Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୫ ବର୍ଷର ସ୍ଥାୟୀ ସରକାରରେ ଉପାନ୍ତବାସୀଙ୍କ ଜଳ ଦୁର୍ଦ୍ଦଶା

Banajyotshna Ray
Browse all articles by Banajyotshna Ray
·2 years ago·1 min read
୨୫ ବର୍ଷର ସ୍ଥାୟୀ ସରକାରରେ ଉପାନ୍ତବାସୀଙ୍କ ଜଳ ଦୁର୍ଦ୍ଦଶା

ଅର୍ଗସ ବ୍ୟୁରୋ: ୨୫ ବର୍ଷର ସ୍ଥାୟୀ ସରକାରରେ ଉପାନ୍ତବାସୀଙ୍କ ଜଳ ଦୁର୍ଦ୍ଦଶା। ପାଣି ମୁନ୍ଦାଏ ଯୋଗାଇ ପାରିଲେନି ଏପଟେ ବସୁଧା ନାଁରେ ମିଛ ବାହାସ୍ପୋଟ। ପାଣି ପାଇଁ ଏବେବି ଯାରି ରହିଛି ସଂଗ୍ରାମ। ଆଦିବାସୀ ଅଧିସିତ କେନ୍ଦୁଝର ଜିଲ୍ଲାର ।  ହରିଚନ୍ଦନପୁର ବ୍ଲକ ନୂଆଗାଁର ଭାଲିଆଗୋଡା ସାହି । ଗାଁରେ ଜଳ ସମସ୍ୟା ଏତେ ଉତ୍କଟ ଯେ ରାତି ପାହିଲେ ଏଠି ମହିଳାଙ୍କୁ ଘାରିଥାଏ ପାଣି ଚିନ୍ତା। ଗରା ମାଠିଆ ଧରି ମହିଳା ମାନେ ମାଇଲ ମାଇଲ ବାଟ ଚାଲିଥାନ୍ତି। ପାଖାପାଖି ଚାଳିଶି ପରିବାର ବାସ କରୁଥିବା ଏହି ଗାଁରେ ୩ଟି ନଳକୂଅ ଅଛି। ସେଥିରୁ ଦୁଇଟି ସମ୍ପୂର୍ଣ୍ଣ ଅଚଳ ହୋଇ ପଡିଥିବା ବେଳେ ଗୋଟିଏ ନଳକୂପ ରେ ସାହିବାସୀ ନିର୍ଭର କରିଥାନ୍ତି କିନ୍ତୁ ସେହି ନଳ କୂପରେ ମଧ୍ୟ ଜଳସ୍ତର ହ୍ରାସ ପାଇବା ଯୋଗୁଁ ଅଧବାଲ୍ଟି ପାଣି ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି।

ଜଳ ଯୋଗାଣ ପାଇଁ ଗାଁରେ ଓଭରହେଡ ପାଣି ଟାଙ୍କି ତିଆରି ହୋଇଛି। ସାହିରେ ପାଇପ୍ ମଧ୍ୟ ବିଛା ଯାଇଛି । ହେଲେ ବର୍ଷେ ହେଲା ପାଇପ ଯୋଗେ ପାନୀୟ ଜଳଯୋଗାଣ ବନ୍ଦ ରହିଛି । ଫଳରେ ଲୋକେ ନାଳ ପୋଖରୀ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଗୋଟିଏ ପଟେ ରାଜ୍ୟ ସରକାର ବସୁଧା ଯୋଜନା କଥା କହି ମିଛ ପ୍ରଚାର କରି ଲୋକମାନଙ୍କୁ ଭୁଆଁ ବୁଲାଉଥିବା ବେଳେ ଉପାନ୍ତ ଅଞ୍ଚଳରେ ଜଳ ସମସ୍ୟା ସୁଧାରି ବାରେ ସରକାର ବିଫଳ। ପାଣି ସମସ୍ୟା ନେଇ ସାହିବାସୀ ସରପଞ୍ଚଙ୍କ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଲିଖିତ ଅଭିଯୋଗ କରି ଆସୁଥିଲେ ମଧ୍ୟ ଏଯାଏଁ ସମସ୍ୟର ସମାଧାନ ହୋଇନି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
25 years of permanent government, water problems of suburbanites | Argus News