25 ବର୍ଷର ସରକାର ତଥାପି ବିକାଶ ଖୋଜୁଛି ଆଦିବାସୀ ଗାଁ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଡିକିଲି ଗାଁ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏହି ଗାଁ କୁ ଦେଖିଲେ ଲାଗୁଛି ସତେ ଯେମିତି ସରକାର ଗୋଟିଏ ବିକାଶର ଗାଥା ଗାଉଥିବା ବେଳେ ଅନ୍ୟପଟେ ପୁରା ଗାଁ ର କଟୁଛି ଦୁର୍ବିସହ ଜୀବନ ।ପାହାଡ ଜଙ୍ଗଲ ମଧ୍ୟରେ ଗାଁକୁ ଖଣ୍ଡିଏ ରାସ୍ତା ଅଛି । ବାସ୍ ରାସ୍ତା ପରେ ବାକି ବିକାଶ ଏଠି ସରକାରଙ୍କ ଖାତା ଖତିୟାନରେ ।
ଗାଁରେ ସୋଲାର ଲାଗିଛି କିନ୍ତୁ ସୋଲାର ଅଚଳ । ସ୍ଥାୟୀ ବିଦ୍ୟୁତ ସଂଯୋଗ ହୋଇନି । ପିଇବା ପାଣି କହିଲେ ଗୋଟିଏ ନଳକୂପ । କେତେବେଳେ ନଳକୂପରେ ଖରାପ ପାଣି ଆସୁଛି ତ କେତେବେଳେ ପାଣିର ଅଭବା ରହୁଛି । ବାଧ୍ୟ ହୋଇ ନଦୀ ନାଳକୁ ନିର୍ଭର କରୁଛନ୍ତି ଲୋକେ । ଏମିତିକି ସ୍ୱାସ୍ଥ୍ୟ ସଙ୍କଟ ଦେଖାଗଲା 15କିଲୋମିଟର ଆଣିଲେ ଦିଗପହଣ୍ଡିରେ ଡାକ୍ତର ଦେଖାଇବେ ରୋଗୀ ।
ବଡ଼କଥା ଆଜି ପର୍ଯ୍ୟନ୍ତ କୌଣସି ମଧ୍ୟ ସରକାରୀ ଅଧିକାରୀ କିମ୍ବା MLA ଏବଂ ମନ୍ତ୍ରୀଙ୍କ ଗାଁ କୁ ପାଦ ମଧ୍ୟ ପଡିନି । 30 ରୁ 35 ପରିବାର ରହୁଥିବା ପୁରା ଗାଁ କେବଳ ମକା ଚାଷ ଉପରେ ନିର୍ଭର କରୁଥିଲେ ସୁଧା ଚଲିତ ବର୍ଷ ବର୍ଷା ଅଭାବରୁ ମକାଚାଷ ପୋଡି ନଷ୍ଟ ହୋଇଯାଇଛି । ଯାହା ବି ଉତ୍ପାଦନ ହେଉଛି ତାହା ଆୟ ବ୍ୟୟ ତୁଳନାରେ ଆକାଶ ପାତାଳ ଫରକ୍ । ଚାଳ,ଛପର କୁଡ଼ିଆ ଭିତରେ ଦୁର୍ବିସହ ଜୀବନ କାଟୁଛନ୍ତି ଏହି ନିରୀହ ଆଦିବାସୀ ।
📱 Get Argus News App
✨ସେପଟେ ଗାଁ ଲୋକଙ୍କ ସହ ଆଲୋଚନା ପରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିଜେପି ନେତା ଶ୍ରୀକାନ୍ତ ପାଢୀ । ଆମ ଗାଁ ଆମ ବିକାଶ ଏବଂ ଆମ ଓଡିଶା ନବୀନ ଓଡିଶା ଭଳି ଯୋଜନା ଗଲା କୁଆଡେ ବୋଲି ପ୍ରଶ୍ନ କରିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
