ ଜୀବନ ଯାଉଥିଲା ଭେଣ୍ଡିଆଙ୍କର।. ଗାଁ ଗାଁରେ ବେଆଇନ ମଦ ଉଜାଡି ଦେଇଛି ସୁନାର ସଂସାର।  ବାଲେଶ୍ବର ସୋରୋ ର ସରସ୍ବତୀ ଦେହୁରୀ  ଓ ଶାନ୍ତି ସିଂ ଙ୍କ ଭଳି ମହିଳା କମ ବୟସରୁ ହରାଇଛନ୍ତି  ସ୍ବାମୀଙ୍କୁ । 

ସେପଟେ ଗଞ୍ଜାମ ଚିକିଟି ବିଶାକ୍ତ ମଦମୃତ୍ୟୁ ଘଟଣା ରେ ଆଜି ଆଉ ଜଣଙ୍କ ମୁଣ୍ଡ ନେଇଛି । ଆଇସିୟୁ ରେ ଚିକିତ୍ସାଧୀନ ଥିବା  ଲକ୍ଷ୍ମଣ ବେହେରାଙ୍କ ଜୀବନ ଯାଇଛି...ଗତ 30 ବର୍ଚୋଷ ଭିତରେ ବିଷାକ୍ତ ମଦ ନେଇଛି 231 ଜୀବନ.. ବେଆଇନ ମଦ ବିକୁଥିବା ବେପାରୀ ଙ୍କୁ ସାବାଡ କରିବାକୁ ବଡ ପଦକ୍ଷେପ ନେଇଛି ଅବକାରୀ ବିଭାଗ । ରାଜ୍ୟର ୧୬ ଟି ଜିଲ୍ଲାରେ ଖୋଲିବ ୨୫ଟି ନୂଆ ଅବକାରୀ ଥାନା । ଗତ ୧୧ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧ ଲକ୍ଷ ୪୮ହଜାର ୨୨୫ ଲିଟର ବେଆଇନ ମଦ ଓ ୧୩ ଲକ୍ଷ ୬୯ ହଜାର ୩୮୦ କେଜି ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରାଯାଇଛି । ସେହିପରି ୧୬୦୭ ଜଣଙ୍କୁ ଗିରଫ କରି ମାଫିଆଙ୍କ ଘରେ ବୁଲଡୋଜର ଚଳାଇଛି ଅବକାରୀ ବିଭାଗ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡିଶା ଖବର