Videos
|
Odisha

ଭିତର କନିକାରେ ଜନ୍ମନେଲେ ୨୫୦୦ କୁମ୍ଭୀର ଛୁଆ

Ritu Das
Browse all articles by Ritu Das
·2 years ago·1 min read
ଭିତର କନିକାରେ ଜନ୍ମନେଲେ ୨୫୦୦ କୁମ୍ଭୀର ଛୁଆ

ଅର୍ଗସ ବ୍ୟୁରୋ: ଭିତରକନିକା ଜାତୀୟ ଉଦ୍ୟାନ ନଦୀ। ନାଳରେ ଜନ୍ମ ନେଇଛନ୍ତି ୨୫୦୦ କୁମ୍ଭୀର ୩ ଦିନ ଭିତରେ ଜନ୍ମ ନେଇଥିବା ଏହି କୁମ୍ଭୀରଗୁଡିକ ବିଭିନ୍ନ ନଦୀ ନାଳ ଓ ରାସ୍ତା ଉପରକୁ ଚାଲି ଆସୁଛନ୍ତି। ରାଜନଗରର ଭିତରକନିକା ବିଶାଳ ନୀଳ ଜଳରାଶି , ଘଞ୍ଚ ସବୁଜ ଜଙ୍ଗଲ ଓ ବଉଳା କୁମ୍ଭରୀରଙ୍କ ଭୂ-ସ୍ବର୍ଗ। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀର ତ୍ରିକୋଣ ଭୂମିରେ ଗଢିଉଠୁଥିବା ଏହା ହେଉଛି ପ୍ରକୃତିର ଅନନ୍ୟ ସୃଷ୍ଟି। ଯେଉଁଠି ଲୁଣା ପାଣି ସହ ଘଞ୍ଚ ଜଙ୍ଗଲ ଭିତରେ ରହିଥିବା ବେଳେ ଏହା ବଉଳା କୁମ୍ଭୀରଙ୍କ ପାଇଁ ସାଜିଛି ସାକ୍ଷତ ଏନ୍ତୁଡିଶାଳ। ଏହା ହେଉଛି ବିଶ୍ବର ଦ୍ବିତୀୟ ବୃହତ୍ତମ ଲୁଣା ଜଙ୍ଗଲ । ଯେଉଁଠି ପ୍ରତ୍ୟେକ ବର୍ଷ ହଜାର ହଜାର  ପର୍ଯ୍ୟଟକ ଭିଡ ଯମେଇଥାନ୍ତି ଏହି ବଉଳା କୁମ୍ଭୀର ଦେଖିବା ପାଇଁ। 

ଚଳିତବର୍ଷ ଭିତରକନିକାରେ ୧୧୪ଟି କୁମ୍ଭୀର ବାସ ଚିହ୍ନଟ କରାଯାଇଥିଲା। ସେଥିରୁ ରେଞ୍ଜରେ ୧୦୨ଟି କୁମ୍ଭୀର ବାସ ଚିହ୍ନଟ ହୋଇଥିବା ବେଳେ ରାଜନଗର ରେଞ୍ଜରେ ୧୦ଟି, ଗହୀରମଥା ରେଞ୍ଜରେ ଗୋଟିଏ ଓ ମହାକାଳପଡା ରେଞ୍ଜରେ ଗୋଟିଏ ଚିହ୍ନଟ ହୋଇଥିଲା। ଜୁଆର ମାଡରେ ନଷ୍ଟ ହୋଇଥିବା ଗୋଟଏ ବସାରୁ ୫୪ଟି ଅଣ୍ଡା ସଂଗ୍ରହ କରାଯାଇ ଡାଙ୍ଗମାଳସ୍ଥିତ କୁମ୍ଭୀର ପ୍ରଜନନ କେନ୍ଦରେ ରଖାଯାଇଥିଲା। କୃତିମ ଉପାୟରେ ୨୫ଟି କୁମ୍ଭୀର ଶାବକ ଜନ୍ମ ନେଇଛନ୍ତି। ଅନ୍ୟ ୧୧୩ଟି ବସାରୁ ଛୁଆ ବାହାରିବା ଆରମ୍ଭ କରିଛନ୍ତି।

ବାଙ୍କୁଳା ଗାଁ ରାସ୍ତାରେ କୁମ୍ଭୀର ଛୁଆ ବୁଲୁଥିବା ଦେଖିବାକୁ ମିଳିଛି। ଚିହ୍ନଟ ବସାରୁ ଅଢେଇ ହଜାରରୁ ଅଧିକ କୁମ୍ଭୀର ଜନ୍ମ ନେଇଛନ୍ତି। କୁମ୍ଭୀର ଅଣ୍ଡାରୁ ପ୍ରାୟ ୫୦ ପ୍ରତିଶତ କୁମ୍ଭୀର ଜନ୍ମ ନେଇଥାନ୍ତି। ସେଥିମଧ୍ୟରୁ କୁମ୍ଭୀର ଗଣନା ସମୟ ବା ୫ ମାସ ମଧ୍ୟରେ ପ୍ରାୟ ୫୦ ପ୍ରତିଶତ ନଷ୍ଟ ହୋଇ ସାରିଥାନ୍ତି। ୩ଫୁଟ ଲମ୍ବ ହେବା ଯାଏଁ ସେମାନଙ୍କ ଜୀବନ ପ୍ରତି ବିପଦ ଥାଏ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
2,500 baby | Argus News