|
logo
Live
Argus News App
GET APP

Argus News - 26 କେଜି ଗଞ୍ଜେଇ ଜବତ, ୩ ଗିରଫ 

Odisha

26 କେଜି ଗଞ୍ଜେଇ ଜବତ, ୩ ଗିରଫ 

Manini Pattanayak
Browse all articles by Manini Pattanayak
·2 years ago
26 କେଜି ଗଞ୍ଜେଇ ଜବତ, ୩ ଗିରଫ 

ବଲାଙ୍ଗିର:  ଟିଟିଲାଗଡ଼ ଆରପିଏଫ ଓ ଅବକାରୀ ବିଭାଗ  ରେଳ ଷ୍ଟେସନ୍‌ରେ ଚଢ଼ଉ କରି ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିବା ସହ ୩ ମାଫିଆଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନେ ହେଲେ ମଧ୍ୟପ୍ରଦେଶ ମାହିହର ଜିଲ୍ଲା କୁଶମହାଟ ଗ୍ରାମର ଉଦ୍ୟରାଜ ପଟେଲ, ଉତ୍ତରପ୍ରଦେଶ ମହୱା ଜିଲ୍ଲା ଛେଡିମାଉ ଗାଁର ବୀରେନ୍ଦ୍ର କୁସ୍‌ବା  ଓ ଆନନ୍ଦ କୁସ୍‌ବା l

ପ୍ଲାଟଫର୍ମ ନଂ୩ରେ ୨୬ ପ୍ୟାକେଟ ଗଞ୍ଜେଇ ଭର୍ଷି ବ୍ୟାଗ୍ ସହ ଅଟକିଥିଲେ। ଏହି ସମୟରେ ଆରପିଏଫ୍ ଓ ଅବକାରୀ ବିଭାଗ ଚଢ଼ଉ କରି ଗଞ୍ଜେଇ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଜବତ ଗଞ୍ଜେଇର ପରିମାଣ ୨୬ କେଜି ୩୩୦ ଗ୍ରାମ ଥିବାବେଳେ ଏହାର ମୂଲ୍ୟ ୨ ଲକ୍ଷ ୬୩ ହଜାର ୩୦୦ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
26 କେଜି ଗଞ୍ଜେଇ ଜବତ, ୩ ଗିରଫ  | Argus News