Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୨୫ ବର୍ଷର ସ୍ଥିର ସରକାର: ଲୋକଙ୍କୁ ମୌଳିକ ସୁବିଧା ଦେବାରେ ମାରିଛନ୍ତି ଫେଲ୍

Odisha

୨୫ ବର୍ଷର ସ୍ଥିର ସରକାର: ଲୋକଙ୍କୁ ମୌଳିକ ସୁବିଧା ଦେବାରେ ମାରିଛନ୍ତି ଫେଲ୍

Ritu Das
Browse all articles by Ritu Das
·2 years ago·2 min read
୨୫ ବର୍ଷର ସ୍ଥିର ସରକାର: ଲୋକଙ୍କୁ ମୌଳିକ ସୁବିଧା ଦେବାରେ ମାରିଛନ୍ତି ଫେଲ୍

ଅର୍ଗସ ବ୍ୟୁରୋ: ୨୫ ବର୍ଷର ସ୍ଥିର ସରକାର, ହେଲେ ଲୋକଙ୍କୁ ମୌଳିକ ସୁବିଧା ଦେବାରେ ମାରିଛନ୍ତି ଫେଲ୍ । ରାୟଗଡ଼ା ଜିଞ୍ଜଲିବାଡ଼ିରେ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଲୋକେ କରିଛନ୍ତି ନିଆରା ପ୍ରତିବାଦ ।  ହାତରେ ଥାଳି ଧରି ମାଗିଛନ୍ତି ଭିକ୍ଷା । ସେପେଟେ ଖୋର୍ଦ୍ଧା ରଗୋଡା ଗାଁରେ ଉତ୍କଟ ପାନୀୟ ଜଳ ସମସ୍ୟାର ପ୍ରତିବାଦ କରି ଜିଲ୍ଲାପାଳଙ୍କ ଅଫିସ ଆଗରେ ଗରା, ବାଲଟି ଧରି ବିକ୍ଷୋଭ କରିଛନ୍ତି ଗ୍ରାମବାସୀ ।

ରାୟଗଡ଼ା ଜିଲ୍ଲା ପେଣ୍ଟl ପଞ୍ଚlୟତ ଜିଞ୍ଜଲିବାଡ଼ି ଅଞ୍ଚଳର ଏ ଦୃଶ୍ୟ । ମହିଳାମାନେ ହାତରେ ଥାଳି ଧରି ଏଠି ଭିକ୍ଷା ମାଗୁଛନ୍ତି । ସେମାନଙ୍କ ପେଟ ପାଟଣା ପାଇଁ ନୁହଁ, ବରଂ ସ୍ଥାନୀୟ ରାସ୍ତା ତିଆରି ପାଇଁ । ରାଜରାସ୍ତା ଅବରୋଧ କରି ଗାଡ଼ି ଅଟକାଇ ପିଲାଏ ଟଙ୍କା ମାଗୁଛନ୍ତି । ଗାଁରେ ଦେଖାଦେଇଥିବା ବିଭିନ୍ନ ଅସୁବିଧା ନେଇ ଏମାନେ ନିଆରା ପ୍ରତିବାଦ କରିଛନ୍ତି । ଆଜି ବି ଗାଁକୁ ନିର୍ମାଣ ହୋଇ ପାରିଲାନି ପକ୍କା ସଡ଼କ । କି ସଂଯୋଗ ହୋଇନି ନଳ ଯୋଗେ ଜଳ । ପକ୍କା ଘର ବି ନାହିଁ ଏଠି । ଏନେଇ ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବାରୁ ଏମିତି ନିଆରା ପ୍ରତିବାଦ କରିଛନ୍ତି ଲୋକେ ।   

ସେପଟେ ଖୋର୍ଦ୍ଧାରେ ପାଣି ପାଇଁ ଜିଲ୍ଲାପାଳଙ୍କ ଅଫିସକୁ ଚାଲି ଚାଲି ଆସିଲେ ମହିଳାମାନେ । ଅଫିସ ଆଗରେ କଲେ ପ୍ରତିବାଦ । ଗରା, ବାଲଟି ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଦେଉଳି ପଚାଂୟତ ରଗୋଡା ଗାଁରେ ପାନୀୟ ଜଳର ଉତ୍କଟ ସମସ୍ୟାର ପ୍ରତିବାଦ କରିଛନ୍ତି ମହିଳା ଓ ପୁରୁଷ ମାନେ । ଗାଁରେ ଜଳ ସମସ୍ୟା ଲାଗି ରହିଥିବା ବେଳେ, ବାରମ୍ବାର ଅଧିକାରୀଙ୍କୁ ଜଣାଇଲେ ବି ପାନୀୟ ଜଳ ବଣ୍ଟନ ସମସ୍ୟାର ସମାଧାନ ହୋଇପାରୁନି । ଯାହାକୁ ନେଇ ଦେଖାଦେଇଛି ତୀବ୍ର ଅସନ୍ତୋଷ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
25 years of stable government | Argus News